ମାଓବାଦୀଙ୍କ କବଜାରେ ଯବାନ

ବିଜାପୁର  : ଶନିବାର ଛତିଶଗଡ ବିଜାପୁରରେ ହୋଇଥିବା ମାଓ ହମଲାରେ ୨୨ ଯବାନ ସହିଦ ହୋଇଥିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଏନେଇ ଏବେ ଆଉ ଏକ ଘଟଣା ପଦାକୁ ଆସିଛି । ଏହି ଆକ୍ରମଣରେ ଜଣେ ଯବାନ ଏଯାବତ୍ ନିଖୋଜ ଥିଲେ । ତେବେ ସେହି ନିଖୋଜ ଯବାନଙ୍କ ଖବର ମିଳିଛି । ମାଓବାଦୀ ମାନେ ଉକ୍ତ ଯବାନଙ୍କୁ କାବୁ କରି ରଖିଛନ୍ତି ଏବଂ ସମୟ ଆସିଲେ ତାଙ୍କୁ ଛାଡିବେ ବୋଲି ମଧ୍ୟ କହିଛନ୍ତି । ଆଜି ଏନେଇ ଜଣେ ସାମ୍ବାଦିକଙ୍କୁ ଫୋନ୍ କଲ୍ ମାଧ୍ୟମରେ ଏହି ସୁଚନା ଦେଇଛନ୍ତି ମାଓବାଦୀ । ତାଙ୍କ ନାଁ ହେଲା ରାକେଶ୍ୱର ସିଂ ମନହସ୍ । ତେବେ ଗତ ତିନି ଦିନ ଧରି ତାଙ୍କୁ ମାଓବାଦୀ ମାନେ କାବୁ କରି ରଖିଥିବା ସେମାନେ ଖୋଦ୍ ସ୍ୱୀକାର କରିଛନ୍ତି ।

ସୁଚନାଯୋଗ୍ୟ, ଶନିବାର ଛତିଶଗଡରେ ବିଜାପୁରରେ ମାଓ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ମାଓବାଦୀ ମାନେ ପୁର୍ବରୁ ହିଁ ସଜାଗ ହୋଇ ଯବାନ ମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହା ଫଳରେ ୨୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୧ ଜଣ ଗୁରୁତର ଭାବେ ଆହାତ ହୋଇଥିଲେ । ଏହି ବଡ ଧରଣର ହମଲା ପଛରେ ହିଡମା ନାମକ ଏକ ମାଓବାଦୀର ହାତ ଥିବା ଜଣାପଡିଛି । ସେ ହିଁ ଏହି ହମଲାର ମାଷ୍ଟରମାଇଣ୍ଡ ବୋଲି ସୁଚନାରୁ ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *