ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଜରିଆରେ ମେକ୍ ଇନ୍ ଓଡ଼ିଶା ପାଇଁ ପ୍ରତିବଦ୍ଧ

ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଜରିଆରେ ମେକ୍ ଇନ୍ ଓଡ଼ିଶା ପାଇଁ ପ୍ରତିବଦ୍ଧ
ଭୁବନେଶ୍ୱର: ସାରା ଦେଶରେ ୯ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଜରିଆରେ ଓଡ଼ିଶା ସରକାରଙ୍କ ମେକ୍ ଇନ୍ ଓଡ଼ିଶା ସ୍ୱପ୍ନକୁ ସାକାର କରୁଛନ୍ତି । ଓଡ଼ିଶା ଡିସ୍‌କମ୍‌ଗୁଡ଼ିକୁ ଅଧିଗ୍ରହଣ କରିବାପରଠାରୁ ଗତ ଦୁଇ ବର୍ଷ ଭିତରେ କଂପାନି ବିଦ୍ୟୁତ ଯୋଗାଣର ଭରସାଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ ବିଦ୍ୟୁତ ବଂଟନର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।“ରାଜ୍ୟର ବିଦ୍ୟୁତ ଯୋଗାଣ ନେଟୱର୍କର ଆମେ ସମ୍ପୂର୍ଣ୍ଣ ଅନୁଶୀଳନ କରିଛୁ ଏବଂ ପ୍ରମୁଖ ସମସ୍ୟା ଓ ଆବଶ୍ୟକ ହେଉଥିବା ଉନ୍ନତୀକରଣକୁ ଚିହ୍ନଟ କରିଛୁ ଯାହା ରାଜ୍ୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବାରେ ସହାୟକ ହୋଇଛି । ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସମେତ ଆମର ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆମେ ଆମର ପୁଂଜି ବ୍ୟୟ ନିବେଶକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହୋଇଛୁ” ବୋଲି ଟାଟା ପାୱାରର ସଭାପତି-ଟିଆଣ୍ଡ୍‌ଡି ଶ୍ରୀଯୁକ୍ତ ସଂଜୟ ବାଙ୍ଗା କହିଛନ୍ତି ।  ନେଟ୍‌ୱର୍କ ଓ ଭିତିଭୂମିରେ ଉନ୍ନତୀକରଣ ଓ ବୃଦ୍ଧି, ବୈଷୟକ ସମନ୍ୱୟ,ଗ୍ରାହକ ସେବା ଓ ସୁରକ୍ଷା ଆଦି କ୍ଷେତ୍ରରେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ଟଙ୍କାର ପୁଂଜି ବ୍ୟୟ କରିବାକୁ କଂପାନି ପ୍ରତିବଦ୍ଧ ରହିଛି ।ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ଆଉ ଏକ ସୋପାନ ସୁଦୃଢ଼ କରି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ନେଟ୍‌ୱର୍କ ଉପଲବ୍ଧତା ଅନୁସାରେ ସପ୍ତାହରୁ ୧୦ ଦିନ ଭିତରେ ନୂଆ ଶିଳ୍ପ ସଂସ୍ଥାକୁ ସଂଯୋଗ ପ୍ରଦାନ କରିବା ଲାଗି ଶୀଘ୍ର
ପ୍ରସ୍ତୁତ ହେବେ । ଫଳରେ ରାଜ୍ୟରେ ସହଜରେ ବ୍ୟବସାୟ ପାଇଁ ତାହା ସହାୟକ ହେବ । କଂପାନି ଏହାର ଗ୍ରାହକମାନଙ୍କୁ ହ୍ୱାଟସ୍‌ଆପ୍ ଓ ମିସଡ୍ କଲ୍ ସେବା ଜରିଆରେ ନୂଆ ସେବା ସଂଯୋଗ ପ୍ରଦାନ କରିବାର ସୁବିଧାକୁ ସମ୍ପ୍ରସାରିତ
କରିଛି ।

ଶିଳ୍ପ, କମର୍ସିଆଲ ଓ ସରକାରୀ ଉପଭୋକ୍ତାଙ୍କ ପାଇଁ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ସ୍ମାର୍ଟ ମିଟର ଲଗାଇବା ଅଭିଯାନ ଆରମ୍ଭ
କରିଛନ୍ତି । ଏହି ଅଭିଯାନ ଉତମ ଉପଯୋଗିତା ଅନୁଶୀଳନରେ ସହାୟକ ହେବ, ଉପଭୋକ୍ତାଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରାଯାଇପାରିବ ଏବଂ ଅଧିକ ବିଦ୍ୟୁତ ଉପଯୋଗ କରୁଥିବା ଗ୍ରାହକ ବର୍ଗର ଶକ୍ତି କ୍ଷେତ୍ରରେ ଉନ୍ନତି ଅଣାଯାଇପାରିବ । ଏହି ସ୍ମାର୍ଟ ମିଟରଗୁଡ଼ିକ ଏନଏବିଏଲ୍‌ ସ୍ୱୀକୃତିପ୍ରାପ୍ତ ଓ ବିଆଇଏସ୍ ସାର୍ଟିଫାଏଡ୍ ଏବଂ ଦେଶର ଅଗ୍ରଣୀ ସ୍ମାର୍ଟ ମିଟର ନିର୍ମାତାମାନେ ତାହା ଯୋଗାଇ ଦେଉଛନ୍ତି । ଶେଷ ଟାରିଫ୍ ଅର୍ଡରରେ ଶିଳ୍ପ ଟାରିଫ୍‌କୁ କୋହଳ କରାଯାଇଥିବାରୁ ଡିସ୍‌କମ୍‌ଗୁଡ଼ିକ ଓଇଆର୍‌ସି ନିକଟରେ କୃତଜ୍ଞ । ଅଧିକ ଅକ୍ଷୟ ଶକ୍ତି କିଣା (ଆର୍‌ପିଓ) ନିୟମ ପାଳନ ଯୋଗୁଁ ଆଗାମୀ ବର୍ଷଗୁଡ଼ିକରେ ଶିଳ୍ପ ଟାରିଫ୍ ଆହୁରି ହ୍ରାସ ପାଇବ ବୋଲି ଏହି ଡିସ୍‌କମ୍‌ଗୁଡ଼ିକର ବିଶ୍ୱାସ ରହିଛି । ଶକ୍ତି ଯୋଗାଣରେ ଅଧିକରୁ ଅଧିକ ସୌର ଓ ପବନ ଶକ୍ତିର ବ୍ୟବହାର କରିବା ପାଇଁ ଟାଟା ପାୱାର ପ୍ରତିବଦ୍ଧ ରହିଛି । ଏହା ଓଡ଼ିଶାର ଶିଳ୍ପଗୁଡ଼ିକୁ ନିରନ୍ତର ଓ ସବୁଜ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ ।
ଓଇଆର୍‌ସିଙ୍କୁ ପ୍ରଦାନ କରାଯାଇଥିବା ପ୍ରତିବଦ୍ଧତା ଅନୁସାରେ ଏଟିଆଣ୍ଡସି କ୍ଷତି ହ୍ରାସ, ଟାରିଫ ହ୍ରାସରେ ଆହୁରି ସହାୟକ ହେବ । ଫଳରେ ଅଗ୍ରଣୀ ସଂସ୍ଥାଙ୍କ ପାଇଁ ଓଡ଼ିଶା ଅନ୍ୟତମ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇପାରିବ । ବର୍ଦ୍ଧିତ ନେଟ୍‌ୱର୍କର ପରିଚାଳନା ଓ ଭରସାଯୋଗ୍ୟ ଗ୍ରାହକ ସେବାକୁ ସୁନିଶ୍ଚିତ କରିବା ଲାଗି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ୨୦୦୦ରୁ ଅଧିକ ସ୍ଥାନୀୟ ଲୋକ ଓ ରକ୍ଷଣାବେକ୍ଷଣ, ପ୍ରକଳ୍ପ , ମିଟର ବଦଳାଇବା କାମ ପାଇଁ ୨୦,୦୦୦ ଶ୍ରମ ଶକ୍ତିଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇ ନିଜ ମୋଟ ଶ୍ରମ ଶକ୍ତିଙ୍କୁ ବୃଦ୍ଧି କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।
ଆସନ୍ତା ବର୍ଷଗୁଡ଼ିକରେ ସାମଗ୍ରିକ ଏଟିଆଣ୍ଡସି କ୍ଷତି ସ୍ତରକୁ ୧୦-୧୨% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ
ପ୍ରତିବଦ୍ଧ ରହିଛନ୍ତି । ତେଣୁ, ଜାତୀୟ ସ୍ତରର ବିତରଣକାରୀ ସଂସ୍ଥା ସମସ୍କନ୍ଧ ହୋଇପାରିବ । ଶିଳ୍ପ ବର୍ଗଙ୍କୁ ସେବା ପ୍ରଦାନ କରିବା ବ୍ୟତୀତ, ରାଜ୍ୟ ସରକାରଙ୍କ ବିଦ୍ୟୁତ କୁଟୀର ଯୋଜନା ଅଧୀନରେ ସାରା ରାଜ୍ୟରେ ବିଦ୍ୟୁତ ପହଂଚିନଥିବା ପରିବାରର ଆଲୋକୀକରଣ କରିବାକୁ ପ୍ରତିବଦ୍ଧ ଏବଂ ବ୍ୟବସାୟ କରିବା ସହଜ ହେବା ଯୋଗୁଁ ଜୀବନ ଧାରଣ ସହଜ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *