ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧିପାଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କେତେକ ମୋଟୋର ଯାନ ସଂପର୍କିତ କାଗଜପତ୍ରର ବୈଧତାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଲାଇସେନ୍ସ ଡ୍ରାଇଭିଂ, ପଂଜୀକରଣ ପ୍ରମାଣପତ୍ର (ଆରସି), ଫିଟନେସ ପ୍ରମାଣପତ୍ର, ପରମିଟ ଇତ୍ୟାଦି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ପରାମର୍ଶ ଜାରି କରାଯାଇଛି । ଯେଉଁ ଲାଇସେନ୍ସ ବା ପ୍ରମାଣପତ୍ରଗୁଡ଼ିକର ବୈଧତା ଫେବ୍ରୁଆରି ୧,୨୦୨୦ରେ ଶେଷ ହୋଇଯାଇଛି (ଓ ଲକଡାଉନ ଯୋଗୁଁ ସେଗୁଡ଼ିକର ବୈଧତା ବୃଦ୍ଧି କରାଯାଇପାରି ନାହିଁ)  କିମ୍ବା ମାର୍ଚ୍ଚ ୩୧, ୨୦୨୧ରେ ସମାପ୍ତ ହେବ, ସେଗୁଡ଼ିକ ବୈଧତା ବୃଦ୍ଧି କରାଯାଇଛି । ଏସବୁ ପ୍ରମାଣପତ୍ର ବା ଲାଇସେନ୍ସଗୁଡ଼ିକର ଅବଧିକୁ ଜୁନ ୨୦୨୧ ପର୍ଯ୍ୟନ୍ତ ଧରିବାକୁ ଟ୍ରାଫିକ ପୁଲିସ ଓ ଅନ୍ୟ ଅଧିକାରୀମାନଙ୍କୁ ମନ୍ତ୍ରାଳୟ ପକ୍ଷରୁ ସୂଚୀତ କରାଯାଇଛି । ଗତ ବର୍ଷ ଦେଶରେ ଲକଡାଉନ ଘୋଷଣା ହେବା ପରେ ବି ସରକାର ମାର୍ଚ୍ଚ, ଜୁନ, ଅଗଷ୍ଟ ଓ ଡିସେମ୍ବର ମାସରେ ଏସବୁ ପ୍ରମାଣପତ୍ର ବା ଲାଇସେନ୍ସର ଅବଧି ବୃଦ୍ଧି କରିଥିଲେ । ଆରଟିଓ ଅଫିସଗୁଡ଼ିକରେ ଜନଗହଳି କମାଇବାକୁ ସରକାର ଏସବୁ ପ୍ରମାଣପତ୍ର ବା ଲାଇସେନ୍ସର ଅବଧି ବୃଦ୍ଧି କରିଥିବା ଅନୁମାନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *