କୋଟିଆରେ ଆନ୍ଧ୍ର କରିବ ଜିଲ୍ଲା ପରିଷଦ ଭୋଟ୍‌

କୋରାପୁଟ : ଗତ ଫେବୃଆରୀ ୧୩ରେ ବିବାଦୀୟ କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରି ଅଦାଲତ ଆଦେଶର ଅବମାନନା କରିଥିବାବେଳେ ବର୍ତମାନ୍ କୋଟିଆରେ ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରି ଆନ୍ଧ୍ର ପୁଣି ଦାଦାଗିରି ଦେଖାଇବାକୁ ଅପଚେଷ୍ଟା କରିଛି । ଆନ୍ଧ୍ର ପ୍ରଦେଶ ତରଫରୁ ଗତ ଫେବୃଆରୀ ୧୩ରେ ବିବାଦୀୟ କୋଟିଆ ପଂଚାୟତର ତଳଗେଇପଦର,ଫାଟୁସିନେରୀ ଏବଂ ଫଗୁଣସିନେରୀରେ ସରପଂଚ ନିର୍ବାଚନ ଆୟୋଜନ କରିଥିଲା । ସେତେବେଳେ ଆଈନ୍ଧ୍ରର ଏଭଳି ଏକ ପାଖିଆ ନିଷ୍ପତିକୁ ରାଜୟ ସରକାର ଓ ଜିଲା ପ୍ରଶାସନ ବିରୋଦ୍ଧ କରିବା ସହ ଜିଲା ପ୍ରଶାସନ ତରଫରୁ କୋରାପୁଟ ଜିଲାପାଳ ସର୍ବୋଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ । ହେଲେ ଆନ୍ଧ୍ର ପ୍ରସାସନ ସେତିକିରେ ଚୁପ୍ ନବସି ପୁଣି ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବାକୁ ଅଂଟା ଭିଡିଛି । ସୂଚନା ମୂତାବକ ଆନ୍ଦ୍ର ଏପ୍ରିଲ୍ ୮ରେ ହେବାକୁ ଥିବା ଜିଲା ପରିଷଦ ନିର୍ବାଚନରେ ଫାଟୁ ସିନେରୀ ଓ ଫଗୁଣସିନେରୀ ପଂଚାୟତର ଲୋକେ ତନୋମ୍ ଗାଁରେ ଭୋଟ୍ ଦେବେ ବୋଲି ଜଣା ପଡିଛି । ତଳ ଗେଇ ପଦର ପଂଚାୟତର ଲୋକେ ନେରେଡିବାଲସାରେ ଭୋଟ ଦେବା ଆୟୋଜନ କରା ଯାଇଛି ।

ଫଗୁଣସିନେରୀ ପଂଚାୟତର ସଲପଗୁଡା,ଏଗୁମାଣ୍ଡାଂଗି,ମହିପାଣି ଓ ଫଗୁଣସିନେରୀ ଗ୍ରାମର ୪୮୯ ଜଣ ମତଦାତା ତିନୋମରେ ଭୋଟ ଦେବାକୁ ଥିବାବେଳେ, ଡୋଳିଆମ୍ବମାଡକାର, କୋନାଦୋରା, ବର୍ଣନାପାଡୁ,ଚିକାପାରୁ, ନିମାଲପାଡୁ,କୋମେଟିବାଲସା, ଡଂକେଲବାଲସା,କତୁରୁ ଓ ଫାଟୁସିନେରା ଗ୍ରାମର ୧୦୨୫ଜଣ ଭୋଟର ମଧ୍ୟ ତିନୋମରେ ଭୋଟ୍ ଦେବେ ବୋଲି ଜଣା ପଡିଛି । ସେହିପରି ତଳ ଗେଇ ପଦର ପଂଚାୟତର, ଧୂଳିପଦର, ଦିଗୁସେମ୍ବି, ଏଗୁସେମ୍ବି, କୋଟିଆ,ରଣାସିଂ, ଉପରଗେଇପଦର, ସିମାଗେଡା, ପାନୁକୁଲାଭା, କୁକୁଡିପଦର ଏବଂ ତଳ ଗେଇ ପଦର ଗ୍ରାମର ୧୨୭୨ଜଣ ଭୋଟର ନେରେଡିବାଲସା ଗ୍ରାମରେ ଭୋଟ୍ ଦେବେ । ତେବେ ଆନ୍ଧ୍ରର ନିର୍ବାଚନ ଖବର ପାଇ ଜିଲାପାଳ ଅଦ୍ଦାଲ୍ ଏମ୍ ଅଖତର,ଏସପି ବରୁଣ ଗୁଂଟୁପାଲ୍ଲି, ପଟ୍ଟାଙ୍ଗି ବିଡିଓ ମନଲିଷା ଦେବତା ପ୍ରମୁଖ କୋଟିଆ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *