ଅଜଣା ଗାଡ଼ି ଧକ୍କାରେ ୪ ଗୋରୁ ମୃତ ୩ ଗୁରୁତ୍ବର ।

ଅଜଣା ଗାଡ଼ି ଧକ୍କାରେ ୪ ଗୋରୁ ମୃତ ୩ ଗୁରୁତ୍ବର ।

ପରଜଙ୍ଗ: 23.08.23 BREAKING NEWS ODIA (Report by Nirmal gadanayak)ହ୍ଲର ଛକ ଠାରୁ ସରାଙ୍ଗ , ପିତିରି , ମୁଣ୍ଡେଇଲୋ, ପରଜଙ୍ଗ ,ବାରିହାପୁର , ମୁକ୍ତାପଶି ଗ୍ରାମ ଦେଇ ସୁକିନ୍ଦା , ଡୁବୁରି ଅଭିମୁଖେ ରହିଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥରେ ପରିଣତ କରାଇଛି । ଏହି ରାସ୍ତାଟି ଓସାରିଆ ହେବା ଦ୍ଵାରା ରାସ୍ତାର ଉଭୟ ପାର୍ଶ୍ବରେ ଅଧିକାଂଶ ଗାଁ ରହିଥିବା ବେଳେ ଉଭୟ ପାର୍ଶ୍ବରେ ପ୍ରଜା ମାନଙ୍କର ଚାଷ ଜମି ରହିଛି , ଗାଁରେ ଗୃହପାଳିତ ପଶୁ ଗାଈ ଗୋରୁ,ଛେଳି ମେଣ୍ଢା ପ୍ରଭୃତି ଥିବାରୁ ଏମାନେ ରାସ୍ତା ଉପରେ ପଡିଆ , ବଣ ଜଙ୍ଗଲକୁ ଚରିବାକୁ ଯାଇଥାନ୍ତି ।ହେଲେ ବିଭିନ୍ନ ଗ୍ରାମ ନିକଟରେ ରାସ୍ତା ଉପରେ ଗାଡ଼ି ଧକ୍କାରେ ଅନେକ ଗାଈ ଗୋରୁଙ୍କ ମୃତ୍ୟୁ ଘଟିସାରିଲାଣି ।ବୁଧବାର ଭୋର୍ ପ୍ରାୟ ସାଢେ଼ ଚାରି ଘଟିକା ସମୟରେ ମୁଣ୍ଡେଇଲୋ ଛକ ନିକଟରେ ଜାତୀୟ ରାଜପଥ ଉପରେ ରହିଥିବା ନୂତନ ଟୋଲ ଗେଟ ପାଖରେ ଦଳଗତ ଗୋରୁ ରାସ୍ତା ଉପରେ ଚରିବାକୁ ଯାଉଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ୪ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ ଗୋରୁ ଜୀବନ ମରଣ ସହିତ ରହିଛନ୍ତି । ଖବରଶୁଣି ପ୍ରଗତିବାଦୀ ବ୍ଲକ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ପରଜଙ୍ଗ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ।ଖବର ପାଇବା ମାତ୍ରେ ପ୍ରାଣୀ ଚିକିତ୍ସକ ଡ,ତାପସ ପ୍ରଧାନ ଓ କର୍ମଚାରୀ ପହଞ୍ଚି ଜୀବିତ ଥିବା ଗୋରୁଙ୍କୁ ଚିକିତ୍ସା କରିଥିଲେ ।ମୃତ୍ୟୁ ବରଣ କରିଥିବା ଗୋରୁ ମାନଙ୍କୁ ସ୍ଥାନୀୟ ସରପଞ୍ଚ ଏକ ଜେସିବି ମେସିନ ସାହାଯ୍ୟରେ ଅନ୍ୟତ୍ର ସ୍ଥାନକୁ ନେଇ ପକାଇଥିଲେ ।ସମସ୍ତ ଗୋରୁ ଗୁଡ଼ିକ ମୁଣ୍ଡେଇଲୋ ଗ୍ରାମର ବୋଲି ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *