ସହଦେବ ବିଦ୍ୟାପୀଠରେ ସାମର୍ଥ୍ୟ ତାଲିମ୍ ଶିବିର ଅନୁଷ୍ଠିତ

ସହଦେବ ବିଦ୍ୟାପୀଠରେ ସାମର୍ଥ୍ୟ ତାଲିମ୍ ଶିବିର ଅନୁଷ୍ଠିତ

ଢେଙ୍କାନାଳ:20.07.23(BREAKING NEWS ODIA)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସହଦେବ ବିଦ୍ୟାପୀଠରେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁଲାଇ ମାସର କୋଡ଼ିଏ ତାରିଖ ଠାରୁ ବାଇଶି ତାରିଖ ପର୍ଯ୍ୟନ୍ତ ତିନି ଧରି ସାମର୍ଥ୍ୟ ତାଲିମ୍ ଶିବିର ଅନୁଷ୍ଠିତ । ଆଜି ପ୍ରଥମ ଦିବସରେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ତାଲିମ ଶିବିର କୁ ଉଦ୍ ଘାଟନ କରିଥିଲେ ଓ ଉଦ୍ବୋଧନ ଦେଇଥିଲେ। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ଖଣ୍ଡା ଉପସ୍ଥିତ ହୋଇ ପଞ୍ଚାବନ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ଶିବିର ରେ ଉଦ୍ ବୋଧନ ଦେଇଥିଲେ। ଅନ୍ତର୍ନିବେଶି ଶିକ୍ଷା ମାଧ୍ୟମରେ ସେମାନଙ୍କ ର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସାହୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଖଣ୍ଡା‌ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବି,ଆର୍,ଟି, ବିଜୟ କୁମାର ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ‌ରାଉତ ଙ୍କ ସହିତ ସାଧନକର୍ମିମାନେ କାର୍ଯ୍ୟ କ୍ରମ ପରିଚାଳନା ‌କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *