ପକ୍କା ରାସ୍ତା ଓ ପାନୀୟ ଜଳ ପାଇଁ ଚମଦଳ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଗୁହାରୀ

ପକ୍କା ରାସ୍ତା ଓ ପାନୀୟ ଜଳ ପାଇଁ ଚମଦଳ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଗୁହାରୀ|
 
 ଢେଙ୍କାନାଳ, ୩୦/୬; ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପକ୍କାରାସ୍ତା ନିର୍ମାଣ ଓ ପାନୀୟ ଜଳ ଯୋଗାଣ ନିମନ୍ତେ ଚମଦଳ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଏକ ଲିଖତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଗଁଦିଆ ବ୍ଲକ୍ ଅନ୍ତର୍ଗତ କାବରା ଗ୍ରାମପଂଚାୟତ ଅନ୍ତର୍ଗତ ଚମଦଳ ଗ୍ରାମରେ ପ୍ରାୟ ଏକ ହଜାର ରୁ ଅଧିକ ଲୋକ ବାସ କରିଥାନ୍ତି । ଚିଗୁଳେଇ ଗ୍ରାମ ଠାରୁ ଚମଦଳ ଓ ତାହିସାହି ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୨ କି.ମି. ରାସ୍ତା କଳା ମାଟି ଓ ଅଣଓସାରିଆ ରାସ୍ତା ରହିଅଛି । ଏହି ଦୁଇ ଗ୍ରାମ ଓ ହରତିବେରଣା ଗ୍ରାମର ପିଲାମାନେ ବିଦ୍ୟାଳୟକୁ ପାଠପଢିବା ଏବଂ ଲୋକମାନେ ଯୋରନ୍ଦାର ମୁଖ୍ୟ ରାସ୍ତାକୁ ଯିବା ଓ ଆସିବା ପାଇଁ ବହୁତ ଅସୁବିଧା ହେଉଅଛି । ବର୍ଷାଦିନେ ରାସ୍ତାଟି କାଦୁଅ ପାଣି ହେଉଥିବାରୁ ସ୍କୁଲ ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ କୃଷ୍ଟ ହେଉଅଛି । ଏହି ରାସ୍ତାରେ ଖାଲ ଖମାଣ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଉକ୍ତ ଗ୍ରାମରେ ବସୁଧ ଯୋଜନାରେ ସରକାରଙ୍କ ତରଫରୁ ପାଣି ଯୋଗାଇ ଦେବା ପାଇଁ ଆଜିକୁ ପ୍ରାୟ ୫ ବର୍ଷ ହେବ ପାଣି ପାଇପ୍ ପଡିଅଛି । କିନ୍ତୁ ଦୁଃଖର ବିଷୟ ପାଣି ପାଇ ପାରୁନାହାଁନ୍ତି । ଗ୍ରାମର ଲୋକମାନେ ଚୁଆ ପାଣି ପିଇବା ଦ୍ଵାରା ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ଖରାଦିନେ ପାଣି ପାଇଁ ଗ୍ରାମର ଲୋକମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଦୁଇ ଗ୍ରାମ ଚମଦଳ ଓ ଡାହିସାହିର ଲୋକମାନେ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ଜଣାଇଛନ୍ତି । ଯଦି ଆଗାମୀ ଦିନରେ ପକ୍କା ରାସ୍ତା ଓ ପାଣିର ସୁବିଧା ନହୁଏ ତେବେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ସ୍ଥିର କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ବେଳେ ଗ୍ରାମର ବିଦୁର ଭୋଇ, ପ୍ରକାଶ ସାହୁ, ରତ୍ନାକର ଭୋଇ, ବୀରବର ଭୋଇ, ବାବୁଲି ସୃଷ୍ଟି ଓ ଯୁଗଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *