ଚନ୍ଦ୍ରାବଳୀ
*ଚନ୍ଦ୍ରାବଳୀ ***
ମୋ ନାରୀମନର ଶାଶ୍ୱତ
ନୀଳକଇଁର ଏ ଯେଉଁ
ଅମଳିନ ଅପାର୍ଥିବ ଉନ୍ମିଳନ
ତାକୁ କିଏ ଅବା ପାରିବ ରୋକି
ପାଖୁଡା ମେଲାଇ ଫୁଟିବା ପାଇଁ ?
ପରମ ପୁରୁଷାର୍ଥ ପାଖେ ମୋର
ଏଇ ଉର୍ଦ୍ଧାୟନ ଉନ୍ମୁଖ
ସମର୍ପିତ ଭାବ ବିନ୍ଦୁ ବିନ୍ଦୁ ପରାଗ
ରେଣୁରେ ସଂଚରିଯାଏ ଯେଉଁ
ସୃଷ୍ଟି ତତ୍ତ୍ଵର ନିଗୁଢ଼ ରହସ୍ୟ
ନିଃସର୍ତ୍ତରେ ନିଶେଷି ଦେବାର
ଆକୁଳପଣ ତେଜି କି ପାରିବି ମୁଁ
ଜନ୍ମ ଜନ୍ମରେ କେବେ ନେଇ ନାରୀଭାଵ ???