ଓଲିଉଡ୍ ସୁପର୍‌ଷ୍ଟାର ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଜେଡ୍‌ବ୍ଲାକ୍ ପକ୍ଷରୁ ସିଆନ୍ ଧୂପକାଠି ଓ ଦୀପ୍ ସିରିଜ୍‌ ଓଡିଆର ଫ୍ଲାଗ୍‌ସିପ୍ ରେଞ୍ଜ୍‌ର ଉନ୍ମୋଚନ

 

ଭୁବନେଶ୍ୱର: ନିଜର ଫ୍ଲାଗ୍‌ସିପ୍ ଅଗର୍‌ବତୀ ବ୍ରାଣ୍ଡ ଜେଡ୍ ବ୍ଲାକ୍ ପାଇଁ ଲୋକପ୍ରିୟ ତଥା ଭାରତର ଅଗ୍ରଣୀ ଧୂପକାଠି ନିର୍ମାତା ମହୀଶୂର ଦୀପ୍ ପର୍ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌) ପକ୍ଷରୁ ଓଡିଶାର ପବିତ୍ର ପୁରୀ ସହରରେ ଏହାର ସିଆନ୍ ସିରିଜ୍ ଓ ଜେଡ୍ ବ୍ଲାକ୍ ଓଡିଆ ରେଞ୍ଜ୍‌ର ଧୂପକାଠି ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ଅବସରରେ ଓଲିଉଡ୍ ସୁପର୍‌ଷ୍ଟାର ବର୍ଷା ପ୍ରିୟଦର୍ଶିନୀ, ମହୀଶୂର ଦୀପ୍ ପର୍ଫ୍ୟୁମେରୀ ହାଉସ୍‌ର ନିର୍ଦ୍ଦେଶକ ଅଂଶୁଲ୍ ଅଗ୍ରୱାଲ ଏବଂ ଓବ୍‌ରୟ ଆଇବିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଓବ୍‌ରୟ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଦେଶର ଶୀର୍ଷ ୩ଟି ଅଗରବତୀ ନିର୍ମାତା ମଧ୍ୟରୁ ଅନ୍ୟତମ ଏହି କମ୍ପାନୀ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା, ଏହାର ବିତରଣ ନେଟ୍‌ୱର୍କକୁ ବିସ୍ତାର କରିବା ଓ ଚଳିତ ଆର୍ଥିକ ବର୍ଷରେ ଅଧିକ ଉତ୍ପାଦ ଫଳାଫଳ ଯୋଗ
କରିବା ପାଇଁ ନିଜର ଉତ୍ପାଦନ କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିବା ଲାଗି ନିବେଶକରୁଛି । ଏହି ନୂଆ ରେଞ୍ଜ୍‌ର ସିଆନ୍ ଧୂପକାଠିକୁ ୫ଟି ଆକର୍ଷଣୀୟ ସୁଗନ୍ଧ ଯେପରିକି ଇଭୋରି, ମାରାଇନ୍‌, ମ୍ୟାରିଗୋଲ୍ଡ, ରୋଜ୍ ଓ ଲାଭେଣ୍ଡରରେ ଉନ୍ମୋଚନ କରାଯାଇଛି । ଏମ୍‌ଡିପିଏଚ୍ କଟକର ଜଗତପୁରସ୍ଥିତି ଏହାର ସ୍ଥାନୀୟ ଉତ୍ପାଦନ କାରଖାନାରେ ୧୦୦ରୁ ଅଧିକ ମହିଳାଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିଛି । ଏହି ଲଂଚ୍ ଅବସରରେ ମହୀଶୂର ଦୀପ୍ ପର୍ଫ୍ୟୁମେରୀ ହାଉସ୍ (ଏମ୍‌ଡିପିଏଚ୍‌)ର ନିର୍ଦ୍ଦେଶକ ଅଂଶୁଲ୍ ଅଗ୍ରୱାଲ କହିଛନ୍ତି, ‘ଆମେ ଆଜି ଜଗନ୍ନାଥ ପୁରୀର ପବିତ୍ର ସହରରେ ଉପସ୍ଥିତ ହୋଇ ଖୁସି ଅନୁଭବ କରୁଛୁ, ଯାହାକି ହେଉଛି ହିନ୍ଦୁମାନଙ୍କ ପାଇଁ
ସବୁଠାରୁ ପବିତ୍ର ଓ ପ୍ରାଚିନ ତୀର୍ଥସ୍ଥାନ ମଧ୍ୟରୁ ଅନ୍ୟତମ । ସିଆନ୍ ହେଉଛି ଜେଡ୍‌ ବ୍ଲାକ୍‌ରୁ ଆମର ନୂଆ ସର୍ବଭାରତୀୟ ସ୍ତରର ଫ୍ଲାଗ୍‌ସିପ୍ ସିରିଜ୍ ଯାହା ପାରମ୍ପରିକ ଗୋଲାପଠାରୁ ଆରମ୍ଭ କରି ମ୍ୟାରିଗୋଲ୍ଡର ଭାରତୀୟ ସୁଗନ୍ଧ, ଏକ୍‌ଜୋଟିକ୍‌ ଇଭୋରି, ମାରାଇନ୍ ଓ ଲାଭେଣ୍ଡର ସୁଗନ୍ଧ ଭଳି ଏହାର ବିବିଧ ସୁଗନ୍ଧ ରେଞ୍ଜ୍ ସହିତ ଭାରତୀୟ ଘରଗୁଡିକର ପୂଜା ଅନୁଭୂତିକୁ ସମୃଦ୍ଧ କରିବ, ଯାହାଫଳରେ ଏହା ଆମ ଦେଶର ବିବିଧ ସଂସ୍କୃତିକୁ ପାଳନ କରୁଛି ।” ଭାରତୀୟ କ୍ରିକେଟ୍ କିମ୍ବନ୍ଦନ୍ତୀ ଓ ସମସ୍ତଙ୍କର ପ୍ରିୟ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି କ୍ରମାଗତ ୫ ବର୍ଷ ହେବ ପ୍ରିଂଟ୍‌, ଟିଭିସି, ସୋସିଆଲ ମିଡିଆ ଓ ଓଓଏଚ୍‌ ମିଡିୟମଗୁଡିକ ମାଧ୍ୟମରେ ଜେଡ୍ ବ୍ଲାକ୍ ବ୍ରାଣ୍ଡ୍‌କୁ ସମର୍ଥନ କରୁଛନ୍ତି । ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନ୍ କମ୍ପାନୀର ଧୂପ ବ୍ରାଣ୍ଡ ମନ୍ଥନ ପାଇଁ ବିଭିନ୍ନ ଚ୍ୟାନେଲରେ ଦୁଇ ବର୍ଷ ଲାଗି ବ୍ରାଣ୍ଡ ଆମ୍ବାସାଡର୍ ଅଛନ୍ତି ଏବଂ ଓଡିଆ ସୁପର୍‌ଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଏହି ବ୍ରାଣ୍ଡ ସହିତ ଗତ ୮ ବର୍ଷ ହେବ ଜଡିତ ଅଛନ୍ତି । ଏହି ଲଂଚ୍ ଇଭେଂଟ୍‌ରେ ଯୋଗ ଦେଇ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, “ ମୁଁ ଗତ ୮  ବର୍ଷ ହେବ ଏମ୍‌ଡିପିଏଚ୍ ସହ ଜଡିତ ହୋଇ ଖୁସି ଅନୁଭବ କରୁଛି ଏବଂ ଓଡିଶାରେ ବ୍ରାଣ୍ଡର ଲୋକପ୍ରିୟତାରେ ଅଭିବୃଦ୍ଧିର ଲମ୍ଫ ଓ ସୀମାକୁ ଦେଖିଛି । ଜେଡ୍ ବ୍ଲାକ ଅରିଜ୍‌ ପାଇଁ ‘ହର୍ ସାଂଶ୍ ମେଁ ଓଡିଶା’ କ୍ୟାମ୍ପେନ୍ ଏହାର ଆରମ୍ଭରୁ ଓଡିଆ ଲୋକମାନଙ୍କର ହୃଦୟକୁ ଛୁଇଁଥିଲା ଏବଂ ବର୍ତମାନ ନୂଆ ଦୀପ୍ ସିରିଜ୍ ସୁଗନ୍ଧଗୁଡିକ ସହିତ ସିଆନ୍‌ ଅଗର୍‌ବତୀ, ଫ୍ଲାଗ୍‌ସିପ୍ ବ୍ରାଣ୍ଡ ଜେଡ୍ ବ୍ଲାକ୍ ୩ଇନ୍‌୧ ଗୋଲ୍ଡକୁ ପବିତ୍ର ସହର
ପୁରୀରେ ଉନ୍ମୋଚନ କରାଯାଇଛି, ମୁଁ ଖୁସି ଯେ, ଏହି ସହଭାଗିତା କେବଳ ବୃହତ୍ ଓଉନ୍ନତ ହେଉଛି ।” ମହୀଶୂର ଦୀପ୍ ପର୍‌ଫମ୍ୟୁମେରୀ ହାଉସ୍ (ଜେଡ୍ ବ୍ଲାକ୍‌)ର ନିର୍ଦ୍ଦେଶକ ଅଙ୍କିତ୍ ଅଗ୍ରୱାଲ କହିଛନ୍ତି, “ଆମର ଭାରତୀୟ ଉପଭୋକ୍ତାଙ୍କ ପସନ୍ଦ ଓ ଭାରତୀୟ ବଜାର ଉପରେ ଏକ ମଜଭୁତ ସ୍ଥାନ ରହିଛି, ଯାହା ବିଶେଷ କରି ଟିୟର ୨ ଓ ୩ ସହରଗୁଡିକରେ ମହାମାରୀ ପରଠାରୁ
ନାଟକୀୟ ଭାବେ ପରିବର୍ତନ ହୋଇଛି । ଆମେ ଅଭିନବ ସୁଗନ୍ଧ ଓ ଆର୍‌ଆଣ୍ଡଡିରେ ପଦ୍ଧତିଗୁଡିକରେ ପରୀକ୍ଷଣ ବ୍ୟତୀତ ଏକାଧିକ ଆଂଚଳିକ ସୁଗନ୍ଧ ଉପରେ ଗୁରୁତ୍ୱ ଦେବା ପାଇଁ ଏବଂ ଚଳିତ ବର୍ଷ ପୂଜା ସାମଗ୍ରୀ ଉତ୍ପାଦର ଏକ ନୂଆ ଶୃଙ୍ଖଳା, ଭିମସାଇନି କର୍ପୂର
ଆଦିର ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ ।” ଏମ୍‌ଡିପିଏଚ୍ ୩୫୦୦ରୁ ଅଧିକ ଗ୍ରାମାଂଚଳ ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛି,
ଯାହାମଧ୍ୟରୁ ୮୦% ହେଉଛନ୍ତି ମହିଳା କର୍ମଚାରୀ । ଜେଡ୍ ବ୍ଲାକ୍ ୬ଟି ମହାଦେଶରେ ୟୁଏସ୍‌ଏ, ବ୍ରାଜିଲ୍‌, ଇଥିଓପିଆ, ନେଦର୍‌ଲ୍ୟାଣ୍ଡସ, ଅଷ୍ଟ୍ରେଲିଆ, ମାଲେସିଆ ଭଳି ଦେଶଗୁଡିକୁ ରପ୍ତାନୀ କରିବା ସହ ଏକ ମଜଭୁତ ଗ୍ଲୋବାଲ ଫୁଟ୍‌ପ୍ରିଂଟ୍ ସ୍ଥାପନ
କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *