The Indian Institute of Architects (IIA), Odisha chapter hosting “KSHITIJ” The Rising Architectural Horizon EASTERN REGIONAL CONFERENCE-2022

ଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍‌ (ଆଇଆଇଏ) ଓଡ଼ିଶା ଚାପ୍ଟର ପକ୍ଷରୁ “କ୍ଷୀତିଜ’ ଉଦୀୟମାନ ସ୍ଥାପତ୍ୟ ଦିଗବଳୟ’ ଆୟୋଜିତ
ପୂର୍ବାଂଚଳ ସମ୍ମିଳନୀ-୨୦୨୨

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ “କ୍ଷୀତିଜ୍‌’ ପୂର୍ବାଚଂଳ ସମ୍ମିଳନୀ ୨୦୨୨କୁ ଭୁବନେଶ୍ୱରର ମେ’ଫେୟାର କନ୍‌ଭେନ୍‌ସନ୍‌
ସେଂଟରରେ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ସ୍ଥପତି ବିଭୁତି ମହାପାତ୍ର ମଂଚାସୀନ ବିଶିଷ୍ଟ ସ୍ଥପତି ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ହେମନ୍ତ କୁମାର ଶର୍ମା
କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଆଇଆଇଏ ସଭାପତି ସିଆର ରାଜ ଓ ଓଡ଼ିଶାର ଚାପ୍ଟର ଅଧ୍ୟକ୍ଷ ସ୍ଥପତି ରାଜକନୱର ନାୟକଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଚାପ୍ଟରର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ହେମନ୍ତ ଶର୍ମା କହିଛନ୍ତି ଯେ ଏହି ସମ୍ମିଳନୀର ବିଷୟବସ୍ତୁ “ଉଦୀୟମାନ ସ୍ଥାପତୃ ଦିଗବଳୟ’ ବେଶ ଆକର୍ଷଣୀୟ ଯାହା ସ୍ଥାପତ୍ୟ କଳାର ଅତୀତ, ବର୍ତମାନର ଆହ୍ୱାନ ଓ ଅଭିନବ ଚିନ୍ତାଧାରାର ଶ୍ରେଷ୍ଠ ବ୍ୟବସ୍ଥାକୁ ନେଇ ଜ୍ଞାନକୁ ଉପସ୍ଥାପନ କରାଯାଉଛି । ଅଂଶଗ୍ରହଣକାରୀ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସ୍ଥପତିଙ୍କ ଗଭୀର ଜ୍ଞାନ ଭବିଷ୍ୟତର ସ୍ଥାପତ୍ୟ ପ୍ରଥାକୁ ଆକାର ପ୍ରଦାନ କରିବା ଏବଂ ନିରନ୍ତର ସହର ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’ ଏହି ଅନୁସାରେ ଆଇଆଇଏର ସଭାପତି ସ୍ଥପତି ସି ଆର୍ ରାଜୁ କହିଛନ୍ତି ଯେ ସ୍ଥାପତ୍ୟ ଶ୍ରେଷ୍ଠତା ହାସଲ କରିବା କେବଳ ଏକ କୋଟା ଡିଜାଇନ୍ କରିବା କିମ୍ବା ଦୈନନ୍ଦୀନ ଜୀବନରେ ପରିବର୍ତନ ଆଣିବା ଲାଗି ତାହାକୁ ଉପସ୍ଥାପନ କରିବାଠାରୁ ବହୁତ କିଛି । ଆଇଆଇଏ ଓଡ଼ିଶାର ଅଧ୍ୟକ୍ଷ ସ୍ଥପତି ରାଜ କନୱର ନାୟକ କାର୍ଯ୍ୟକ୍ରମ ଓ ଏହାର ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଓ ଝାଡ଼ଖଣ୍ଡକୁ ନେଇ ଗଠିତ ପୂର୍ବାଂଚଳ ଜୋନ୍ ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଆର୍କିଟେକ୍ଟସ୍‌ର ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ଇଆର୍‌ସି । ଆମ ଦେଶ, ସମାଜ, ଅର୍ଥନୀତି ଓ ସଂସ୍କୃତିର ନିରନ୍ତର ଓ ସୁସଂଗଠିତ ଅଭିବୃଦ୍ଧି ଲାଗି ସଦସ୍ୟଙ୍କ ସ୍ୱାର୍ଥ ଓ ସେମାନଙ୍କ ପେସାଦାର ମାନରେ ଉନ୍ନତି ଆଣିବା ଏବଂ ସ୍ଥାପତ୍ୟ ଓ ସ୍ଥାପତ୍ୟ କଳାର ମୂଲ୍ୟବୋଧକୁ
ବଢ଼ାଇବା ଓ ତାହାର ପ୍ରଚାର କରିବା ଲାଗି ଏହି ସମ୍ମିଳନୀରେ ଲକ୍ଷ୍ୟ ରଖାଯାଇଛି ।’’ବିଶିଷ୍ଟ ସ୍ଥପତି ରାଜ ରେୱାଲ କହିଛନ୍ତି ଯେ ଯେ ବିଷୟବସ୍ତୁ “କ୍ଷୀତିଜ, ଏକ ଉଦୀୟମାନ ସ୍ଥାପତ୍ୟ ଦିଗବଳୟ’ ଆମ ଚମତ୍କାର ଓ ପ୍ରଗତିଶୀଳ ପେସାକୁ ପ୍ରତିଫଳିତ କରୁଛି । ସମ୍ମିଳନୀର ଢାଂଚା ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ଥପତି, ବକ୍ତା, ଅତିଥି, ବୈଷୟିକ ସହଯୋଗୀ ଏବଂ ପ୍ରାକ୍ଟିସନର, ଛାତ୍ରଛାତ୍ରୀ, ସେପାଦାର, ଶିଳ୍ପ ଏବଂ କର୍ତୃପକ୍ଷଙ୍କ ମଧ୍ୟରେ ମୂଲ୍ୟବାନ ଭାବର ଆଦାନପ୍ରଦାନ ଲାଗି ସୁଯୋଗ ପ୍ରଦାନ କରୁଛି ।’’
ଇଆରସିର ଆୟୋଜନ ସମ୍ପାଦକ ସ୍ଥପତି ସ୍ୱପ୍ନଦତ ମହାନ୍ତି ମୁଖ୍ୟ ଅତିଥି, ମଂଚାସୀନ ବିଶିଷ୍ଟ ସ୍ଥପତି ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *