ଟିପିସିଓଡିଏଲ୍ ପକ୍ଷରୁ ଏହାର ଆଭା ଶକ୍ତି ମହିଳାଙ୍କୁ ଏକ ସ୍ୱତନ୍ତ୍ର ଓଡ଼ିଆ ପରିଚୟ ପ୍ରଦାନ

(ଏହାର ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତୀକରଣ କାର୍ଯ୍ୟକ୍ରମର ସଦସ୍ୟା)
 ଏହି ପ୍ରକଳ୍ପ ହେଉଛି ଓଡ଼ିଶା ଶକ୍ତି ବିଭାଗ, ମିଶନ ଶକ୍ତି, ରାଜ୍ୟ
ହସ୍ତତନ୍ତ ୟୁନିଟ୍‌, ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ସ୍ଥାନୀୟ
କାରିଗର, ଟାଟା ଟ୍ରଷ୍ଟ୍ ଓ ଟାଟା ପାୱାର ମଧ୍ୟରେ ସହଯୋଗିତା
 ମାଣିଆବନ୍ଧ (କଟକ), ଗୋପାଳପୁର (ଗଂଜାମ) ଓ ଖୋର୍ଦ୍ଧାର ସ୍ଥାନୀୟ ବୁଣାକାରମାନେ ଏହି ଅଭିଯାନରେ ଯୋଡ଼ି
ହୋଇଛନ୍ତି, ମୋଟ ମୂଲ୍ୟ ଶୃଙ୍ଖଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬,୧୦୦ରୁ ଅଧିକ ପରିବାର ଉପକୃତ ହୋଇଛନ୍ତି ଯାହା ଏହାକୁ ଘରୋଇ ସରକାରୀ ସହଭାଗିତା ସଂପୃକ୍ତିରେ ଏକ ସହଯୋଗିତା ହସ୍ତତନ୍ତ ପ୍ରକଳ୍ପରେ ପରିଣତ କରିଛି
ଭୁବନେଶ୍ୱର: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ କୁ ଆଖି ଆଗରେ ରଖି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ଆଭା ଶକ୍ତି ସଦସ୍ୟା (ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌ଏଚ୍‌ଜି)ଙ୍କୁ ହାତ ତିଆରି ଇକତ୍ ଶାଢ଼ି ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଢୋକ୍ରା ବ୍ୟାଜ୍ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନବାଗମ୍ ଓ ଟିପିସିଓଡିଏଲ୍ ଓ ଟାଟା ପାୱାରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସାମାଜିକ ପରିବର୍ତନର ବାର୍ତାବହ ହେବା ଲାଗି ଟାଟା ପାୱାରର ରୋଶ୍‌ନି (ସ୍କିଲିଂ) କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଆଭା ଶକ୍ତିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହିଳାମାନଙ୍କୁ ଗ୍ରାହକ କୈନ୍ଦ୍ରୀକ କାର୍ଯ୍ୟ ଯଥା ମିଟର ରିଡିଂ, ବିଲିଂ ଓ ସଂଗ୍ରହ (ଏମ୍‌ବିସି) କାର୍ଯ୍ୟକଳାପରେ ଡିଜିଟାଲ୍ ପ୍ରଯୁକ୍ତି ଶକ୍ତି ଡିସକମ୍‌ର ଜ୍ଞାନ ଜରିଆରେ ଜୀବନଜୀବିକା କୌଶଳ ପ୍ରଦାନ କରାଯାଇଛି ଯଦ୍ୱାରା ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଉଦ୍ୟମକୁ ଆଗକୁ ବଢ଼ାଇ
କଂପାନି ଆଗାମୀ ଦିନରେ ପ୍ରାୟ ୧୦୦୦ ଆଭା ଶକ୍ତିମାନଙ୍କୁ ମୋଟ ୨୦୦୦ରୁ ଅଧିକ ଶାଢ଼ି ବଂଟନ କରିବାକୁ ଯୋଜନା ରଖିଛି ।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଓଡ଼ିଶାର ଗଭୀର ହସ୍ତତନ୍ତ ଐତିହ୍ୟର ର ଏକ ପ୍ରତୀକ ସଦୃଶ ଏକ ୟୁନିଫର୍ମର ଗୌରବ ଜରିଆରେ ବାନ୍ଧି ରଖିବା । ସାଂସ୍କୃତିକ ଐତିହ୍ୟର ପୁନରୁଦ୍ଧାର କରିବା ସହିତ ଗୋଷ୍ଠୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ଟାଟା ପାୱାର ରାଜ୍ୟ ଓ ଏହାର ଲୋକମାନଙ୍କ ପାଇଁ ନିଜର ଦୀର୍ଘମିଆଦୀ ଏହି ଅଭିଯାନ ଦ୍ୱାରା ପୁନଃ ଉପସ୍ଥାପନା କରିଛି । ଟାଟା ପାୱାର ଆଶା କରୁଛି ଯେ ସ୍ଥାନୀୟ ହସ୍ତତନ୍ତର ପ୍ରସାର ପାଇଁ ଏହି ବଡ଼ ଆନ୍ଦୋଳନରେ ଅଧିକରୁ ଅଧିକ ନିଗମ
ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, “ଦେଶର ବିକାଶ ଓ ମହିଳା ସଶକ୍ତୀକରଣ ପାଇଁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ । ମୁଁ ବହୁତ ଖୁସି ଯେ ଆମର ଐତିହ୍ୟର ପ୍ରସାର କରିବା ସହିତ ମହିଳା ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ
ଟାଟା ପାୱାର ସହଯୋଗିତା ସ୍ଥାପନ କରିଛି । ଆଂଚଳିକ ସଂସ୍କୃତିକୁ ଗ୍ରହଣ କରି ସାମଗ୍ରିକ ବିକାଶ ଆଡ଼କୁ ଯିବା ସହିତ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ସହିତ ସହଯୋଗିତା ପାଇଁ ଟାଟା ପାୱାର ଓ ଟାଟା ଟ୍ରଷ୍ଟସ୍‌ର ଏହି ସ୍ୱତନ୍ତ୍ର ଅଭିଯାନ କର୍ପୋରେଟ୍ ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।’’ ଏହି ଶାଢ଼ିଗୁଡ଼ିକୁ ଉଦୀୟମାନ ଯୁବ ସ୍ଥାନୀୟ ଡିଜାଇନର ମାନେ ଡିଜାଇନ୍ କରିଛନ୍ତି ଯେଉଁଥିରେ ରହିଥିବା ଉପାଦାନଗୁଡ଼ିକ ଓଡ଼ିଶାର ସଂସ୍କୃତି ଯଥା କୋଣାର୍କ ଚକ ଓ ଲକ୍ଷ୍ମୀ ପୂଜା ସମୟରେ ଗ୍ରାମୀଣ ପରିବାରରେ ଘରେ ହାତରେ ପକାଯାଉଥିବା ଝୋଟି ଦ୍ୱାରା ଅନୁପ୍ରାଣିତ । ଏହି ଶାଢ଼ିଗୁଡ଼ିକ ରାଜ୍ୟର ସ୍ଥାନୀୟ ବୁଣାକାରମାନଙ୍କ ସ୍ୱତନ୍ତ୍ର କାରିଗରୀକୁ ପ୍ରଦର୍ଶିତ କରୁଛି ଏବଂ ଆଭା ଶକ୍ତି ସଦସ୍ୟାମାନଙ୍କ ଲାଗି ସେଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ମାଣିଆବନ୍ଧ (କଟକ), ଗୋପାଳପୁର (ଗଂଜାମ) ଓ ଖୋର୍ଦ୍ଧାର ସ୍ଥାନୀୟ ବୁଣାକାର କ୍ଲଷ୍ଟର (ପୁଞ୍ଜ)କୁ ବରାଦ ଦିଆଯାଇଥିଲା । ଜଣକ ପିଛା ଦୁଇଟି ଶାଢ଼ି ପାଇବାକୁ ଥିବା ଆଭା ଶକ୍ତି ସଦସ୍ୟାଙ୍କ ବ୍ୟତୀତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦ୍ୱାରା ମୋଟ ମୂଲ୍ୟ ଶୃଙ୍ଖଳାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬୧୦୦ରୁ ଅଧିକ ପରିବାର ଉପକୃତ ହେବେ ଯାହା ଏହାକୁ ଘରୋଇ ସରକାରୀ ସହଭାଗିତା ନିୟୋଜିତ ହୋଇଥିବାର ଏକ ସ୍ୱତନ୍ତ୍ର ସହଯୋଗିତାର ହସ୍ତତନ୍ତ ପ୍ରକଳ୍ପରେ ପରିଣତ କରିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ଟାଟା ଆଫିରମେଟିଭ୍ ଆକ୍ସନ୍‌ ପ୍ରୋଜେକ୍ଟ ଭାବେ ଏହି ହସ୍ତତନ୍ତ ଶାଢ଼ି ପ୍ରସାର ଅଭିଯାନର ଲକ୍ଷ୍ୟ ହେଉଛି ରାଜ୍ୟର ବଂଚିତ ବୁଣାକାର ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ଏବଂ ଦେଶର “ମେକ୍‌ ଇନ୍ ଇଣ୍ଡିଆ’ ଓ “ମେକ୍ ଇନ୍ ଓଡ଼ିଶା’ ଏଜେଣ୍ଡା ପ୍ରତି କଂପାନିର ଏହା ଶ୍ରଦ୍ଧାଞ୍ଜଳି ଓ ବିନମ୍ର ଯୋଗଦାନ ହୋଇଥିବା ବେଳେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରଚାର କରିବା । ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନବାଗମ କହିଛନ୍ତି ଯେ, “ଆମର ଆଭା ଶକ୍ତି ସଦସ୍ୟାମାନେ ହେଉଛନ୍ତି ପରିବର୍ତନର ବାର୍ତାବହ । ସେମାନେ ସ୍ଥାନୀୟ ଗୋଷ୍ଠୀଙ୍କୁ ପ୍ରେରଣା ଦେବା ସହିତ ଟିପିସିଓଡିଏଲ୍‌ର ସାମାଜିକ ବିକାଶ ପ୍ରୟାସରେ ଯୋଗଦାନ କରୁଛନ୍ତି । ସେମାନଙ୍କ ସହଯୋଗିତାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଆମେ ସେମାନଙ୍କ ପାଇଁ ଏକ ନୂଆ ପରିଚୟ ପ୍ରସ୍ତୁତ କରିଛୁ ଯାହା ହେଉଛି ପାରମ୍ପରିକ ଓଡ଼ିଆ କାରିଗରୀ ଓ ନୂଆ ପିଢ଼ିର ପଦ୍ଧତିର ମିଶ୍ରଣ ଯାହା ସ୍ଥାନୀୟ ସଂସ୍କୃତିର ପ୍ରସାର କରିବ । ଆମେ ଆଶା କରୁଛୁ ଯେ ଆମ ଯେଉଁଭଳିଭାବେ ସେମାନଙ୍କ ସହଯୋଗିତାକୁ ଗର୍ବର ସହ ଗ୍ରହଣ କରିଛୁ ସେମାନେ ସମାନ ଗର୍ବ ସହିତ ଏହି ନୂତନ ପରିଚୟକୁ ପରିଧାନ କରିବେ । ଏହି ଅଭିଯାନ, ଆମର ଲକ୍ଷ୍ୟ “ଆପଣଙ୍କ ସହିତ ଆପଣଙ୍କ ପାଇଁ ସବୁବେଳେ’ ସହିତ ଜଡ଼ିତ ଏବଂ ଶ୍ରେଷ୍ଠ ଗ୍ରାହକ ସେବା ସହ ସ୍ଥାନୀୟ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ । ଏହି ଅଭିଯାନ ପାଇଁ ସହାୟତା ଓ ଉତ୍ସାହ ପ୍ରଦାନ କରିଥିବାରୁ ଆମେ ଓଡ଼ିଶା ସରକାରଙ୍କ ପ୍ରତି କୃତଜ୍ଞ ।’’ ଶାଢ଼ି ସହିତ ଆଭା ଶକ୍ତି ସଦସ୍ୟାମାନଙ୍କୁ ଢୋକ୍ରା କଳାର ହାତ ତିଆରି ବ୍ୟାଜ୍ ମଧ୍ୟ ପ୍ରଦାନ କରାଯାଇଛି । ନନ୍‌-ଫେରସ ମେଟାଲ୍ କାଷ୍ଟିଂରୁ ଏହି ବ୍ୟାଜ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ଭାରତରେ ୪,୦୦୦ ବର୍ଷରୁ
ଅଧିକ ସମୟ ଧରି ପାରମ୍ପରିକ ଭାବେ ବ୍ୟବହାର କରାଯାଉଛି । ଏକ ସାମାଜିକ ସଂସ୍ଥାର ୧୦୦ ଜଣ ଗ୍ରାମ୍ୟ କାରିଗର ଆଭା ଶକ୍ତି ପାଇଁ ଏହି ବ୍ୟାଜ୍‌ଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି । ଟାଟା ପାୱାରର ସଭାପତି (ଟିଆଣ୍ଡ୍‌ଡି) ଶ୍ରୀ ସଂଜୟ ବାଙ୍ଗା କହିଛନ୍ତି ଯେ, “ଟାଟା ପାୱାର ଏହାର ସିଏସ୍‌ଆର୍ ଦର୍ଶନ ଅଧୀନରେ ମହିଳା ସଶକ୍ତୀକରଣ ଓ ସାମାଜିକ ଉଦ୍ୟମିତା ଉପରେ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଛି ।
ଜାତିସଂଘର ଏସ୍‌ଡିଜି ସହ ଖାପଖୁଆଇ ସାମଗ୍ରିକ ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଂଚଳିକ ଐତିହ୍ୟର ପ୍ରସାର ଓ ସଂରକ୍ଷଣ ଲାଗି ଆମର ଉଦ୍ୟମକୁ ପ୍ରସ୍ତୁତ କରାଯାଇଛି । ସେହି ଲକ୍ଷ୍ୟ ଅନୁସାରେ ଓଡ଼ିଶାର ସମସ୍ତ ଡିସ୍‌କମ୍ ଏହି ଶକ୍ତିଶାଳୀ ମହିଳାମାନଙ୍କୁ ସ୍ଥାନୀୟ ହସ୍ତତନ୍ତ ଶାଢ଼ି ପ୍ରଦାନ କରିବା ଆମ ପାଇଁ ଗର୍ବର ବିଷୟ ଯାହା ଓଡ଼ିଶାର ଉଲ୍ଲେଖନୀୟ ହସ୍ତତନ୍ତ ପ୍ରତିଭାର ମାତ୍ର ଏକ ପ୍ରତୀକ ନୁହେଁ ବରଂ ସେମାନଙ୍କ ସହିତ ଆମର ମୂଲ୍ୟବାନ ସହଯୋଗିତାର ଏକ ସ୍ୱୀକୃତି ମଧ୍ୟ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *