କଳକୀ ସେନା ପକ୍ଷରୁ ବଳଭଦ୍ରଙ୍କ ଜନ୍ମଉତ୍ସବ ଓ ରକ୍ଷାବନ୍ଧନ ପାଳନ|

କଳକୀ ସେନା ପକ୍ଷରୁ ବଳଭଦ୍ରଙ୍କ ଜନ୍ମଉତ୍ସବ ଓ ରକ୍ଷାବନ୍ଧନ ପାଳନ|
କଟକ : ତା.30.8-23 BREAKING NEWS ODIA (Report by Bijay kumar panda) ବିଶ୍ୱ ସତ୍ୟ -ସନାତନ – ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ବଡଠାକୁର ବଳଭଦ୍ରଙ୍କ ଜନ୍ମଉତ୍ସବ ଓ ରକ୍ଷାବନ୍ଧନ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଇଛି | ଚହଟାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ଆୟୋଜିତ ଉତ୍ସବକୁ ସାଧୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ | କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସତସଙ୍ଗରେ ସଦଗୁରୁ କଳକୀବାବା କହିଲେ -କର୍ମର ପ୍ରତୀକ ବଡ଼ଠାକୁର ବଳଭଦ୍ର ହେଉଛନ୍ତି ଶବ୍ଦବ୍ରହ୍ମର ସ୍ୱରୂପ ! ସେ ପୁଣି ଅନନ୍ତ ! କଳକୀ ସଂହାର ସମୟରେ ସେ ହେବେ ରାଜା ଓ ପରଂବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ କଳକୀ ରୂପରେ ମ୍ଳେଛ ସଂହାର କରିବେ ବୋଲି ସୂଚନା ଦେଇଥିଲେ ! ସତସଙ୍ଗରେ ମୁଖ୍ୟ ଆଲୋଚକ ଭାବେ ବ୍ରହ୍ମଚାରି ସତ୍ୟ ଚୈତନ୍ୟ କହିଲେ -କଳକୀ ସେନାର କଳକୀ ଦରବାର ଏକ ଅଭିନବ ପ୍ରୟାସ | ଧର୍ମରକ୍ଷା ଓ ଶାନ୍ତି ସ୍ଥାପନ ହେଉଛି କଳକୀ ସେନାର ମୂଳ ଲକ୍ଷ୍ୟ | ପ୍ରାରମ୍ଭରେ ଶ୍ରୀଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା ! ଶକ୍ତିବାହିନୀ ଆବାହିକା ଆଡ଼ଭୋକେଟ ବିଶ୍ୱଜିତା ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରାକ୍ଷୀ ବାନ୍ଧିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଷ୍ଣୁଚରଣ ବାରିକ, ଗାୟକଜ୍ୟୋତି ଯୋଗେନ୍ଦ୍ରନାଥ ମାର୍ଥା, ପ୍ରସନ୍ନକୁମାର ମହାପାତ୍ର, ଉମାକାନ୍ତ ମହାନ୍ତି, ପ୍ରମୋଦ କୁମାର ନାୟକ, ଆଡ଼ଭୋକେଟ ମହେନ୍ଦ୍ର କୁମାର ମହାପାତ୍ର, ପଣ୍ଡିତ ନିରାକାର ପଣ୍ଡା, ରଶ୍ମିରଞ୍ଜନ ମିଶ୍ର, ପ୍ରଶାନ୍ତ କୁମାର ଓଝା, ଡାକ୍ତର ଅନିନ୍ଦିତା ମହାପାତ୍ର, ଚିନ୍ମୟୀ ଜେନା ଓ ପ୍ରାପ୍ତିକର ମହାପାତ୍ର ପ୍ରମୁଖ ସତସଙ୍ଗରେ ଅଂଶ ଗ୍ରହଣ କରିଥିଲେ | ଶେଷରେ ରୋଟାରିଆନ ବିକ୍ରମ ଦାଶ ଧନ୍ୟବାଦ ଦେଇଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *