ସିନାପାଲିରେ ୨୯ କରୋନା ପଜିଟିଭ ଚିହ୍ନଟ

ନୂଆପଡା : ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆଜି ସିନାପାଲିରେ ୨୯ ଜଣଙ୍କ ନମୂନା ପଜିଟିଭି ଆସିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଗୋଡାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଣପଡା ଗ୍ରାମର ୫୬ ଜଣଙ୍କ ନମୂନା ନିଆଯାଇ ଥିଲା । ତନ୍ମଧ୍ୟରୁ ଆଜି ୨୯ ଜଣଙ୍କ ଠାରେ ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ ଜଣାପଡିଥିବା ସିନାପାଲି ସ୍ୱାସ୍ଥ୍ୟ ଅଧିକାରୀ ତାରାକାନ୍ତ ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ ଦୁଇଦିନ ତଳେ ଉକ୍ତ ଗ୍ରାମର ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିଲା ।

ହେଲେ ସେହି ଜଣକ ଅନ୍ୟମାନଙ୍କ ସହ ମିଳାମିଶା କରିଥିବା କାରଣରୁ ଅବା ଅନ୍ୟ କେଉଁ କାରଣରୁ ତାହା ସ୍ପଷ୍ଟ ଜଣାପଡି ନାହିଁ । ଦୀର୍ଘଦିନ ପରେ କରୋନାର ଦ୍ୱିତୀୟ ଲହରିରେ ସିନାପାଲି ଅଞ୍ଚଳରେ ଏଭଳି କରୋନା ପଜିଟିଭି ଚିହ୍ନଟକୁ ନେଇ ବିଭିନ୍ନ ମହଲରେ ଭୟର ବାତାବରଣ ଦେଖାଦେଇଛି । ସିନାପାଲି ଅଞ୍ଚଳରେ ହଠାତ ଏଭଳି କରୋନା ପଜିଟିଭ ଚିହ୍ନଟକୁ ନେଇ ବିଭାଗୀୟ ଅଧିକାରୀ ଶ୍ରୀଦାସଙ୍କୁ ପଚାରିବାରୁ ସେ ଉପରେ ତଦନ୍ତ ଚାଲିଛି , କିପରି ଏଠାରେ ହଠାତ ବହୁମାତ୍ରାରେ ପଜିଟିଭି ଦେଖାଦେଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି କହିଛନ୍ତି । ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ ହୋଇ କରୋନା କଟକଣା ତଥା ନିୟମକୁ ଅନୁପାଲନ କରିବାକୁ ଅନୁରୋଧ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *