ଦଶାବତାର କଥାମୃତ ଓ ବିଶ୍ୱ କଳକୀ ଜୟନ୍ତୀ ଉଦଯାପିତ

ଦଶାବତାର କଥାମୃତ ଓ ବିଶ୍ୱ କଳକୀ ଜୟନ୍ତୀ ଉଦଯାପିତ
କଟକ : ତା.1.8.23 BREAKING NEWS ODIA (report by bijay kumar panda) ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ 22 ରୁ 31 ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି ! ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ! ଏଥିରୁ ଉଦ୍ଧାର ପାଇବା ପାଇଁ ସର୍ବଶକ୍ତିମାନ ଈଶ୍ୱର ଯୁଗାବତାର ଶ୍ରୀ କଳକୀରାମଙ୍କୁ ଭଜନ ଓ ସ୍ମରଣ କରିବା ବିଧେୟ ! ପ୍ରାରମ୍ଭରେ ସେନାର କୁଳପୁରୋହିତ ପଣ୍ଡିତ ହୃଷିକେଶ ପଣ୍ଡା ବେଦମନ୍ତ୍ର ଉଚ୍ଚାରଣ କରିବା ପରେ ଶ୍ରୀଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା ! ବରିଷ୍ଠ ଆଇନଜୀବି ଏସ. ପିନାକୀନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସତସଙ୍ଗରେ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଡକ୍ଟର ଜ୍ଞାନଗୁରୁ ଦାସ ମୁଖ୍ୟପ୍ରବକ୍ତା ଭାବେ ଯୋଗଦେଇ ଭଗବାନ ବ୍ୟାସଦେବଙ୍କ ଠାରୁ ଆରମ୍ଭକରି ବିଶ୍ୱବ୍ରହ୍ମାଣ୍ଡର ମହାନସନ୍ଥ ମହାପୁରୁଷ ଅଚ୍ୟୁତଙ୍କ ଦ୍ୱାରା ରଚିତ ବିଭିନ୍ନ ଶାସ୍ତ୍ରର ଉଦାହରଣ ଦେଇ ସାମାଜିକ ଚିତ୍ରର ଭୟାନକ ଘଟଣାବଳୀର ଭବିଷ୍ୟତବାଣୀ ପ୍ରଦାନ କରିଥିଲେ ! ଏହି ଅବସରରେ ସଦଗୁରୁ କଳକୀବାବାଙ୍କ ନିର୍ଦ୍ଦେଶରେ ଦଶଜଣ ସମାଜସେବୀ ଓ ଆଧ୍ୟାତ୍ମିକ ପ୍ରତିଭାଙ୍କୁ କଳକୀରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା ! ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ସର୍ବଶ୍ରୀ ଡାକ୍ତର ହରେକୃଷ୍ଣ ନାୟକ, ନିତ୍ୟାନନ୍ଦ ମିଶ୍ର, ବିଜୟ କୁମାର ସାମଲ, ଲଷ୍ମୀଧର ଦାସ, ମହେନ୍ଦ୍ର କୁମାର ମହାପାତ୍ର, ପ୍ରସନ୍ନ କୁମାର ମହାପାତ୍ର, ପଣ୍ଡିତ ନିରାକାର ପଣ୍ଡା, ଲିଙ୍ଗରାଜ ହାତୀ, ଅନିଲ ସିଂହ ଓ ଅମୁଲ୍ୟ ମହାରଣା ପ୍ରମୁଖ ! ସେହିପରି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସର୍ବଶ୍ରୀ ରବୀନ୍ଦ୍ରନାଥ ଦାସ, କିରଣ କୁମାର ଦାଶ, ବିଜୟ କୁମାର ମହାନ୍ତି, ରଂଜିତ ସିଂହ ଓ ନଜରୁଲ ଇସଲାମ ପ୍ରମୁଖ ସହାୟତା କରିଥିବାବେଳେ ସେନାର ଶକ୍ତି ବାହିନୀ ଆବାହିକା ଆଇନଜୀବି ବିଶ୍ୱଜିତା ଜେନା ଧନ୍ୟବାଦ ଦେଇଥିଲେ !

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *