ନୂତନ ବସଷ୍ଟାଣ୍ଡ ନିର୍ମାଣ ଲାଗି ଶୋଷାଇଟ କାର୍ଯ୍ୟାଳୟ ଉଚ୍ଛେଦ ।

ନୂତନ ବସଷ୍ଟାଣ୍ଡ ନିର୍ମାଣ ଲାଗି ଶୋଷାଇଟ କାର୍ଯ୍ୟାଳୟ ଉଚ୍ଛେଦ ।

ପରଜଙ୍ଗ :21.08.23  BREAKING NEWS ODIA (Report by Nirmal gadanayak ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ମଧ୍ୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ଲାଗି ଗୋଟିଏ ପାର୍ଶ୍ୱରେ ୪୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ଦୋକାନ ଘର ଗୁଡ଼ିକ ଗତ ୨୧ ମସିହା ଡିସେମ୍ବର ୨୫ ତାରିଖରେ ଉଚ୍ଛେଦ କରାଯାଇଥିଲା । ଦୀର୍ଘ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଉଚ୍ଛେଦ ହୋଇଥିବା ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା ।ଯାହାକି ବଜାର ବଣିକ ସଂଘ କମିଟି ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ଉପରେ ବାରମ୍ବାର ଦାବି କରିଆସୁଥିଲା । କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ଚଳିତ ଅଗଷ୍ଟ ୯ ତାରିଖରେ ରାଜ୍ୟ ସଡକ ପରିବହନ ନିଗମ କର୍ତ୍ତୃପକ୍ଷ, ଅନୁଗୋଳ ଶାଖାର ମହାପ୍ରବନ୍ଧକ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ମହାପ୍ରବନ୍ଧକ ଓ ସ୍ଥାନୀୟ ତହସିଲଦାର ଉପସ୍ଥିତିରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ଲାଗି ଜାଗା ଚିହ୍ନଟ କରିଥିଲେ ।ଯାହାକି ଚଳିତ ୨୩ ତାରିଖରେ ଏହାକୁ ଶୁଭ ଦିଆଯିବ ବୋଲି ସୂଚନା ମିଳିଥିଲା । କିନ୍ତୁ ଏହି ଜାଗା ଉପରେ ପରଜଙ୍ଗ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ଗୃହ ଆଜି ପର୍ଯ୍ୟନ୍ତ ରହିଥିଲା ।ବସଷ୍ଟାଣ୍ଡ ହେବା ସ୍ଥାନରେ ଉକ୍ତ କାର୍ଯ୍ୟାଳୟଟି ଥିବାରୁ ଏହି କାର୍ଯ୍ୟାଳୟ ପରିଚାଳିତ ହେବା ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଘର ଯୋଗାଇ ଦିଆଯାଇଛି ।ଯାହାକି ସେହିଠାରେ ଦୀର୍ଘ ଦିନ ହେବ କାର୍ଯ୍ୟାଳୟ ପରିଚାଳିତ ହେଉଥିବା ବେଳେ ପୁରୁଣା କାର୍ଯ୍ୟାଳୟରେ ରହିଥିବା ଘରର ଅନ୍ୟାନ୍ୟ ସରଞ୍ଜାମ ଗୁଡ଼ିକ ରହିଯାଇଥିବାରୁ ଘର ଉଚ୍ଛେଦ ହୋଇପାରି ନଥିଲା ।ପ୍ରଶାସନ ପକ୍ଷରୁ ସେବା ସମବାୟର କର୍ମଚାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏହାକୁ ଅବହେଳା କରାଯାଇଥିଲା । ନିର୍ଦ୍ଧାରିତ ସମୟ ଅନୁସାରେ ଘର ଖାଲି ନକରିବାରୁ ବାଧ୍ୟ ହୋଇ ତହସିଲଦାର ଓ ପୋଲିସ ପ୍ରଶାସନଙ୍କ ଉପସ୍ଥିତିରେ ଶୋଷାଇଟ ଘରକୁ ମେସିନ ଲଗାଇ ଭଙ୍ଗା ଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *