ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌

ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌

କଟକ:16.07.23(Breaking newsd odia) ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଆସନ୍ତା ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି । ଏଥି ପାଇଁ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷ ର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି । ଅରିନ୍ଦମ ବାବୁ ଭାଇଜାନ୍ ପରେ କିଛିଦିନର ନିରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି । ଫିଲ୍ମର ପରବର୍ତ୍ତୀ ପ୍ରେସ୍ ଇସ୍ତାହାରରେ ଷ୍ଟାର କାଷ୍ଟ ତଥା ଫିଲ୍ମର ନାଁ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ରଟି ଦଶହରାରେ ମୁଜ୍‌ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି । ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନରର କ୍ରି୍‌ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *