ତେଲକୋଇ:25.07.23 BREAKING NEWS ODIA( ଶୁସିଲ କୁମାର ମହାନ୍ତି)ତେଲକୋଇରେ ପୁଣି ପଲ୍ସର ଲୁଟେରାଙ୍କ ଆତଙ୍କ। ଭିମକାଣ୍ଡ ଗାଁ ହାଟ ନିକଟରେ ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟିନେଲେ ୪୦ ହଜାର ଟଙ୍କା ସହିତ ଲାପଟପ ଓ ମୋବାଇଲ।ସୂଚନା ଅନୁଯାୟୀ ରତନ ଖୁଣ୍ଟିଆ ନାମକ ଯୁବକ ଆକୁଳ ଗାଁ ଏଟିଏମ ରୁ ଟଙ୍କା ଉଠାଇ କରଦାଙ୍ଗି ଗାଁରେ କରିଥିବା ମିନିବ୍ୟାଙ୍କ କୁ ଫେରୁଥିବା ବେଳେ ପଲ୍ସର ବାଇକ ରେ ଦୁଇଜଣ ଦୁର୍ବୃତ୍ତ ଆସି ରତନ କୁ ଅଟକାଇ ଥିଲେ ଏବଂ ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଓ ଲାପଟପ ନେଇ ବାଇକ ରେ ପଳାଇ ଯାଇଥିଲେ।ଖବର ପାଇ ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ନାକାବନ୍ଦି କରି ଚେକିଂ ଆରମ୍ଭ କରିଛି।
- ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ବୃକ୍ଷ ରୋପଣ|
- ଚାଳ ଛପର ଘର ପୋଡ଼ି ପାଉଁଶ |