Jindal Steel & Power wins FICCI CSR Award for Fight against COVID-19
କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ
ନୂଆଦିଲ୍ଲୀ / ଭୁବନେଶ୍ୱର, ଡିସେମ୍ବର ୧୩, ୨୦୨୨:
କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରାଯାଇଛି | ଗତ କାଲି (୧୨ ଡିସେମ୍ବର, ୨୦୨୨)ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଫିକି ଏହି ଅବସରରେ ସିଏସଆରର ଅଧ୍ୟକ୍ଷା ପଦ୍ମ ଭୂଷଣ ଶ୍ରୀମତୀ ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ।
ଭାରତରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଜନସାଧାରଣ ତଥା ସରକାରଙ୍କୁ ସମର୍ଥନ କରି ବହୁମୁଖୀ ପଦକ୍ଷେପ ଗ୍ରହଣ କରିବାରେ ଭାରତର ଅଳ୍ପକିଛି ସଂସ୍ଥା ମଧ୍ୟରେ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଅନ୍ଯତମ ଥିଲା । ଭାରତରେ ମହାମାରୀ ଆରମ୍ଭ ହେବା ପରେ ଗରିବ ଏବଂ ଅସୁରକ୍ଷିତ ଲୋକଙ୍କ ଦୁର୍ଦଶା ଦୂର କରିବା ପାଇଁ ଏହାର ସିଏସଆର ସଂଗଠନ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ମଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।
ଜେଏସପିର ସିଏସଆର ଟିମକୁ ଅଭିନନ୍ଦନ ଜଣାଇ, ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “କୋଭିଡ-୧୯ ମହାମାରୀ ସମଗ୍ର ଦେଶର ସମାଜ, ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରଭାବ ପକାଇଥିଲା। ଗରୀବ ଏବଂ ଅସୁରକ୍ଷିତ ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ। ଜଣେ ଦାୟିତ୍ବ ବାନ କର୍ପୋରେଟ୍ ନାଗରିକ ଭାବରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଏବଂ ଜେଏସପି ଫାଉଣ୍ଡେସନ ସ୍ୱାସ୍ଥ୍ୟ ସେବା ସୁବିଧା କରିବା, ତରଳ ମେଡିକାଲ ଅମ୍ଳଜାନ ଯୋଗାଇବା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ଭଳି ବହୁବିଧ ଉଦ୍ୟମ କରିଥିଲା” । ବହୁସ୍ତରୀୟ କଠୋର ଚୟନ ପ୍ରକ୍ରିୟା ଉପରେ ଆଧାରିତ ଏହି ଜାତୀୟ ପୁରସ୍କାର ପାଇଁ ସେ ଜୁରି ସଦସ୍ୟ ଏବଂ ଫିକିକୁ ଧନ୍ୟବାଦ ଦେଇଥିଲେ |
କୋଭିଡ-୧୯ ମହାମାରୀ ଯୋଗୁଁ ଲକଡାଉନ୍ ଘୋଷଣା ପରେ ତୁରନ୍ତ ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ଜେଏସପି ପକ୍ଷରୁ ‘ମିଶନ୍ ଜିରୋ କ୍ଷୁଧା’ ଆରମ୍ଭ କରଯାଇଥିଲା । ପରେ ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସଂପ୍ରସାରଣ କରାଯାଇ ୨୦ ଲକ୍ଷରୁ ଅଧିକ ଭୋଜନ ଯୋଗାଇ ଦିଆଯାଇଥିଲା ।
ମହାମାରୀର ତୃତୀୟ ଲହର ସମୟରେ ଜେଏସପି ୧୩ଟି ରାଜ୍ୟକୁ ସଡକପଥ ଏବଂ ଭାରତୀୟ ରେଳବାଇର ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ୫୦୦୦ ଟନ୍ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ ଯୋଗାଉଥିଲା । ତରଳ ମେଡିକାଲ ଅମ୍ଳଜାନ ପରିବହନ ପାଇଁ ଓଡିଶା ସରକାରଙ୍କୁ ଦୁଇଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ମଧ୍ୟ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ସେବା ପାଇଁ, ଜେଏସପି ଛତିଶଗଡରେ ଥିବା ଏହାର ଫୋର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲ୍ ରେ ଏବଂ ଅନୁଗୁଳରେ କୋଭିଡ କେୟାର ସେଣ୍ଟରରେ ୭୦୦ ଅମ୍ଳଜାନ ସଂଯୁକ୍ତ ଶଯ୍ୟାର ସୁବିଧା କରିଥିଲା । ଅନୁଗୁଳ କୋଭିଡ କେୟାର ସେଣ୍ଟରରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ସୁବିଧା କରଯାଇଥିଲା। ଏହା ବ୍ୟତୀତ ଜେଏସପି ଫାଉଣ୍ଡେସନ ଜନସାଧାରଣ ଏବଂ କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଫେସମାସ୍କ ଏବଂ ହଜାର ହଜାର ଲିଟର ସାନିଟାଇଜର ବଣ୍ଟନ କରିଥିଲା । ଏକାଧିକ ଟାଇ-ଅପ୍ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର କୃଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଦ୍ଵାରା ଉତ୍ପାଦନ କରାଯାଉଥିବା ବିଭିନ୍ନ ସାମଗ୍ରୀର ବିକ୍ରୟ ତଥା ସେମାନଙ୍କର ରୋଜଗାରକୁ ସୁରକ୍ଷିତ ରଖିବାରେ ଜେଏସପି ଫାଉଣ୍ଡେସନ ସହାୟତା କରିଥିଲା । କୋଭିଡ-୧୯ ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ପୋଷଣ ପାଇଁ ଛତିଶଗଡର ତମନାରରେ ପୁଅ ଏବଂ ଝିଅମାନଙ୍କ ପାଇଁ ଜେଏସପି ପକ୍ଷରୁ ପୃଥକ ଭାବରେ ଦୁଇଟି ଚିଲଡ୍ରେନ ହୋମ ସ୍ଥାପନ କରାଯାଇଛି |