ଗମ୍ଭାରିଆ ନାଳ ପୋଲ ଉପରେ ୫ଫୁଟ ଉଚ୍ଚତାର ବର୍ଷାପାଣି ପ୍ରବାହିତ ଜନଜୀବନ ପ୍ରଭାବିତ ,ଉଚ୍ଚତମ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ ।

ଗମ୍ଭାରିଆ ନାଳ ପୋଲ ଉପରେ ୫ଫୁଟ ଉଚ୍ଚତାର ବର୍ଷାପାଣି ପ୍ରବାହିତ ଜନଜୀବନ ପ୍ରଭାବିତ ,ଉଚ୍ଚତମ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ ।

ପରଜଙ୍ଗ: 03.08.23 BREAKING NEWS ODIA (report by nirmal gadanayak) ପରଜଙ୍ଗ ଅଞ୍ଚଳରେ ବର୍ଷାର ବିତ୍ପାତ , ସବୁ ଆଡ଼େ ଜଳମଗ୍ନ। ଅଧିକାଂଶ ଗାଁ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥା ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଳେଇ ଗ୍ରାମ ନିକଟରେ ରହିଥିବା ଗମ୍ଭାରିଆ ନାଳ ପୋଲର ପରିବେଶ। ଏହାର ପ୍ରଭାବରେ ଅଧିକାଂଶ ଗାଆଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ଉକ୍ତ ବ୍ଲକ ପିତିରି ଛକ ଠାରୁ ଖମାର ଦିଗକୁ ୧୪୯ ନମ୍ବର ଜାତୀୟ ରାଜପଥ ରହିଛି । ରାଜପଥରୁ କୁଲେଇ, ବସୁଲେଇ, ମାଣିକମରା ଗ୍ରାମ ସମେତ ଅନେକ ଗ୍ରାମକୁ ଯିବା ପାଇଁ ଏହି ରାସ୍ତାଟି ବିଗତ ଦିନରେ ମୁଖ୍ୟ ରାସ୍ତା ହୋଇ ରହିଥିଲା । ପର୍ଯ୍ୟାୟ କ୍ରମେ ଅଳ୍ପ ଦୂରରେ ଉକ୍ତ ରାଜପଥ କୁଲେଇ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ ଟର୍ଣ୍ଣଲ ପଏଣ୍ଟରୁ କେନାଲ ନିକଟରେ ଜଳସେଚନ ବିଭାଗ ଦ୍ଵାରା ସ୍ଵତନ୍ତ୍ର ରାସ୍ତା ନିର୍ମାଣ ହେବାରୁ ଏହି ରାସ୍ତାରେ ଜନସାଧାରଣଙ୍କ ଗମନାଗମନ କରିବାର ମୁଖ୍ୟ ରାସ୍ତା ପାଲଟିଗଲା ।ଯାହାକି କୁଲେଇ ଗ୍ରାମ ଦେଇ ଯାଇଥିବା ପୁରୁଣା ରାସ୍ତାଟି ଧୀରେ ଧୀରେ ଲୋକଙ୍କ ଯାତାୟତ ହ୍ରାସ ପାଇଥିଲା ତଥାପି ଏହି ରାସ୍ତାରେ ଆଜି ପର୍ଯ୍ୟନ୍ତ ଲୋକଙ୍କ ଯାତାୟତ ରହିଛି ।କାରଣ କୁଲେଇ ଗ୍ରାମ ନିକଟରେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଥିବା ରାଣାସ୍ପଞ୍ଜ ଆଇରନ କାରଖାନାକୁ ଶ୍ରମିକ ମାନେ ଯାତାୟାତ କରିବାର ଏହା ହେଉଛି କମ୍ ଦୁରତାର ବାଟ ।ବର୍ଷା ହେଲେ ଏହି ନାଳ ପୋଲ ଉପରେ ପାଣି ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତ କେନାଲ ରାସ୍ତାରେ ଯାଇ ଜାତୀୟ ରାଜପଥ ସହିତ ସଂଯୋଗ ହେଇ ବିଭିନ୍ନ ଦିଗକୁ ଯିବାସହ କମ୍ପାନୀକୁ ନିଜର କାର୍ଯ୍ୟ କରିବାକୁ ଆସିବାକୁ ପଡ଼ିଥାଏ। ଦୀର୍ଘ ବର୍ଷର ତଳଗାମି ହୋଇ ପଡିରହିଥିବା ଗମ୍ଭାରିଆ ନାଳ ପୋଲକୁ ଉଚ୍ଚତମ ପୋଲ ନିର୍ମାଣ କରିବା ଲାଗି ଅଞ୍ଚଳବାସୀ ବାରମ୍ବାର ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ଯାହାକି ବର୍ଷା ହେଲେ ଏହି ନାଳ ନିକଟରେ ବସବାସ କରି ରହୁଥିବା ସାହି ପଡୋଶୀ ମାନଙ୍କୁ ପାଣି ଠେଲି ହୋଇ ରହୁଥିବା ବେଳେ ଅଞ୍ଚଳର ଲୋକଙ୍କ ଯାତାୟତ କମ୍ପାନୀ ହେଉ କିମ୍ବା ଜାତୀୟ ରାଜପଥ ସହିତ ମିଶି ଅନ୍ୟତ୍ର ଯାତାୟତ କରିବା ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।ତୁରନ୍ତ ନିଚା ଅବସ୍ଥାରେ ରହିଥିବା ପୋଲକୁ ଉଚ୍ଚ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *