ସୂର୍ଯ୍ୟକାନ୍ତ ୭ବର୍ଷରେ ଧରିଲେଣି ୮୦୦୦ ରୁ ଅଧିକ ସାପ।

 ସୂର୍ଯ୍ୟକାନ୍ତ ୭ବର୍ଷରେ ଧରିଲେଣି ୮୦୦୦ ରୁ ଅଧିକ ସାପ।
ଢେଙ୍କାନାଳ:19.07.23(BREAKING NEWS ODIA)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରାମେଶ୍ବର ପୁର ଠାରେ ସୂର୍ଯ୍ୟକାନ୍ତ ବେହେରା ଙ୍କ ଘର। ବୟସ ମାତ୍ର ୨୩ବର୍ଷ। ସେ ୭ବର୍ଷରେ ୮୦୦୦ ରୁ ଉର୍ଦ୍ଧ ସାପଙ୍କୁ ଉଦ୍ଧାର କରି ପ୍ରାକୃତିକ ଆବାସ ସ୍ଥାନରେ ଛାଡ଼ି ସାରିଲେଣି। ସେଥିପାଇଁ ସେ ସାଉଁନ୍ତୁଛନ୍ତି ଅନେକ ପ୍ରଶଂସା ଓ ତା ସହ ଅନେକ ସ୍ଥାନରୁ ପୁରସ୍କୃତ ମଧ୍ୟ ହେଉଛନ୍ତି। ସେ ଅଞ୍ଚଳରେ ସେ ଜଣେ ଭଲ ସମାଜ ସେବୀ ରୁପେ ପରିଚିତ। ସେ ସମାଜ ସେବୀ ଭାବେ ଯେତିକି ପରିଚିତ ତା ସହ ସେ ପରିବେଶ ବିତ୍ ସର୍ପ ଧରାଳି, ବନ୍ୟ ଜନ୍ତୁ ଓ ଗୃହ ପାଳିତ ପ୍ରାଣୀ ସୁରକ୍ଷାକାରୀ ଭାବେ ମଧ୍ୟ ତାଙ୍କର ସେତିକି ନାଁ ରହିଛି। ୨୦୧୮ ମସିହାରୁ ସେ ସାପ ଧରିବା ଆରମ୍ଭ କରିଥିବା ବେଳେ ଇତି ମଧ୍ୟରୁ ୮୦୦୦ ରୁ ଉର୍ଦ୍ଧ ସାପ ଉଦ୍ଧାର କରିସାରିଲେଣି। ଅହିରାଜ, ଅଜଗର,ନାଗ, ତଂପ,ବୋଡା,ରଣା ଓ ଚୀତି ଆଦି ବିଷାକ୍ତ ସାପ କୁସେ ଉଦ୍ଧାର କରି ପ୍ରାକୃତିକ ଅବଶସ୍ଥଳରେ ଚାଡ଼ିଛନ୍ତ। ରାମେଶ୍ବର ପୁର ଠାରୁ ଧରି ଢେଙ୍କାନାଳ ଜିଲ୍ଲା ସମେତ ଓ ଜିଲ୍ଲା ବାହାରେ କୌଣସି ଅଞ୍ଚଳ ରେ ବା ବ୍ୟକ୍ତିଙ୍କ ଘରେ,ଦୋକାନ କିମ୍ବା ଅଫିସ ରେ ସାପ ପଶିଲେ ତୁରନ୍ତ ସୂର୍ଯ୍ୟଙ୍କୁ ଖୋଜା ପଡେ। ଖବର ପାଇଲା ମାତ୍ରେ ସେ ସାପ କୁ ଉଦ୍ଧାର କରି ବାନ ବିଭାଗ କୁ ଖବର ଦେଇଥାନ୍ତି। ସେ ଥରେ ବିଷଧର ସାପ ଆଘାତ ର ଶିକାର ହୋଇଥିବା ବେଳେ ଉଚିତ୍ ସମୟରେ ଚିକିସ୍ତ୍ୟା କରିବା ଯୋଗୁଁ ନିଚିନ୍ତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ବୋଲି ସେ କହିଛନ୍ତି। ସେ ଏକ ବନ୍ୟ ଜନ୍ତୁ ଓ ସାପ ଉଦ୍ଧାର କରି ଦଳ ର ଜଣେ ଭଲ ସଦସ୍ୟ ଭାବେ କାମ କରନ୍ତି। ଯେଉଁ ଦଳ ବିଭିନ୍ନ ଶିକ୍ଷା ଅନୁଷ୍ଠାନ କୁ ଯାଇ ସର୍ପ ସମ୍ପର୍କିତ ସଚେତନ ବାର୍ତ୍ତା ଦେଉଛନ୍ତି।ଏହା ସହ ସେ ଦଳ ର ଅନ୍ୟ ସଦସ୍ୟ ମାନଙ୍କ ସହ ମିଶି ଅବହେଳିତ ଅସହ୍ୟ ବୁଲା ପ୍ରାଣୀ ଙ୍କ ଯତ୍ନ ଓ ଖାଦ୍ୟ ପେୟ ସହ ଜଙ୍ଗଲ ର ଚାରା ରୋପଣ କରିଥିବାରୁ ବିଭିନ୍ନ ସ୍ଥାନରେ ସମ୍ବୋଧିର୍ତ ମଧ୍ଯ ହେଉଛନ୍ତି। ଏଭଳି କାର୍ଯ୍ୟ ପାଇଁ ଢେଙ୍କାନାଳ ବାନ ବିଭାଗ ସହଯୋଗ କରିଥିବାରୁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ସୂର୍ଯ୍ୟକାନ୍ତ ବେହେରା । ହେଲେ ଅତି ଦୁଃଖ ର କଥା ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସାହଯ୍ୟ ପାଇ ପାରିନାହାନ୍ତି ସୂର୍ଯ୍ୟ । ସେ ସରକାରଙ୍କୁ ଏତିକି ଅନୁରୋଧ କରୁଛନ୍ତି ତାଙ୍କୁ କୌଣସି କ୍ଷେତ୍ର ରେ ସରକାରୀ ସାହାଯ୍ୟ ମିଳିଲେ ସେ ଆଗ କୁ ଅନେକ କିଛି ସମାଜ ପାଇଁ କରିବା କୁ ଆଶା ରଖିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *