ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ନବେଦଶକର ରେଭେନ୍ସାଭିୟାନ୍ ମାନଙ୍କ ତରଫରୁ ସ୍ମୃତିଚାରଣ ସଭା

 ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ନବେଦଶକର ରେଭେନ୍ସାଭିୟାନ୍ ମାନଙ୍କ ତରଫରୁ ସ୍ମୃତିଚାରଣ ସଭା

କଟକ:17.07.23(Breakingnewsodia) ବକ୍ସିବଜାର ସ୍ଥିତ ପାନ୍ଥନିବାସରେ ପ୍ରକୃତିବନ୍ଧୁ, ସମାଜସେବୀ, ପରିବେଶ ପ୍ରେମୀ ,ଆଇନଜୀବି, ରେଭେନ୍ସାଭିଆନ୍ ତଥା ନବେଦଶକର ଛାତ୍ରନେତା ବିଭୁଦତ୍ତ ଜେନାଙ୍କ ଏକାଦଶାହ ତିଥିରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।”୧୯୯୦ ରେଭେନ୍ସା” ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ “ଶ୍ରଦ୍ଧାଞ୍ଜଳୀ ସଭା” ଶିକ୍ଷାବିତ ତଥା ସମାଜସେବୀ ପ୍ରଭାତ ନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ନିରଞ୍ଜନ ବାରିକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବାବେଳେ ଚୌଦ୍ବାରକଲେଜ ବାଣିଜ୍ଯ ବିଭାଗର ମୂଖ୍ଯ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ଓ ଅଶୀ ଦଶକର ଛାତ୍ର ନେତା ଆଇନିଜିବୀ ବଦ୍ରିନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭୁଦତ୍ତଜେନାଙ୍କ ଦୁଃସାହସିକ ଜୀବନ ଉପରେ ବକ୍ତାମାନେ ଆଲୋଚନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ବିଭୁଦତ୍ତଙ୍କ ଚପଳ ଛାତ୍ର ଜୀବନ , ଜଣେ ସର୍ପ ରକ୍ଷକ ତଥା ପରିବେଶ ପ୍ରେମୀ ଭାବେ ସମଗ୍ର ଓଡ଼ିଶାରେ ଖ୍ଯାତ ବୋଲି ମଞ୍ଚାସୀନ ବକ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ। ନବେ ଦଶକର ରେଭେନ୍ସାର ସହପାଠୀ,ପୁରାତନ ବନ୍ଧୁ, ପୂର୍ବତନ ଛାତ୍ରନେତା,ପ୍ରାଧ୍ୟାପକ ଓ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମାନଙ୍କ ଗହଣରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାକକ୍ଷଟି ବିଭୁଦତ୍ତ ଜେନାଙ୍କ ଅବର୍ତ୍ତମାନରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।ସ୍ମୃତି ସଭା ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଶୋକାକୁଳ ପରିବେଶ ଭିତରେ କଟକ ସହରର ଜଣାଶୁଣା ରାଜନେତା ,ଶିକ୍ଷାବିତ୍, ତଥା ସମାଜସେବୀ ଶୁଭେନ୍ଦୁ ମହାନ୍ତି, ମହାନ୍ ବିପ୍ଳବୀ, ସମାଜସେବୀ ତଥା ରେଭେନ୍ସା କଲେଜର ପ୍ରାକ୍ତନ ଛାତ୍ର ସଂସଦର ସଭାପତି ତପନ ମିଶ୍ର , ଆଇନଜୀବୀ ତଥା ଅଶୀ ଦଶକର ଛାତ୍ର ନେତା କୃଷ୍ଣ ଚନ୍ଦ୍ର ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପ୍ରଧାନ,ଶିକ୍ଷାବିତ୍ ସୁଜିତ ସେନାପତି, ଓଡ଼ିଶା ସରକାରୀ ଛାପାଖାନା ର ଉପବିଭାଗୀୟ ଅଧିକାରୀ ସନ୍ତୋଷ ବାରିକ, ସମାଜସେବୀ ସନ୍ତୋଷ ଜେଠୀ ,ସଂଗ୍ରାମୀ ସରୋଜ ବେହେରା, ସଂଜୟ ରଥ ,ବିଭାସ ମହାନ୍ତି, ରାଜନେତା ଅମ୍ବିକା ସାମଲ, ଶିକ୍ଷାବିତ ପରେଷ ଦାସ, ଜନ୍ମେଜୟ ବରାଳ, ପାର୍ଥ ମୁଖାର୍ଜୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ।ତାଙ୍କର ଅମ୍ଳାନ କିର୍ତ୍ତୀ ଓ କୃତି ପାଇଁ ସେ ସର୍ବଦା ଅମର ହୋଇ ରହିବେ ବୋଲି ବକ୍ତା ମାନେ ନିଜ ନିଜର ଅଭିଭାଷଣରେ କହିଥିଲେ। ଓଡ଼ିଶା ସରକାରୀ ଛାପାଖାନାର ଉପବିଭାଗ ଅଧିକାରୀ ତଥା ନବେ ଦଶକର ଛାତ୍ର ନେତା ସମାଜସେବୀ ପ୍ରଭାତ ଦେବତା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଜୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *