Honda Motorcycle & Scooter India registers 38% growth, Closes November’22 with 373,221-unit sales

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍‌ ଇଣ୍ଡିଆର ନଭେମ୍ବରରେ ୩୮% ବୃଦ୍ଧି ସହ ୩୭୩,୨୨୧ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନଭେମ୍ବର ମାସରେ ୩୭୩,୨୨୧ ଗାଡ଼ି ବିକ୍ରି କରାଯାଇଛି । ଗତବର୍ଷ ଏହି ସମୟରେ କଂପାନି ୨୫୬,୧୭୪ ଗାଡ଼ି ବିକ୍ରି କରିଥିଲା । ଗତବର୍ଷ ନଭେମ୍ବର ତୁଳନାରେ ଚଳିତ ବର୍ଷ ଗାଡ଼ି ବିକ୍ରିରେ ୩୮% ବୃଦ୍ଧି ହୋଇଛି । ୨୦୨୨ ନଭେମ୍ବରରେ ଦେଶ ଭିତରେ କଂପାନି ୩୫୩,୫୪୦ ଗାଡ଼ି ବିକ୍ରି କରିଥିବା ବେଳେ ୧୯,୬୮୧ ଗାଡ଼ି ରପ୍ତାନି କରିଛି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀଯୁକ୍ତ ଆତ୍‌ସୁସି ଓଗାତା କହିଛନ୍ତି ଯେ, “ଏକ ସଫଳ ଉତ୍ସବ ଋତୁ ପରେ ବଜାରରେ ନିରନ୍ତର ଚାହିଦା ଜାରି
ରହିଥିବା ଏଚ୍‌ଏମ୍‌ଏସ୍‌ଆଇ ହୃଦୟଙ୍ଗମ କରିଛି । ସହରାଚଂଳରେ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଖୋଲିବା ଏବଂ ଅଧିକରୁ ଅଧିକ ଲୋକ ବାହାରକୁ ବାହାରିବା ପରେ ଯାତାୟାତ ଆବଶ୍ୟକତାରେ ଏବେ ବୃଦ୍ଧି ହୋଇଛି । ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଜାରି ରହିଛି ଏବଂ ଆମ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସର୍ବଦା ଚାହୁଛୁ । ଆମ ଗ୍ରାହକମାନଙ୍କୁ ଉଲ୍ଲସିତ କରିବା ଲକ୍ଷ୍ୟ ନେଇ ସାରା ଭାରତରେ ନୂଆ ଆଉଟ୍‌ଲେଟ୍‌ର ଉଦ୍‌ଘାଟନ କରିବା ସହ ଆମେ ଦୂରଦୂରାନ୍ତ ଉପସ୍ଥିତିକୁ ନିରନ୍ତର ଭାବେ ସମ୍ପ୍ରସାରିତ କରୁଛୁ ।’’ ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତରପ୍ରଦେଶରେ ଦ୍ରୁତ ଗତିରେ ଗ୍ରାହକମାନଙ୍କ ବିଶ୍ୱାସ ଓ ଭଲ ପାଇବା ହାସଲ କରି କଂପାନି ୪୦ ଲକ୍ଷ ବିକ୍ରି ମାଇଲଖୁଂଟ ହାସଲ କରିଛି । କଂପାନି ପକ୍ଷରୁ ନଭେମ୍ବର ମାସରେ କର୍ଣ୍ଣାଟକର ବାଙ୍ଗାଲୋର ଓ
ହୁବାଲିଠାରେ ହୋଣ୍ଡା ବିଗ୍‌ୱିଙ୍ଗ୍ ନେଟ୍‌ୱର୍କର ସମ୍ପ୍ରସାରଣ କରାଯାଇଛି । ଦିଲ୍ଲୀ ଟ୍ରାଫିକ୍ ତାଲିମ ପାର୍କର ଅ୍‌ଷ୍ଟମ ବାର୍ଷିକୀକୁ କଂପାନି ପାଳନ କରିଛି । ଆସାମର ଗୌହାଟି, ମଧ୍ୟପ୍ରଦେଶର ଭୋପାଳ, ରାଜସ୍ଥାନର ଭିଲୱାରା ଏବଂ ହରିୟାଣାର କୁରୁକ୍ଷେତ୍ରରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ମୋଟରସ୍ପୋର୍ଟସ୍‌ରେ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି)ର ୨୦୨୨ ସିଜନ୍‌କୁ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ସକାରାତ୍ମକ ଢଙ୍ଗରେ ଶେଷ କରିଛି । ଚାମ୍ପିଆନ୍‌ସିପ୍‌ର ଏସିଆ ପ୍ରଡକ୍ସନ୍ ୨୫୦ ସିସି ଶ୍ରେଣୀରେ ହୋଣ୍ଡାର ଚାଳକ ରାଜୀବ ସେତୁ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହି ରେସ୍ ଶେଷ କରିଛନ୍ତି । ଆନ୍ତର୍ଜାତିକ ଚାଳକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ସେନ୍ଥିଲ କୁମାର ୧୪ତମ ସ୍ଥାନରେ ରହି ରେସ୍ ଶେଷ କରିବା ସହ ଦୁଇ ପଏଂଟ୍ ପାଇଛନ୍ତି । ରେପସଲ୍ ହୋଣ୍ଡା ଟିମ୍‌ର ଉଭୟ ଚାଳକ ମାର୍କ ମାକ୍ୱେର୍ଜ୍ ଓ ପୋଲ୍ ଏସ୍‌ପାର୍ଗାରୋ ରେସ୍‌ ଶେଷ କରିପାରିନଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *