ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ ।

 ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ ।

ପରଜଙ୍ଗ:16.08.23 BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ପରଜଙ୍ଗ ସାମ୍ବାଦିକ କାର୍ଯ୍ୟାଳୟ ପରିସରରେ ସମାଜ ସେବୀ,ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ ସେହିପରି,ପରଜଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡା ,ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟରେ ସଂଘର ସଭାପତି ଭ୍ରମରବର ବିଶ୍ଵାଳ ,ପରଜଙ୍ଗ କଲେଜରେ ଅଧ୍ୟକ୍ଷ ଡ ନିହାର ରଞ୍ଜନ ସାହୁ ,ତହସିଲ କାର୍ଯ୍ୟାଳୟରେ ତହସିଲଦାର ସିରିଅଲ ଶୁଭ୍ର ପଟେଲ ,ବଜାର ମଧ୍ୟରେ ରହିଥିବା ସ୍ଵାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁସିଂହ ପ୍ରତିମୂର୍ତ୍ତି ସମ୍ମୁଖରେ ଗାଡ଼ି ମାଲିକ ସଂଘ ସଭାପତି ଅଶୋକ କୁମାର ସୁବାହୁସିଂହ ,ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ କୃଷକ ସଙ୍ଘ ଓ କୀର୍ତ୍ତନ ମହାସଂଘ ପକ୍ଷରୁ ତହସିଲଦାର ସିରିଅଲ ଶୁଭ୍ର ପଟେଲ ଓ ଥାନା ,ମେଡିକାଲ ,ପଞ୍ଚାୟତ କାର୍ଯ୍ୟାଳୟ ,ବ୍ଲକ ସମେତ ଅନ୍ୟ ସମସ୍ତ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା ।ପରଜଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଛାତ୍ରୀ ଗାଁ ଓ ବଜାର ପ୍ରଭାତଫେରି କରିଥିଲେ ।ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *