ରଣକ୍ଷେତ୍ର ପାଲଟିଛି ପାରାଦ୍ୱୀପ ପାଟଣା ହାଟ

ପାରାଦୀପ : ସୀମା ନିର୍ଦ୍ଧାରଣରେ ଗାଁକୁ ପଞ୍ଚାୟତରୁ ହଟାଇବା ଅଭିଯୋଗରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ରଣକ୍ଷେତ୍ର ପାଲଟିଛି ପାରାଦ୍ୱୀପ ପାଟଣା ହାଟ । ପାଟଣା ହାଟରେ ଥିବା ପୋଲିସ କ୍ୟାମ୍ପରେ ଧସେଇ ପଶିଲେ ଢିଙ୍କିଆ ଗ୍ରାମବାସୀ । ପୂର୍ବରୁ ସୀମାନିର୍ଦ୍ଧାରଣ ବେଳେ ଢିଙ୍କିଆ ଗାଁରେ ପୋଲିସ ପଶି ଗ୍ରାମବାସୀଙ୍କୁ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ୨ଜଣ ଢିଙ୍କିଆ ଗ୍ରାମବାସୀଙ୍କୁ ଉଠାଇ ନେବାରୁ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଢିଙ୍କିଆ ଓ ପାଟଣ ହାଟ ମଧ୍ୟରେ ଉଭୟ ଗ୍ରାମବାସୀ ଓ ପୋଲିସ ପକ୍ଷରୁ ଟେକାପଥର ମାଡ଼ ହୋଇଛି । ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଛକାପଞ୍ଝାରେ ଢିଙ୍କିଆ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *