ଟିଫିନ ବୋମା ବିସ୍ପୋରଣରେ ଚାଲିଗଲା ନାବାଳକର ଜୀବନ

ଲକ୍ଷ୍ନୌ : ଟିଫିନ ବୋମା ବିସ୍ପୋରଣରେ ସାତ ବର୍ଷର ଶିଶୁ ମୃତ । ମାଖଡୁମ ସାହ ଦର୍ଗା ଘାଟ ନିକଟରେ ଏକ ଟିଫିନ ବାକ୍ସରେ ରଖାଯାଇଥିବା ବୋମା ବିସ୍ପୋରଣ ହେବାପରେ ଜଣେ ସାତ ବର୍ଷର ବାଳକଙ୍କର ମୃତ୍ୟୁ ଘଟିଛି । ଭାଗଲପୁରର ନାଥନଗରରେ ଗତ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ବୋମା ବିସ୍ପୋରଣ । ସୂଚନା ଅନୁଯାୟୀ, ଯେତେବେଳେ ବାଳକଟି ଖେଳୁଥଲା । ଅଳିଆ ଆବର୍ଜନାରୁ ୩ଟି ଷ୍ଟିଲ ପାତ୍ରର ଟିଫିନ ବାକ୍ସ ପାଇଥିଲା । ଓ ଠିକ ସେହି ସମୟରେ ପିଲାଟି ଟିଫିନ ବାକ୍ସ ଉଠାଇବା ମାତ୍ରେ ବୋମା ବିସ୍ପୋରଣ ହୋଇଥିଲା । ଆଉ ସେହିଠାରେ ହିଁ ତାର ମୃତ୍ୟୁ ହୋଇଥଲା । ପ୍ରମାଣରୁ ଜମାପଡିଛି ଯେ ପଞ୍ଚାୟତ ନିର୍ବାଚନ ସମୟରେ କରାଯାଇଥିବା ସର୍ଚ୍ଚ ଅପରେସନରେ ପୋଲିସ ଏହାକୁ ନପାଇବା ଫଳରେ ଦୁଷ୍କର୍ମକାରୀ ମାନେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ବୋମା ରଖିଥିଲେ । ଅନୁସନ୍ଧାନ କରିବା ପାଇଁ ବିସ୍ପୋରକର ଅବଶିଷ୍ଟାଂଶ ସଂଗ୍ରହ କରିବାକୁ ବୋମା ନିଷ୍କ୍ରିୟ ଟିମ ପହଞ୍ଚିବା ପରେ ଟିଫିନ ବକ୍ସ ଭିତରେ ରଖାଯାଇଥିବା ଅଧିକ ବୋମାକୁ ନିଷ୍କ୍ରିୟ କରିଥିଲେ । ବିସ୍ପୋରକ ସାମଗ୍ରୀ କ’ଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଭାଗଲପୁରର ବରିଷ୍ଠ ଏସପି ନିତାଶା ଗୁରିୟା କହିଛନ୍ତି ଯେ ବାଳକ ଟିଫିନ ବକ୍ସ ଉଠାଇବା ବେଳେ ବୋମା ବିସ୍ପୋରଣ ହୋଇଥିଲା । ଭାଗଲପୁର ଏସପି କହିଛନ୍ତି ଯେ ଜେଲରୁ ମୁକ୍ତ ହୋଇଥିବା ଜଣେ ଅପରାଧି ଏହି ଘଟଣାରେ ସମ୍ପୃକ୍ତ ହୋଇପାରନ୍ତି । ପୋଲିସ ତା ଲୁଚି ରହିଥିବା ସ୍ଥାନରେ ଚଢଉ କରିଥିଲା । ଡିସେମ୍ବର ୨ରେ ଭାଗଲପୁର ପାଟନା ରେଳ ବିଭାଗ ମଧ୍ୟରେ ନାଥନଗର ରେଳଷ୍ଟେସନ ନିକଟରେ ବିସ୍ପୋରଣରେ ଜଣେ ଅଜ୍ଞାତ ଲୋକର ମୃତ୍ୟୁ ଘଟିଥିଲା । ଏହି ମାମଲାକୁ ଖଣ୍ଡନ କରିବା ପାଇଁ ରେଳ ପୋଲିସର ଅଧିକ୍ଷକ ଆମୀର ଜାଭେଦ ଏକ ଏସଆଇଟି ଗଠନ କରିଥିଲେ । ସେହିପରି ଡିସେମ୍ବର୧୧ରେ ନାଥନଗର ରେଳଷ୍ଟେସନ ଠାରୁ ୫୦୦ମିଟର ଦୂରରେ ମୋମିନ ଟୋଲା ଅଞ୍ଚଳରେ ଘଟିଥିବା ଅଶୋଧିତ ବୋମା ବିସ୍ପୋରଣରେ ଦୁଇଜଣ ସ୍କୁଲ ପିଲା ସାମାନ୍ୟ ଆହତ ହୋଇଥିଲେ । ପୋଲିସ କହିଛି ଯେ ସେଠାରେ ଖେଳୁଥିବା ସମୟରେ ୩ଜଣ ପିଲା ଆବର୍ଜନା ନିକଟରେ ଏକ ପରିତ୍ୟକ୍ତ କ୍ୟାଣ୍ଟର ପାଇଥିଲେ । ଯେତେବେଳେ ସେମାନେ କ୍ୟାଣ୍ଟର ଖୋଲିବାକୁ ଚେଷ୍ଠା କରିଥିଲେ ଏହା ବିସ୍ପୋରଣ ହୋଇ ଦୁଇଜଣ ଆହତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *