ଟିଭିଏସ୍ ମୋଟର କଂପାନି ପକ୍ଷରୁ ଫର୍ମୁଲା ୧ ଡ୍ରାଇଭର୍ ନାରାୟଣ କାର୍ତିକେୟନଙ୍କ  ଷ୍ଟାର୍ଟଅପ୍ “ଡ୍ରାଇଭ୍‌ଏକ୍ସ’ରେ ନିବେଶ ଘୋଷଣା

ଟିଭିଏସ୍ ମୋଟର କଂପାନି ପକ୍ଷରୁ ଫର୍ମୁଲା ୧ ଡ୍ରାଇଭର୍ ନାରାୟଣ କାର୍ତିକେୟନଙ୍କ  ଷ୍ଟାର୍ଟଅପ୍ “ଡ୍ରାଇଭ୍‌ଏକ୍ସ’ରେ ନିବେଶ ଘୋଷଣା

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଫର୍ମୁଲା ୧ ଡ୍ରାଇଭରନାରାୟଣ କାର୍ତିକେୟନଙ୍କ ପ୍ରି-ଓନଡ୍ ଦୁଇ ଚକିଆ ପ୍ଲାଟ୍‌ଫର୍ମ
ଡ୍ରାଇଭ୍‌-ଏକ୍ସ ଷ୍ଟାର୍ଟଅପ୍‌ରେ ନିବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ପ୍ରି-ଓନ୍‌ଡ ଦୁଇ ଚକିଆ ବଜାରରେ ଦୃଢ଼
ସମ୍ଭାବନା ଥିବା ଟିଭିଏସ୍ ଦେଖିପାରୁଛି ଯାହା ଅଣସଂଗଠିତରୁ ସଂଗଠିତ ଆଡ଼କୁ ଅଗ୍ରସର ହେଉଛି । ପ୍ରି-ଓନ୍‌ଡ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଡିଜିଟାଲ୍‌କରଣ ଓ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକର ଅଭ୍ୟୁଦୟ ସହ ଗତ କିଛି ବର୍ଷରେ ଏହା ନିବେଶକ ଓ ଗ୍ରାହକମାନଙ୍କ ଉଚ୍ଚ ବିଶ୍ୱାସ ହାସଲ କରିଛି ।ଭାରତର ପ୍ରଥମ ଫର୍ମୁଲା ୧ ରେସିଂ ଡ୍ରାଇଭର୍ କାର୍ତିକେୟନ୍‌ଙ୍କ ଦ୍ୱାରା
ସ୍ଥାପନ କରାଯାଇଥିବା ଡ୍ରାଇଭ୍‌ଏକ୍ସ ହେଉଛି ଏକ ସମନ୍ୱିତ ମଡେଲ୍‌ଯାହାର ଉପସ୍ଥିତି ପ୍ରି-ଓନ୍‌ଡ ଦୁଇଚକିଆ ଯାନ ମୂଲ୍ୟ ଶୃଙ୍ଖଳାରେ ରହିଛି । ଏଥିରେ ପ୍ରକ୍ୟୁର୍‌ମେଂଟ୍‌, ରିଫର୍‌ବିସ୍‌ମେଂଟ୍ ଓ ରିଟେଲିଂ ଭଳି ସବୁ ପ୍ରକାର ମୌଳିକ କାର୍ଯ୍ୟ ସାମିଲ ରହିଛି । ୨୦୨୦ ଏପ୍ରିଲ୍‌ରୁ ଏହା ଦୁଇ ଚକିଆ ସବ୍‌ସ୍କ୍ରିପ୍‌ସନ୍ ପ୍ଲାଟ୍‌ଫର୍ମ ଭାବେ ଆରମ୍ଭ ହୋଇଥିଲା ଯାହା ସୁଲଭ ମୂଲ୍ୟ ଓ ଗମନାଗମନ ସମାଧାନ ପ୍ରଦାନ କରୁଥିଲା ଏବଂ ଅଳ୍ପ ସମୟ ଭିତରେ ପାଂଚଟି ସହରକୁ ସମ୍ପ୍ରସାରିତ ହୋଇଛି । ଡ୍ରାଇଭ୍‌ଏକ୍ସର ପ୍ରତିଷ୍ଠାତା ଓ ସିଇଓ ନାରାୟଣ କାର୍ତିକେୟନ କହିଛନ୍ତି ଯେ, “ବର୍ତମାନ ପ୍ରି-ଓନ୍‌ଡ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ ପରିବର୍ତନ ହେଉଛି । ଡ୍ରାଇଭ୍‌ଏକ୍ସ ହେଉଛି ଏକ ଡିଜିଟାଲ୍ ପ୍ରଥମ ବ୍ୟବସାୟ ଯାହା ଆନାଲିଟିକ୍ସ ଦକ୍ଷତାର ନେତୃତ୍ୱରେ ମୂଲ୍ୟ ଶୃଙ୍ଖଳାରେ ସବୁ ପ୍ରକାର ବ୍ରାଣ୍ଡ୍‌ର ସେବା ପ୍ରଦାନ କରୁଛି । ପ୍ରି-ଓନ୍‌ଡ ଦୁଇଚକିଆ ଯାନ ବଜାରରେ ଆମେ ସଫଳତାର ସହ ସବ୍‌ସ୍କ୍ରିପ୍‌ସନ୍ ମଡେଲ୍ ସହ ନୂଆ ବ୍ୟବସାୟ ମଡେଲ୍ ଆରମ୍ଭ କରିଛୁ । ଆଗାମୀ ଦିନରେ ଡ୍ରାଇଭ୍‌ଏକ୍ସ ସାରା ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଓ ପରବର୍ତୀ
ସମୟରେ ଅନ୍ୟାନ୍ୟ ଭୌଗୋଳିକ ଅଂଚଳରେ ପହଂଚିବ । ଟିଭିଏସ୍ ମୋଟର କଂପାନି ତରଫରୁ ଏହି ନିବେଶ ସହ ଆମର ବିଶ୍ୱାସ ରହିଛି ଯେ ତାହା ଡ୍ରାଇଭଏକ୍ସର ଲକ୍ଷ୍ୟକୁ ଆଗକୁ ବଢ଼ାଇବ ଏବଂ ଏଭଳି ଏକ ପ୍ରି-ଓନ୍‌ଡ ଦୁଇଚକିଆ ବ୍ୟବସାୟ ପ୍ରଦାନ କରିବ ଯାହା ଗ୍ରାହକଙ୍କ ଆଶାକୁ ଅତିକ୍ରମ କରିବ ।’’ଟିଭିଏସ୍ ମୋଟର କଂପାନିର ପରିଚାଳନା ନିର୍ଦେଶକ ସୁଦର୍ଶନ ବେଣୁ କହିଛନ୍ତି ଯେ, “ଆଜିର ଦିନରେ ପ୍ରି-ଓନ୍‌ଡ ଦୁଇଚକିଆ ଯାନ ବଜାରମୁଖ୍ୟତଃ ଅଣସଂଗଠିତ ହୋଇରହିଛି । ଅଳ୍ପ ସମୟ ଭିତରେ ଡ୍ରାଇଭଏକ୍ସ ଯାହାସୃଷ୍ଟି ଓ ପ୍ରଦାନ କରିଛି ତାହା ଦେଖି ଖୁସି ଲାଗୁଛି । ନାରାୟଣ ଓ ତାଙ୍କ ଟିମ୍ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଗଠନ କରିଛନ୍ତି ଯାହା ଦ୍ରୁତ ଗତିରେ ବ୍ୟପକ ହୋଇପାରିବ । ଅଭିନବ ସମାଧାନ ଜରିଆରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଚ୍ଚ ମାନର ଉତ୍ପାଦ ଓ ଗ୍ରାହକ ଅନୁଭୂତି ଜରିଆରେ ବିଶ୍ୱାସ, ପ୍ରତିଶ୍ରୁତି ଓ ସ୍ୱଚ୍ଛତା ଗଠନ କରି ଏହି କ୍ଷେତ୍ରରେ ପରିବର୍ତନ ଆଣିବାକୁ ଡ୍ରାଇଭ୍‌ଏକ୍ସ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ଅନୁସାରେ କାମ କରିବାରେ ଡ୍ରାଇଭ୍‌ଏକ୍ସର ଦକ୍ଷତା ଉପରେ ଆମର ବିଶ୍ୱାସ ରହିଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *