ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌ ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁୁ ଋଣ ଆବଂଟନ ଦ୍ୱିଗୁଣିତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଇଥିବା ଋଣ ପରିମାଣ ୨୩.୧୨ ଲକ୍ଷ କୋଟି ଟଙ୍କା ରହିଛି । ଗତବର୍ଷ ତୁଳନାରେ ଏଥିରେ ୬.୩ ପ୍ରତିଶତ ବୃଦ୍ଧି ହୋଇଛି । ସକ୍ରିୟ ଏମ୍‌ଏସ୍‌ଏମ୍‌ଇ ଋଣଗ୍ରହୀତାଙ୍କ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ମହାମାରୀର ଦ୍ୱିତୀୟ ଲହର ପରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଚାହିଦା ତ୍ୱରାନ୍ୱିତ ହୋଇଛି । କୋଭିଡ୍ ମହାମାରୀ ପୂର୍ବ ସମୟ ତୁଳନାରେ ଏହା ୧.୬ ଗୁଣା ଅଧିକ ରହିଛି । ଗତବର୍ଷ ତୁଳନାରେ ବାଣିଜ୍ୟିକ ଋଣ ଅନୁସନ୍ଧାନରେ ମଧ୍ୟ ବୃଦ୍ଧି ହୋଇଛି । ସରକାରୀ କ୍ଷେତ୍ରର ବ୍ୟାଙ୍କରେ ଅନୁସନ୍ଧାନ ୧.୬ ଗୁଣା ଓ ଘରୋଇ ବ୍ୟାଙ୍କରେ ୧.୭ ଗୁଣା ବୃଦ୍ଧି ପାଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍‌ସି)ରେ ସୁଧାର ହାରରେ ଉନ୍ନତି ହୋଇଛି । ଏନ୍‌ବିଏଫ୍‌ସିରେ ଅନୁସନ୍ଧାନରେ ୧.୪ ଗୁଣା ବୃଦ୍ଧି ଘଟିଛି । ଏମ୍‌ଏସ୍‌ଏମ୍‌ଇ ପଲ୍‌ସ ରିପୋର୍ଟର ସଦ୍ୟତମ ସଂସ୍କରଣ ବିଷୟରେ ସିଡ୍‌ବିର ସିଏମ୍‌ଡି ଶିବସୁବ୍ରମଣିଅନ୍ ରମଣ କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ ପଲ୍‌ସର ଏହି ସଂସ୍କରଣ ତଥ୍ୟରୁ ଋଣ ଚାହିଦା ଓ ଯୋଗାଣକୁ ନେଇ ଯେଉଁ ତଥ୍ୟ ମିଳିଛି ସେଥିରୁ ଏହା ବୁଝାପଡ଼ୁଛି ଯେ ଇସିଏଲ୍‌ଜିଏସ୍ ଜରିଆରେ ସଠିକ୍ ସମୟରେ ପାଣ୍ଠି ପ୍ରଦାନ କରାଯିବା ଯୋଗୁଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପୁନଃଅଭ୍ୟୁଦୟ ଘଟିଛି । ଋଣ ପ୍ରଦାନକାରୀମାନେ ସଫଳତାର ସହ ଇସିଏଲ୍‌ଜିଏସ୍‌କୁ କାର୍ଯ୍ୟକାରୀ କରିଛନ୍ତି ଏବଂ ସମସ୍ତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସମୟୋପଯୋଗୀ ସହାୟତା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ହାସଲ କରିଥିବାରୁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିଜ ବ୍ୟବସାୟ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ବ୍ୟାପକ କରିପାରିବେ ।’’ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସବୁ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା ବୃଦ୍ଧି ପାଇବା ଯୋଗୁଁ ଅର୍ଥନୀତିରେ ଉତମ ସୁଧାର ହୋଇପାରିଛି । ଏହି ଚାହିଦାକୁ ପୂରଣ କରିବ ଋଣ ପ୍ରଦାନକାରୀମାନେ ସେମାନଙ୍କ ପୋର୍ଟଫୋଲିଓକୁ ବଢ଼ାଇପାରିବେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ପ୍ରଦାନ କରିପାରିବେ । ଏମ୍‌ଏସ୍‌ଏମ୍‌ଇର ଏକ ସାମଗ୍ରିକ ଦୃଷ୍ଟିକୋଣ ପାଇଁ ବିଭିନ୍ନ ଉତ୍ସରୁ ତଥ୍ୟ ଜରିଆରେ ଦ୍ରୁତ ଓ ନିରବଚ୍ଛିନ୍ନ ସୁବିଧା ପ୍ରଦାନ ଜରିଆରେ ଏହି ସୁଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ । ଭାରତୀୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦୀର୍ଘମିଆଦୀ ଉଦୟ ପାଇଁ ଦରକାର ହେଉଥିବା ଆଧାର ଶୀଳା ଗଠନ ଚକ୍ସସଙ୍ଖବଗ୍ଧର କରିବା ଲାଗି ଏମ୍‌ଏସ୍‌ଏମ୍‌ଇର ସମୃଦ୍ଧ ଦୃଷ୍ଟିକୋଣ ପ୍ରଦାନ କରୁଥିବା ଫୋର୍ଟିଫାଏଡ୍‌ ସୂଚନା ଭିତିଭୂମି ଦରକାର ।’’

ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌

ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁୁ ଋଣ ଆବଂଟନ ଦ୍ୱିଗୁଣିତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଇଥିବା ଋଣ ପରିମାଣ ୨୩.୧୨ ଲକ୍ଷ କୋଟି ଟଙ୍କା ରହିଛି । ଗତବର୍ଷ ତୁଳନାରେ ଏଥିରେ ୬.୩ ପ୍ରତିଶତ ବୃଦ୍ଧି ହୋଇଛି । ସକ୍ରିୟ ଏମ୍‌ଏସ୍‌ଏମ୍‌ଇ ଋଣଗ୍ରହୀତାଙ୍କ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ମହାମାରୀର ଦ୍ୱିତୀୟ ଲହର ପରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଚାହିଦା ତ୍ୱରାନ୍ୱିତ ହୋଇଛି । କୋଭିଡ୍ ମହାମାରୀ ପୂର୍ବ ସମୟ ତୁଳନାରେ ଏହା ୧.୬ ଗୁଣା ଅଧିକ ରହିଛି । ଗତବର୍ଷ ତୁଳନାରେ ବାଣିଜ୍ୟିକ ଋଣ ଅନୁସନ୍ଧାନରେ ମଧ୍ୟ ବୃଦ୍ଧି ହୋଇଛି । ସରକାରୀ କ୍ଷେତ୍ରର ବ୍ୟାଙ୍କରେ ଅନୁସନ୍ଧାନ ୧.୬ ଗୁଣା ଓ ଘରୋଇ ବ୍ୟାଙ୍କରେ ୧.୭ ଗୁଣା ବୃଦ୍ଧି ପାଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ  (ଏନବିଏଫ୍‌ସି)ରେ ସୁଧାର ହାରରେ ଉନ୍ନତି ହୋଇଛି । ଏନ୍‌ବିଏଫ୍‌ସିରେ ଅନୁସନ୍ଧାନରେ ୧.୪
ଗୁଣା ବୃଦ୍ଧି ଘଟିଛି । ଏମ୍‌ଏସ୍‌ଏମ୍‌ଇ ପଲ୍‌ସ ରିପୋର୍ଟର ସଦ୍ୟତମ ସଂସ୍କରଣ ବିଷୟରେ ସିଡ୍‌ବିର ସିଏମ୍‌ଡି ଶିବସୁବ୍ରମଣିଅନ୍ ରମଣ କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ ପଲ୍‌ସର ଏହି ସଂସ୍କରଣ ତଥ୍ୟରୁ ଋଣ ଚାହିଦା ଓ ଯୋଗାଣକୁ ନେଇ ଯେଉଁ ତଥ୍ୟ ମିଳିଛି ସେଥିରୁ ଏହା ବୁଝାପଡ଼ୁଛି ଯେ ଇସିଏଲ୍‌ଜିଏସ୍ ଜରିଆରେ ସଠିକ୍ ସମୟରେ ପାଣ୍ଠି ପ୍ରଦାନ କରାଯିବା ଯୋଗୁଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପୁନଃଅଭ୍ୟୁଦୟ ଘଟିଛି । ଋଣ ପ୍ରଦାନକାରୀମାନେ ସଫଳତାର ସହ ଇସିଏଲ୍‌ଜିଏସ୍‌କୁ କାର୍ଯ୍ୟକାରୀ କରିଛନ୍ତି ଏବଂ ସମସ୍ତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସମୟୋପଯୋଗୀ ସହାୟତା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ହାସଲ କରିଥିବାରୁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିଜ ବ୍ୟବସାୟ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ବ୍ୟାପକ କରିପାରିବେ ।’’ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସବୁ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା ବୃଦ୍ଧି ପାଇବା ଯୋଗୁଁ ଅର୍ଥନୀତିରେ ଉତମ ସୁଧାର ହୋଇପାରିଛି । ଏହି ଚାହିଦାକୁ ପୂରଣ କରିବ ଋଣ ପ୍ରଦାନକାରୀମାନେ ସେମାନଙ୍କ ପୋର୍ଟଫୋଲିଓକୁ ବଢ଼ାଇପାରିବେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ପ୍ରଦାନ କରିପାରିବେ । ଏମ୍‌ଏସ୍‌ଏମ୍‌ଇର ଏକ ସାମଗ୍ରିକ
ଦୃଷ୍ଟିକୋଣ ପାଇଁ ବିଭିନ୍ନ ଉତ୍ସରୁ ତଥ୍ୟ ଜରିଆରେ ଦ୍ରୁତ ଓ ନିରବଚ୍ଛିନ୍ନ ସୁବିଧା ପ୍ରଦାନ ଜରିଆରେ ଏହି ସୁଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ । ଭାରତୀୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦୀର୍ଘମିଆଦୀ ଉଦୟ ପାଇଁ ଦରକାର ହେଉଥିବା ଆଧାର ଶୀଳା ଗଠନ
କରିବା ଲାଗି ଏମ୍‌ଏସ୍‌ଏମ୍‌ଇର ସମୃଦ୍ଧ ଦୃଷ୍ଟିକୋଣ ପ୍ରଦାନ କରୁଥିବା ଫୋର୍ଟିଫାଏଡ୍‌ ସୂଚନା ଭିତିଭୂମି ଦରକାର ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *