ପେଙ୍ଗୋଙ୍ଗ୍ ହ୍ରଦ ନିକଟରେ ପୁଣି ସୈନ୍ୟ ସଂଖ୍ୟା ବଢାଇଚାଲିଛି ଚୀନ

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ ଅନ୍ୟପଟେ ଚୀନର ମତିଗତି ସନ୍ଦେହଜନକ ରହୁଛି । ଚୀନ ପେଙ୍ଗୋଙ୍ଗ୍ ହ୍ରଦ ଅଞ୍ଚଳରେ ଗତ ବର୍ଷଠାରୁ ଥିବା ନିଜର ସୈନ୍ୟ ସଂଖ୍ୟା କମାଇବ କ’ଣ ଓଲଟି ବଢାଇଚାଲିଛି । ପେଙ୍ଗୋଙ୍ଗ୍ ହ୍ରଦର ଉତ୍ତରରେ ଥିବା ଫିଙ୍ଗର-୮ ଓ ସିରିଜାପ ଅଞ୍ଚଳରେ ନିଜର ସୈନ୍ୟବଳ ବଢାଇଚାଲିଛି ଚୀନ । ଏହା ସହିତ ହ୍ରଦର ଉତ୍ତର ଉପକୂଳ ଅଞ୍ଚଳରେ ଚୀନ ପକ୍ଷରୁ ସ୍ଥାୟୀ ଶିବିର ଓ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଚିନ୍ତାଜନକ ବିଷୟ ହେଉଛି ଯେ ଏହି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଥିଲା। ଏହା ସହିତ ସେଠାରେ ଥିବା ଅସ୍ଥାୟୀ ଶିବିରଗୁଡିକୁ ନଷ୍ଟ କରିଦେଇଥିଲା । କିନ୍ତୁ ଏବେ ପୁଣି ଶିବିର ସ୍ଥାପନ କରିଛି । ଏହି ଉପଗ୍ରହ ଚିତ୍ରକୁ ଆମେରିକାର ମାକ୍ସାର ଟେକନଲୋଜୀପକ୍ଷରୁ ଗତ ଅକ୍ଟୋବର ମାସରେ ଉଠାଯାଇଥିଲା । ମାକ୍ସାର ପକ୍ଷରୁ ଏହି ଚିତ୍ର ଓ ପୂର୍ବରୁ ଉଠାଯାଇଥିବା ଚିତ୍ରକୁ ତୁଳନା କରି ଜଣାଯାଇଛି ଯେ ଚୀନ ନୂଆଶିବିର ସ୍ଥାପନ କରିଛି । ଗତ ବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି । ସୈନ୍ୟ ପ୍ରତ୍ୟାହାର ଗତ ମାସରେ ହୋଇଥିବା ଆଲୋଚନାରେ କୌଣସି ସମାଧାନ ବାହାରି ପାରିନଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *