ହକି ପ୍ରତିଯୋଗୀତା: ଭୁବନେଶ୍ୱର ଓ ରାଉରକେଲା ଜୋନ୍ ବିଜୟୀ 

ହକି ପ୍ରତିଯୋଗୀତା: ଭୁବନେଶ୍ୱର ଓ ରାଉରକେଲା ଜୋନ୍ ବିଜୟୀ 
ଭୁବନେଶ୍ୱର,୭/୮(BREAKING NEWS ODIA):REPORT BY BIJAY KUMAR PANDA  ସ୍ଥାନୀୟ ଲୟୋଲା ସ୍କୁଲ ଆନୁକୂଲ୍ୟରେ ସି. ଆଇ. ଏସ୍. ଇ. ଆଞ୍ଚଳିକ ହକି ପ୍ରତିଯୋଗୀତା କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଓଡ଼ିଶା ହକି ସଂଘର ଉପସଭାପତି ଜୀବନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଓଡ଼ଫଥ୍ ଅଫ୍ ସ୍ପୋର୍ଟସ ଆଣ୍ଡ ୟୁଥ୍ ସର୍ଭିସର ହକି ମୁଖ୍ୟ ନିଲେଶ୍ ସେଠୀ, ୟୁନିଟ ୪ ସ୍ଥିତ ଭେଙ୍କେଟେଶ୍ବର ବିଦ୍ୟାଳୟର ଅଧ୍ୟକ୍ଷ ବି. କେ. ତ୍ରିପାଠୀ, ରୁଚିକା ହାଇସ୍କୁଲର ଅଧ୍ୟକ୍ଷା ଲୀନା ଖୁରାନା, ସେଣ୍ଟ୍ ଯୋଶେଫ୍ ହାଇସ୍କୁଲର ଅଧ୍ୟକ୍ଷା ସିଟର୍ ଲିଜି ଯୋଶେଫ୍, ରଏକ୍ଟର ଲୟୋଲା ସ୍କୁଲର ଫାଦର ଅଗଷ୍ଟିନ୍, ଲୟୋଲା ସ୍କୁଲର ଉପାଧ୍ୟକ୍ଷା ନନ୍ଦିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ଭୁବନେଶ୍ୱର, ରାଉରକେଲା, ବାଲେଶ୍ଵର, ବଲାଙ୍ଗୀର, କଟକ ଏବଂ ଝାରସୁଗୁଡ଼ା ଜୋନର ୧୮୦ ଜଣ ବିଭିନ୍ନ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୧୪ ବର୍ଷୀୟ ନିମ୍ନ ଦଳରେ ଭୁବନେଶ୍ୱର ଜୋନ୍ ବିଜୟୀ ହୋଇଥିବା ବେଳେ ରାଉରକେଲା ରନର୍ସ ଅପ୍, ୧୭ ବର୍ଷୀୟ ନିମ୍ନ ପ୍ରତିଯୋଗିତାରେ ରାଉରକେଲା ଜୋନ୍ ବିଜୟୀ ଓ ଭୁବନେଶ୍ୱର ରନର୍ସ ଅପ୍ ଏବଂ ୨୧ ବର୍ଷୀୟ ନିମ୍ନ ପ୍ରତିଯୋଗିତାରେ ରାଉରକେଲା ବିଜୟୀ ଓ ଝାରସୁଗୁଡ଼ା ରନର୍ସ ଅପ୍ ହୋଇଥିଲେ। ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଲକ୍ଷ୍ମୀବର୍ଗ ଟେକ୍ନିକାଲ ସ୍କୁଲର ଶିକ୍ଷାବିତ ଜିନ୍ ମାଇକେଲ୍ ଜର୍ଜ, ସୁନ୍ଦରଗଡ଼ ସ୍ଥିତ ସିଷ୍ଟର ଟେରେସା ଇଂରାଜୀ ମିଡ଼ିୟମ୍ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ପି. ସେଲଭି, ଜୋନାଲ କୋର୍ଡିନେଟର୍ ପି. କେ. ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଗୁଡିକୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ଲୟୋଲା ସ୍କୁଲର ଛାତ୍ର ରୋନନ୍ ସେଲଡ୍ ଟୋପୋ ସର୍ବୋତ୍କୃଷ୍ଟ ଖେଳାଳି ଭାବରେ ବିବେଚିତ ହୋଇଥିଲେ। ଆୟୋଜିତ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଲୟୋଲା ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଉଦଘାଟନୀ ସଙ୍ଗୀତ ସମସ୍ତଙ୍କୁ ଆକର୍ଷିତ କରିବା ସହ ମନ ମୋହିଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *