ସାନିଆ ମିର୍ଜାଙ୍କ କୁନି ପୁଅ ଇଜି ଏହି କାମ କରି ଚର୍ଚ୍ଚାରେ

ନୂଆଦିଲ୍ଲୀ : ଟେନିସ୍ ତାରକା ସାନିଆ ମିର୍ଜା କିଛି ସପ୍ତାହ ତଳେ ଶ୍ୱଶୁର ଘର ପାକିସ୍ତାନର ସିଆଲକୋଟ୍ ଯାଇଥିଲେ । ଏକ ଲମ୍ବା ସମୟ ପରେ ସାନିଆ ସେଠାକୁ ଆସିଥିବାରୁ ବିଭିନ୍ନ ଆଡ଼ୁ ନିମନ୍ତ୍ରଣ ଛୁଟି ଆସିଲା । ସେଠିକାର ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମରେ ସ୍ୱାମୀ ସୋଏବ୍ ମଲିକ୍‌ଙ୍କ ସହ ଭାଗ ନେବାକୁ ଡାକରା ଆସିଲା । ୩ ବର୍ଷର ପୁଅ ଇଜହାନ୍‌, ସ୍ୱାମୀଙ୍କ ସହ ସାନିଆ କାର୍ଯ୍ୟକ୍ରମରେ ଉପସ୍ଥିତ ହେଲେ । କାର୍ଯ୍ୟକ୍ରମର ଉପସ୍ଥାପକ ଅହସାନ୍ ଖାନ୍‌ଙ୍କ ସହ ସେମାନଙ୍କର ଥଟ୍ଟା, ମଜା କିଛି ସମୟ ଚାଲିଲା । କୁନି ପୁଅ ଇଜହାନ୍ ମଧ୍ୟ ସେଠାରେ ସମସ୍ତଙ୍କ ମନ ଜିଣୁଥାଏ । ଅହସାନ୍ ବାର୍ତ୍ତାଳାପ ମଧ୍ୟରେ ଇଜହାନ୍‌ଙ୍କୁ ପାଖକୁ ଡାକି ମାଇକ୍ ଧରାଇଲେ । ଛୋଟ ପିଲାଟିକୁ ସେ ଗୀତ ଗାଇବାକୁ କହିଲେ । ସଙ୍ଗେସଙ୍ଗେ ସାନିଆ ବଡ଼ ପାଟି କରି କହିଲେ, ଇଜି ଦୟାକରି ତୁମେ ଜାଣିଥିବା ସେସବୁ ଗୀତ ଗାଅନାହିଁ ।

ଉପସ୍ଥାପକ ସାନିଆଙ୍କୁ ପଚାରିଲେ, ଇଜହାନ୍ କେଉଁ ଗୀତ ଗାଉଛି କି? ହସିହସି ସାନିଆ କହିଲେ, ମୋ ପୁଅର ପ୍ରିୟ ଗୀତ ହେଉଛି ‘ଗୋରେ ଗୋରେ ମୁଖଡେ ପେ କାଲାକାଲା ଚଷମା’ । ଉପସ୍ଥିତ ଅନ୍ୟମାନେ ଇଜହାନ୍‌ଙ୍କ ଗୀତ ଶୁଣି ହସିହସି ବେଦମ୍ ହୋଇଗଲେ । ଅହସାନ୍ ମଜାରେମଜାରେ ଅନ୍ୟ କେତୋଟି କଥା ମଧ୍ୟ ଏହି ଦମ୍ପତିଙ୍କୁ ପଚାରିଥିଲେ । ସେ ପଚାରିଥିଲେ, ସୋଏବ୍ ଆପଣ ବିବାହ ପରଠାରୁ ସାନିଆଙ୍କ ଜନ୍ମଦିନ କେବେ ଭୁଲିଛନ୍ତି କି? କାମର ଚାପରେ ସେ ନିଜ ଜନ୍ମଦିନକୁ ମଧ୍ୟ ଅନେକଥର ଭୁଲିଯାଇଛନ୍ତି ବୋଲି କହିଲେ ସୋଏବ୍ । ସାନିଆ ଏହା ଶୁଣି କହିଲେ, ତୁମେ ନିଜ ଜନ୍ମଦିନ ଭୁଲି ପାର କିନ୍ତୁ ମୋ ଜନ୍ମଦିନ କେବେହେଲେ ଭୁଲିବ ନାହିଁ । ସୋଏବ୍ ମଧ୍ୟ ଏ ଦିଗରେ ବେଶ୍ ସତର୍କ ବୋଲି ହସି କହିଥିଲେ । ସାନିଆ-ସୋଏବଙ୍କ ଦାମ୍ପତ୍ୟ ଜୀବନର ୧୧ ବର୍ଷ ଅତିବାହିତ ହୋଇଗଲାଣି । ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲିକ୍ ନିଜ ଖେଳ ପାଇଁ ଅଧିକାଂଶ ସମୟ ଦେଶବିଦେଶରେ ରହନ୍ତି । ସାନିଆ ମଧ୍ୟ ସେଇଭଳି ବ୍ୟସ୍ତ । କିଛି ମାସ ତଳେ ଦୁହେଁ ଦୁବାଇରେ ଏକ ସୁରମ୍ୟ ଅଟ୍ଟାଳିକା କିଣି ଛୁଟି ସମୟରେ ସେଇଠାରେ ଏକାଠି ରହିବାକୁ ସ୍ଥିର କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *