ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ୟ୍ଯକ୍ରମ ଅଧୀନରେ ୫୦୮ ବାଳିକାଙ୍କୁ ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ୟ୍ଯକ୍ରମ ଅଧୀନରେ ୫୦୮ ବାଳିକାଙ୍କୁ ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର, ୧୦/୦୮/୨୦୨୨: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ତାହାର ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ୟ୍ଯକ୍ରମ ଅଧୀନରେ ୫୦୮ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଗତ କଲି (ଅଗଷ୍ଟ ୦୯, ୨୦୨୨) ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀମତୀ ଶାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମନୋନୀତ ବାଳିକା ମାନଙ୍କୁ ଛାତ୍ରବୃତ୍ତି ପତ୍ର ବଣ୍ଟନ କରିଥିଲେ।

ଉପସ୍ଥିତ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଜିନ୍ଦଲ କହିଥିଲେ ଯେ, “ସମାଜିଜ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବା ପାଇଁ ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ୟ୍ଯକ୍ରମ ଆମର ଆଉ ଏକ ପ୍ରୟାସ । ଅନେକ ପ୍ରତିଭାବାନ ଯୁବତୀ ଓ ମହିଳାମାନେ ଅର୍ଥ ଅଭାବରୁ ସେମାନଙ୍କର ଦକ୍ଷତା ବିକାଶ କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମୁଁ ଆଶା କରୁଛି ଯେ ଏହି କାର୍ୟ୍ଯକ୍ରମ ସେମାନଙ୍କ ସ୍ଵପ୍ନ ପୂରଣ କରିବାରେ ଏବଂ ସଶକ୍ତ କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜେଏସପିଏଲ୍ ଫାଉଣ୍ଡେସନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କୁମାରୀ ଯଶସ୍ଵିନୀ ଜିନ୍ଦଲ ନିଜର ଖୁସି ବ୍ୟକ୍ତ କରିବା ସହିତ  ଆର୍ଥିକ ଦୁର୍ବଳ ବର୍ଗର ବାଳିକା ମାନଙ୍କ ଶିକ୍ଷିତ ହେବାର ସ୍ୱପ୍ନକୁ ସାକାର କରିବାରେ ସହାୟତା ପାଇଁ ଜେଏସପିଏଲ୍ ଫାଉଣ୍ଡେସନର ଉଦ୍ୟମ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମ ଅଧୀନରେ, ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିବା ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ୫୦୮ ବାଳିକାଙ୍କୁ ଚୟନ କରାଯାଇଥିଲା।  ମନୋନୀତ ଛାତ୍ରୀମାନେ ବିଭିନ୍ନ ଅନୁଷ୍ଠାନରେ ନିଜ ପସନ୍ଦର ପାଠ୍ୟକ୍ରମ ପଢୁଛନ୍ତି । ଏହା ମଧ୍ୟରେ ରେ ବିୟୁଟିସିଆନ୍ ପାଠ୍ୟକ୍ରମ, ଡ୍ରେସ୍ ଡିଜାଇନ୍, କମ୍ପ୍ୟୁଟର ପାଠ୍ୟକ୍ରମ ଆଦି ବିଭିନ୍ନ ଧନ୍ଦାମୂଳକ ତାଲିମ ସହିତ ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ଆଇନ ଆଦି ବୃତିଗତ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପାଠ୍ୟକ୍ରମ ରହିଛି । ସହାୟତା ରାଶି ଛାତ୍ରୀ ମାନେ ପଢୁଥିବା ଅନୁଷ୍ଠାନକୁ ସିଧାସଳଖ ପ୍ରଦାନ କରାଯିବ ।

ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍ ଆଣ୍ଡ୍ ଏଜୁକେସନ୍) ଶ୍ରୀ ପ୍ରଶାନ୍ତ କୁମାର ହୋତା ସ୍ୱାଗତ ସମ୍ବୋଧନ କରି ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଜେଏସପିର ଅନୁଗୁଳ ଲୋକେସନ ହେଡ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜିନ୍ଦଲ ପାୱାର ତମନାରର ମୁଖ୍ୟ ଶ୍ରୀ ଛବି ନାଥ ସିଂ, ଜେଏସପିର ବାଡବିଲ ୟୁନିଟ୍ ମୁଖ୍ୟ ଶ୍ରୀ ବ୍ରିଜ ଭଧାଦ୍ରା, ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଡ ଆର ଡି ପାଟିଦାର, ଜେଏସପିର ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୀବ ଚୌହାନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ।

ମନୋନୀତ ଛାତ୍ରୀ ମାନେ ଏହି ସହାୟତା ପାଇଁ ଜେଏସପିଏଲ୍ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ । ଜେଏସପିର  ମୁଖ୍ୟ (ଷ୍ଟିଲ ଷ୍ଟ୍ରକଚର ଡିଭିଜନ), ପୁଞ୍ଜିପତ୍ରା ଶ୍ରୀ ନୀଲେଶ ଶାହା ଧନ୍ୟବାଦ ଅର୍ପଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *