ରାଜ୍ୟରେ ବଢ଼ି ଚାଲିଛି କରୋନା, ଆଜି ୫୮୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ୬ ଶହ ନିଟକତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୫୭୩କୁ ବଢ଼ିଥିବା ବେଳେ ଆଜି ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୨ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୨୪୬ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୫, ବାଲେଶ୍ୱରରେ ୧୩, ବରଗଡ଼ରେ ୨୧, ଭଦ୍ରକରେ ୯, ବଲାଙ୍ଗିରରେ ୧୧, କଟକରେ ୩୦, ଦେବଗଡ଼ରେ ୪, ଢେଙ୍କାନାଳରେ ୬ ଓ ଜଗତସିଂହପୁରରେ ୩ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ୧, ଗଞ୍ଜାମରେ ୨୭, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୩୧, କଳାହାଣ୍ଡିରେ ୬୪, କନ୍ଧମାଳରେ ୩, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୧୦୫, କୋରାପୁଟରେ ୯ , ମୟୂରଭଞ୍ଜରେ ୯, ନବରଙ୍ଗପୁରରେ ୮ , ନୟାଗଡ଼ରେ ୭, ନୂଆପଡ଼ାରେ ୨୯ , ପୁରୀରେ ୨୪, ରାୟଗଡ଼ାରେ ୬, ସମ୍ବଲପୁରରେ ୨୮, ସୋନପୁରରେ ୧୧ , ସୁନ୍ଦରଗଡ଼ରେ ୮୪ , ଷ୍ଟେଟ ପୁଲରେ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬ । ଏମାନଙ୍କ ଭିତରୁ ସୁସ୍ଥ ହେଲେଣି ୩, ୩୮, ୧୫୦ । ଏବେ ବି ୩୭୩୧ ସକ୍ରିୟ ଅଛନ୍ତି ।

ଅନ୍ୟପଟରେ ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିବେ ବୋଲି ଜଣାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିସନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ନିଆଯାଇପାରେ ବୋଲି କୁହାଯାଉଛି ।

ଏବେ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଏଭଳିସ୍ଥଳେ ରାଜ୍ୟରେ କରୋନା ଚେନକୁ ଭାଙ୍ଗିବାକୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି କରାଯାଇଛି । କିଛି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବଡ଼ ସମାବେଶ ଉପରେ କଟକଣା ଲଗାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବାଟା ଭଲ । ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ କୁହାଯାଇଛି ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ । ମେଡିସିନ ଓ ବେଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।ଜିଲ୍ଲାପାଳଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି ।

ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ କମିସନରମାନଙ୍କୁ କୁହାଯାଇଛି ସ୍ଥିତି ଦେଖି ନିଷ୍ପତ୍ତି ନେବା ଲାଗି । ଯେଉଁଠି ଆବଶ୍ୟକ ପଡ଼ିବ ସେଠି ପଦକ୍ଷେପ ନିଆଯିବ । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟ ଟେଷ୍ଟିଂ କରୁଛୁ । ତେଣୁ ଏବେ ଟେଷ୍ଟିଂ ଟିକିଏ କମ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ଆମେ ବଢ଼ାଇବୁ । ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କୁ ସଚେତନ କରାଯାଉଛି, କାମ ନଥିଲେ ପଡ଼ୋଶୀ ରାଜ୍ୟକୁ ନ ଯିବା ପାଇଁ କୁହାଯାଇଛି । ଅପରପକ୍ଷରେ ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ, ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି । ତେଣୁ ପୁଣି ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ । ଏହା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *