ଶିକ୍ଷକଙ୍କ ସହ ଦୁର୍ବ୍ୟବହାର କଲେ ଛାତ୍ର, ମୁଣ୍ଡରେ ଢ଼ାଳିଲେ ମଇଳା….

ନୂଆଦିଲ୍ଲୀ : ଗୁରୁଙ୍କୁ ଅସମ୍ମାନ । ଶିକ୍ଷାର ଆଲୋକ ପ୍ରଦାନ କରୁଥିବା ଶିକ୍ଷକଙ୍କୁ ଶ୍ରେଣୀଗୃହରେ ଦୁର୍ବ୍ୟବହାର । କର୍ଣ୍ଣାଟକର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସରକାରୀ ଉଚ୍ଚ ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ର ଶିକ୍ଷକଙ୍କ ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଶିକ୍ଷକ ଜଣକ ଶ୍ରେଣୀଗୃହରେ ଏକ ଚେୟାରରେ ବସିଛନ୍ତି । ଆଉ ତାଙ୍କ ମୁଣ୍ଡରେ ମଇଳା ଢ଼ାଳିବା ସହ ଛାତ୍ରମାନେ ହସୁଛନ୍ତି । ଭିଡିଓ ଭାଇରାଲ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁ ରୂପୀ ଭଗବାନଙ୍କ ସହ ଛାତ୍ରଛାତ୍ରୀଙ୍କ ଏହି ଦୁର୍ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ । ଶିକ୍ଷା ବିଭାଗ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବ୍ୟବହାରର ଶିକାର ହୋଇଥିବା ଶିକ୍ଷକମାନଙ୍କ ସହ ଆମେ ଅଛୁ, ଏହି ପ୍ରକାର ଆଚରଣ ପାଇଁ ଆଦୌ କ୍ଷମା ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ତେବେ ଛାତ୍ରମାନଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଭାଇରାଲ୍ ଭିଡିଓରେ ଛାତ୍ରମାନେ ଶ୍ରେଣୀଗୃହକୁ ପ୍ରବେଶ କରିବା ମାତ୍ରେ ଏକ ଚେୟାରରେ ବସିଥିବା ଜଣେ ହିନ୍ଦୀ ଶିକ୍ଷକଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର ଡଷ୍ଟବିନ ଉଠାଇ ଶିକ୍ଷକଙ୍କୁ ମାଡପିଟ୍ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପରେ ଯେତେବେଳେ ଶିକ୍ଷକ ଶ୍ରେଣୀରେ ପଢ଼ାଇବା ଆରମ୍ଭ କରନ୍ତି ପାଞ୍ଚ ଜଣ ଛାତ୍ର ତାଙ୍କ ମୁଣ୍ଡରେ ଡଷ୍ଟବିନ ଆଣି ମଇଳା ପକାଇ ଦିଅନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନୁଧ୍ୟାନ କରି ଶିକ୍ଷକ ମଧ୍ୟ ପୋଲିସ ନିକଟରେ ଅଭିଯୋଗ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *