ଭାରତର ନୂଆ ସ୍ଥଳ ସେନା ମୁଖ୍ୟ ହେଲେ ମନୋଜ ପାଣ୍ଡେ
ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ । ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।
ତେବେ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସବୁଠାରୁ ମୁସ୍କିଲ କାମରେ ସଫଳତା ପାଇବା ଏବଂ ଭଲ ନେତୃତ୍ୱ ନେବାର କ୍ଷମତା ପାଇଁ ନୂଆ ସ୍ଥଳ ସେନା ମୁଖ୍ୟ ନରଭାଣେ ବେଶି ପରିଚିତ ଥିଲେ । ସେତିକି ନୁହେଁ, ସହକର୍ମୀ ଏବଂ ଷ୍ଟାଫଙ୍କ ସହ ଭଲ ବ୍ୟବହାର ପାଇଁ ମଧ୍ୟ ସେ ବେଶ ଲୋକପ୍ରିୟ । ଜୁନ୍ ୧୯୮୦ରେ ୭ମ ଶିଖ୍ ଲାଇଟ୍ ଇନଫାଣ୍ଟ୍ରିରୁ କାର୍ଯ୍ୟ ଆରମ୍ଭ କରିଥିବା ମନୋଜ ମୁକୁନ୍ଦ ନରଭାଣେ ଜାମ୍ମୁ ଓ କାଶ୍ମୀର ସହ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଆତଙ୍କବାଦ ଓ ବିଦ୍ରୋହୀ ଦମନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହ ଶ୍ରୀଲଙ୍କାରେ ନିୟୋଜିତ ଭାରତୀୟ ଶାନ୍ତି ସେନାରେ ବି ପ୍ରମୁଖ ଭୂମିକା ନେଇଥିଲେ । ଲିୟୁଟେନାଣ୍ଟ ଜେନେରାଲ ନରଭାଣେ ଇଷ୍ଟର୍ଣ୍ଣ କମାଣ୍ଡର ମଧ୍ୟ ଦାୟିତ୍ୱ ନେଇଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଚୀନ ସହ ଥିବା ପ୍ରାୟ ୪ ହଜାର କିଲୋମିଟର ସୀମାର ସୁରକ୍ଷା ଦାୟିତ୍ୱରେ ସେ ରହିଥିଲେ । ପାଖାପାଖି ୪୦ ବର୍ଷ ଧରି ସେ ସେନାବାହିନୀର ବହୁ ଗୁରତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଆସିଥିଲେ।