ଚାଳ ଛପର ଘର ପୋଡ଼ି ପାଉଁଶ |

ଚାଳ ଛପର ଘର ପୋଡ଼ି ପାଉଁଶ |

ଢେଙ୍କାନାଳ:25 .7.23 BREAKING NEWS ODIA(report by nirmala gadanayak) ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଦୁଇ ନମ୍ବର କଲୋନୀର ଦଳିତ ସାହିରେ ମଙ୍ଗଳବାର ଭୋର ସମୟରେ ଜନୈକ ୨ ବ୍ୟକ୍ତିଙ୍କ ଚାଳ ଛପର ଘରେ ନିଆଁ ଲାଗି ନିମିଷକ ମଧ୍ୟରେ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ରେ ପରିଣତ ହୋଇଯାଇଥିବା ଜଣାପଡିଛି ।ପ୍ରକାଶ ଥାଉକି ଉକ୍ତ କଲୋନୀର ନିର୍ମଳ ନାଏକ ଓ ନବୀନ ନାଏକ ନାମକ ୨ ବ୍ୟକ୍ତିଙ୍କ ଚାଳ ଛପର ଘରେ ହଠାତ୍ ନିଆଁ ଲାଗିବା କ୍ଷଣି ସାହି ପଡୋଶୀ ଲୋକମାନେ ଏହାକୁ ଦେଖି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିବା ସହ ପରଜଙ୍ଗ ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ ,ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ଯାହାକି ଏଥିରୁ ପାଖ ଘର ଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏଥିରେ ନିର୍ମଳ ଓ ନବୀନଙ୍କ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।ଘରେ ଥିବା ସମସ୍ତ ବିଦ୍ୟୁତ୍ ଚାଳିତ ଉପକରଣ ଗୁଡିକ ପୋଡ଼ି ଯାଇଥିବା ବେଳେ ଅନ୍ୟ ସମସ୍ତ ଆସବାବ ପତ୍ର ଗୁଡ଼ିକ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।ଖବର ପାଇ ଅଞ୍ଚଳର ଜଣାଶୁଣା ସମାଜସେବୀ ସମୀର ସାହୁ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *