ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି, ମହିଳାଙ୍କୁ ୫୦% ଆସନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି । ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା । ପୂର୍ବରୁ ଥିବା ସଂରକ୍ଷଣ ତାଲିକାରେ ପରିବର୍ତ୍ତନ । ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି । ରାଜ୍ୟ ସରକାର ୫୦ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବ ବିଜ୍ଞପ୍ତିରେ ପ୍ରକାଶ କରିଥିବାବେଳେ ସଦ୍ୟ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ମଧ୍ୟ ପ୍ରକାଶ କରିଛନ୍ତି । ସେପଟେ ଯେହେତୁ ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ନେଇ କୌଣସି ସ୍ଥାନ ସଂରକ୍ଷିତ ରହିବ ନାହିଁ । ତେଣୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ପଛୁଆବର୍ଗ ପାଇଁ କୌଣସି ଆସନ ସଂରକ୍ଷଣ ରଖାଯାଇ ନାହିଁ । ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଆହ୍ୱାନ ପାଇଁ ଉଲ୍ଲେଖ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *