୫ଟି ସଚିବଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଦ୍ବିତୀୟ ପ୍ରସ୍ତୁତି ବୈଠକ ।

୫ଟି ସଚିବଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଦ୍ବିତୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, 21.08.23 BREAKING NEWS ODIA (Report by Bijay kumar panda) ୟଦେବ ନିର୍ବାଚନମଣ୍ଡଳୀରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଆସନ୍ତା ୨୩ ତାରିଖରେ ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଘନ ଘନ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଉଛି। ଦିର୍ବାଚନମଣ୍ଡଳୀ ସଂଗଠକ କମଳ କୁମାର ପାତ୍ର (ଚନ୍ଦନ) ଙ୍କ ତତ୍ବାବଧାନରେ ଗଠିତ ବିଭିନ୍ନ କମିଟି ପାଣ୍ଡିଆନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେବା ସହ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଉଭୟ ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକର ଏକାଧିକ ସ୍ଥାନରେ କମଳଙ୍କ ନିର୍ଦ୍ଦେଶରେ ବୈଠକ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଆଜି ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଏବଂ ଆଉ କିଛି ପଞ୍ଚାୟତ ଅଞ୍ଚଳରେ ପ୍ରସ୍ତୁତି ବୈଠକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ଅଞ୍ଚଳରେ କମଳଙ୍କ ପରାମର୍ଶକ୍ରମେ କିଛି ସରପଞ୍ଚ , ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ ନେତୃତ୍ବ ନେଇଥିଲେ। ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ କମଳ ଅଧ୍ୟକ୍ଷତା କରିଥିଲେ। ନିର୍ବାଚନମଣ୍ଡଳୀ ସଂଯୋଜକ ବରୋଦା ପ୍ରସନ୍ନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ସ୍ଥିରୀକୃତ କାର୍ଯ୍ୟସୂଚୀ ରହିଛି ତାର ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ବ୍ଲକର ସଭାପତି, ଅଧ୍ୟକ୍ଷା ଓ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ୬ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ଶୁଭ ଯୋଡ଼ି ଶଙ୍ଖଠାରୁ ଆରମ୍ଭ ବିଭିନ୍ନ ବାଦ୍ୟଯନ୍ତ୍ର ମାହୋଲ ଭିତରେ ସଭାମଞ୍ଚ ନିକଟରେ ତାଙ୍କୁ ସ୍ବାଗତ କରାଯିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *