ବିଜେଡି ଗଡରେ ବିଜେପି ର ବାଜିମାତ।

ବିଜେଡି ଗଡରେ ବିଜେପି ର ବାଜିମାତ।
ସତ୍ୟବାଦୀ: 12.08.23 BREAKING NEWS ODIA ତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ହୋଇଥିବା ଉପ ନିର୍ବାଚନ ଫଳାଫଳ ଶୁକ୍ରବାର ସତ୍ୟବାଦୀ ବ୍ଲକ ପକ୍ଷରୁ ସରକାରୀ ଭାବେ ଘୋଷଣା କରାଯାଇଛି । ସମୁଦାୟ ୬୨୩୪ ଭୋଟ ମଧ୍ୟରୁ ପଞ୍ଚାୟତର ୧୫ ଗୋଟି ୱାର୍ଡ ର ୧୫ ଟି ବୁଥୁ ରେ ଚଳିତ ମାସ ୯ ତାରିଖରେ ଅନୁଷ୍ଠିତ ଭୋଟ ରେ ୪୪୫୬ ଜଣ ଭୋଟର ନିଜର ମତଦାନ ସାବେସ୍ତ କରିଥିଲେ । ଯାହା ସମୁଦାୟ ଭୋଟ ର ହାର ୭୧.୪୫ ପ୍ରତିଶତ ରହିଥିଲା।
ଶୁକ୍ରବାର ପୂର୍ବାହ୍ନ ରେ ସତ୍ୟବଡୀ ବ୍ଲକ ରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବେବସ୍ଥା ଗ୍ରହଣ କରାଯାଇ ଭୋଟ ଗଣତି ହୋଇଥିଲା
ଏଥିରେ ବିଜେଡି ସମର୍ଥିତ ପାର୍ଥିନି ପ୍ରତିମା ବେହେରାଙ୍କୁ ଖୋଲା ବହି ଚିହ୍ନରେ ୨୦୯୬ ଖଣ୍ଡ ଭୋଟ ନିଜ ସପକ୍ଷରେ ନେଇଥିବା ବେଳେ ଭାରତୀୟ ଜନତା ଦଳ ସମର୍ଥିତ ପାର୍ଥିନି ବର୍ଷରଣୀ ସେଠୀ ମାଛ ଚିନ୍ହରେ ୨୨୯୭ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ ପ୍ରତିମା ଙ୍କ ଠାରୁ ବର୍ଷାରାଣୀ ୨୦୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ତଥା ସତ୍ୟବାଦୀ ବିଡିଓ ଲୋଚନ ଦାଶ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଭୋଟ ବାକ୍ସ ଭିତରୁ ବାହାରିଥିବା ଭୋଟ ମଧ୍ୟରୁ ୬୩ ଖଣ୍ଡ ନାକଚ ଭୋଟ ବାହାରିଥିଲା ।
ପରେ ସତ୍ୟବାଦୀ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ବର୍ଷା ରାଣୀ ସେଠୀ ଓ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତି ପତ୍ର , ସତ୍ୟବାଦୀ ଭାଜପା ର ନେତା ଓମ ପ୍ରକାଶ ମିଶ୍ର , ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର , ସଭ୍ୟା ବିଷ୍ଣୁ ପ୍ରିୟା ବରାଳ , ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ , ବ୍ଲକ ମଣ୍ଡଳ ସଭାପତି ଉମେଶ ପ୍ରଧାନ , ଶଙ୍କର ପ୍ରଧାନ , ଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ଆଶ୍ରିବାଦ ଲାଭକରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *