ଓଡ଼ିଶାରେ ଫେରିବ କି ନାଇଟ୍ କର୍ଫ୍ୟୁ ?

ଭୁବନେଶ୍ୱର :  ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ ଜାରି କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ଅନ୍ୟପଟେ ବିଶେଷଜ୍ଞ ଡାକ୍ତରଙ୍କ ମତରେ ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବରଂ ସମାବେଶ ଉପରେ କିପରି ରୋକ ଲାଗିପାରିବ ସେ ଦିଗରେ ସରକାର ଯତ୍ନବାନ ହେବା ଦରକାର । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତି ହୋଇନାହିଁ ।

ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ । ସତର୍କ କଲେ ସରକାର । ଓଡିଶାରେ ସଂକ୍ରମଣ ଟିକିଏ ବଢିଲେ, ଲାଗୁ ହୋଇଯିବ ନାଇଟ କର୍ଫ୍ୟୁ । ଏହି ମର୍ମରେ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଦରକାର ନାହିଁ ନାଇଟ କର୍ଫ୍ୟୁ । ସମାବେଶ ଉପରେ ଲଗାଯାଉ ରୋକ । ଦେଶର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଦେବୀ ସେଟ୍ଟୀ ଲକଡାଉନ କିମ୍ବା ନାଇଟ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ଭାବରେ କହୁଥିବା ବେଳେ ଆଜି ଓଡିଶାର ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ କହିଛନ୍ତି ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *