ଟାଟା ଏଆଇଏ ଲାଇଫ୍ ପକ୍ଷରୁ ପଲିସିଧାରକଙ୍କ ପାଇଁ ୮୬୧ କୋଟି ଟଙ୍କାର ରେକର୍ଡ ବାର୍ଷିକ ବୋନସ୍ ଘୋଷଣା

ଟାଟା ଏଆଇଏ ଲାଇଫ୍ ପକ୍ଷରୁ ପଲିସିଧାରକଙ୍କ ପାଇଁ ୮୬୧ କୋଟି ଟଙ୍କାର ରେକର୍ଡ ବାର୍ଷିକ ବୋନସ୍ ଘୋଷଣା
 ପୂର୍ବବର୍ଷର ବୋନସ୍ ତୁଳନାରେ ୨୦% ଅଧିକ
 କ୍ରମାଗତ ପଂଚମ ବର୍ଷ ପାଇଁ ବୋନସ୍ ପ୍ରଦାନ
ଭୁୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସମସ୍ତ ଯୋଗ୍ୟ ପଲିସିଧାରକଙ୍କ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୮୬୧ କୋଟି ଟଙ୍କାର ବୋନସ୍ ଘୋଷଣା କରାଯାଇଛି । କ୍ରମାଗତ ପଂଚମ ବର୍ଷ ପାଇଁ କଂପାନି ବୋନସ୍ ପ୍ରଦାନ କରିଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦% ଅଧିକ ବୋନସ
ଦିଆଯାଇଛି । ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସକ୍ରିୟ ଥିବା ସମସ୍ତ ଅଂଶଗ୍ରହଣକାରୀ ପଲିସିଧାରକମାନେ ଏହି ବାର୍ଷିକ ବୋନସ୍ ପାଇବାକୁ ଯୋଗ୍ୟ ଯାହା ସେମାନଙ୍କ ଲାଭକୁ ବଢ଼ାଇବ । ଦୃଢ଼ ପାଣ୍ଠି ପରିଚାଳନା ଦକ୍ଷତା ସହିତ ବିପଦ ପରିଚାଳନାର ଦୃଢ଼ ବ୍ୟବସ୍ଥା ଯୋଗୁଁ କଂପାନି ନିରନ୍ତର ଭାବେ ଏହାର ଅଂଶଗ୍ରହଣକାରୀ ପଲିସିଧାରକମାନଙ୍କୁ ଅଧିକ ବୋନସ୍ ଦେଉଛି ଯାହା ଗ୍ରାହକଙ୍କ ଆର୍ଥିକ ଲକ୍ଷ୍ୟ ହାସଲରେ ଅଂଶଗ୍ରହଣକାରୀ ଉତ୍ପାଦର ପ୍ରଭାବ ବିଷୟରେ ଜଣାଉଛି । ଏ ସଂକ୍ରାନ୍ତରେ ଟାଟା ଏଆଇଏ ଲାଇଫ୍‌ର ଚିଫ୍ ଫାଇନାନ୍‌ସିଆଲ୍‌ ଅଫିସର ସମିତ ଉପାଧ୍ୟାୟ କହିଛନ୍ତି ଯେ, “ଆମେ ଯାହା ସବୁ କିଛି କରୁଛୁ ତାହାର ମୂଳ କେନଦ୍ରର ରହିଛି ଆମ ଗ୍ରାହକଙ୍କ ଦୀର୍ଘମିଆଦୀ ଆର୍ଥିକ କଲ୍ୟାଣ ଓ ସେମାନେ ଯେଭଳି ଆର୍ଥିକ ଭାବେ ସୁରକ୍ଷିତ ରହିପାରିବେ ତାହା ନିଶ୍ଚିତ କରିବା ଲାଗି ଆମେ ଉଦ୍ୟମ କରୁଛୁ । ଆମର ଦୀର୍ଘମିଆଦୀ ପାଣ୍ଠି ପରିଚାଳନା ଦର୍ଶନ ଓ ବଳିଷ୍ଠ ନିବେଶ ଓ ବିପଦ ପରିଚାଳନା ନୀତି ଆମକୁ ଆମର ଗ୍ରାହକଙ୍କ ପାଇଁ ବୋନସ୍ ଘୋଷଣା କରିବାରେ ସହାୟକ ହୋଇଛି । ଆମେ ନିଶ୍ଚିତ ଯେ ତାହା ସେମାନଙ୍କ ସୁରକ୍ଷା ଓ ଦୀର୍ଘମିଆଦୀ ସଂଚୟ ଆବଶ୍ୟକତା ପୂରଣ କରିବାରେ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ । ଆମର ଉଚ୍ଚ ରେଟିଂ ପ୍ରାପ୍ତ ଓ ଗ୍ରାହକ ମିତବ୍ୟୟୀ ବୀମା ସମାଧାନ ଜରିଆରେ ଆମର ଗ୍ରାହକଙ୍କୁ ଉଲ୍ଲେଖନୀୟ ଲାଭ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’

ମର୍ଣ୍ଣିଂ ଷ୍ଟାର ପକ୍ଷରୁ ଟାଟା ଏଆଇଏର ୯୯.୮୩ ଏୟୁଏମ୍‌କୁ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୫ ବର୍ଷିଆ ଭିତିରେ ୪ ଷ୍ଟାର କିମ୍ବା ୫ ଷ୍ଟାର ରେଟିଂ ପ୍ରଦାନ କରାଯାଇଛି । ସବୁ ଫଣ୍ଡ୍‌କୁ ମିଶାଇ କଂପାନି ୨୦୨୧-୨୨ ଆର୍ଥିକ ବର୍ଷରେ ୪,୪୫୫ କୋଟି ଟଙ୍କାର ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିିମିୟମ୍ ହାସଲ କରିଛି ଯାହା ୨୦୨୧-୨୨ର ୩,୪୧୬ କୋଟି ଟଙ୍କା ତୁଳନାରେ ୩୦% ଅଧିକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *