ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହ ଘଟିଲା ଏପରି….

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଅତ୍ୟାଚାରର ଘଟଣା ସାମନାକୁ ଆସୁଛି । ଜାତୀୟ ରାଜଧାନୀ ଦିଲ୍ଲୀର ସାଗରପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ, ୩୨ ବର୍ଷୀୟ ପୀଡ଼ିତା ସାଗରପୁରରେ ନିଜ ସ୍ୱାମୀଙ୍କ ସହିତ ରହୁଥିଲେ । ପୀଡ଼ିତାଙ୍କର ନିଜ ସ୍ୱାମୀଙ୍କ ସହିତ ରବିବାର ବିଳମ୍ବିତ ରାତିରେ କୌଣସି କାରଣରୁ ବିବାଦ ହୋଇଥିଲା । ଏହି କାରଣରୁ ସେ ଘରୁ ବାହାରକୁ ଚାଲିଯାଇଥିଲେ । ସେ ନିଜ ସମ୍ପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲା । ଏହି ସମୟରେ ରାସ୍ତାରେ ଯିବା ସମୟରେ କିଛି ଲୋକ କାର୍ ରେ ଆସି ଲିପ୍ଟ ଦେବାକୁ କହିଥିଲେ ଓ ତାଙ୍କୁ କାରରେ ନେଇ ଦୁଇଜଣ ବ୍ୟକ୍ତି ଜୋରଜବରଦସ୍ତି ମଦ ପିଆଇଥିଲେ । ଏହାପରେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ସକାଳେ ନିହାଲ ବିହାର ଅଞ୍ଚଳରେ ଥିବା ଏକ ଗାଁ ପାଖରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ । ପୀଡ଼ିତା ଜଣକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ପରେ ଏନେଇ ଏକ ମାମଲା ରୁଜୁ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *