ମୌଳିକ ସୁବିଧାରୁ ବଞ୍ôଚତ ଜାମପକାଲବାସୀ

କନ୍ଧମାଳ : ବିକାଶର ବହୁ ଦୂରରେ ରହିଛି ଆଦିବାସୀ ଅଧ୍ୟୂଷିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ଼ ପଞ୍ଚାୟତର ଜାମପକାଲ ଗାଁ । ବନ୍ଧଗଡ ପଞ୍ଚାୟତର ୮ନମ୍ବର ୱାର୍ଡରେ ରହିଥିବା ଏହି ଗାଁଟି ଜିଲ୍ଲାର ନୂଆଁ ଗାଁ ଓ ଫିରିଙ୍ଗିଆ ବ୍ଲକ୍‌ର ସୀମାନ୍ତରେ ରହିଥିବା ବେଳେ ବର୍ଷତମାମ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗମନାଗମନ ଓ ପାନୀୟଜଳ ଗ୍ରାମବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥିବାବେଳେ ସେମାନେ ନାଳପାଣିକୁ ଭରସା କରିଛନ୍ତି । ତେବେ ଗାଁରେ ସମୁଦାୟ ୫୦ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ବର୍ତ୍ତମାନ ଗାଁରେ ଜନସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ ଓ ୨୦୦ରୁ ଅଧିକ ଭୋଟର ଅଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ଭଲରାସ୍ତାଟିଏ ନଥିବାରୁ ମେଡିକାଲ ଓ ବିଭିନ୍ନ ଜରୁରିସେବା ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ଗାଁରେ ତିନୋଟି ନଳକୂପ ଖୋଲାଯାଇଥିବା ବେଳେ ଦୁଇଟି ନଳକୂପ ବର୍ଷବର୍ଷ ଧରି ଅଚଳ ହୋଇପଡିରହିଛି । ଗାଁ ରେ ଅଧିକାଂଶ ଲୋକ କୁଲିମଜୁରି ଓ ଚାଷକରି ପରିବାର ପରିପୋଷଣ କରିଆସୁଥିବା ବେଳେ ବର୍ତ୍ତମାନ କାମଧନ୍ଦା ଅଭାବରୁ ଗାଁର ଅନେକ ଶିକ୍ଷିତ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ଯାଇଛନ୍ତି । ଗାଁରେ ୧୦ ବର୍ଷ ପୂର୍ବରୁ ଚାଷୀମାନଙ୍କ ସୁବିଧା ପାଇଁ ଉଠାଜଳସେଚନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଅଧିନରେ ଏକ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । କିନ୍ତୁ ବିଭାଗୀୟ ଅବହେଳା ପାଇଁ ଏହି ଉଠାଜଳସେଚନ ପ୍ରକଳ୍ପ କାମ ସରିବା ପରେ କାର୍ଯ୍ୟକ୍ଷମ ହୋଇନପାରିନାହିଁ । ଅନ୍ୟପଟେ କାର୍ଯ୍ୟଆରମ୍ଭରୁ ପକଳ୍ପ ଅଚଳ ହୋଇପଡ଼ିରହିଥିବା ବେଳେ ମାସକୁ ମାସ ହଜାର ହଜାର ଟଙ୍କାର ବିଦ୍ୟୁତ୍ ବିଲ ଆସୁଥିବା ଗାଁ ର ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏହି ଉଠାଜଳସେଚନ ପ୍ରକଲ୍ପ ବିଷୟରେ ଗ୍ରାମବାସୀ ଗୁହାରି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ୫ବର୍ଷରେ ଥରେ ସାଧାରଣ ନିର୍ବାଚନ ହେଉ କିମ୍ବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ମାଗିବା ପାଇଁ ଗାଁ କୁ ଅନେକ ନେତାଙ୍କ ସୁଅଛୁଟିଥାଏ । ନେତାମାନେ ଗାଁର ବିକାଶପାଇଁ ପ୍ରତିଶ୍ରୁତିରେ ପୋତି ପକାଇଥାନ୍ତି । କିନ୍ତୁ ନିର୍ବାଚନ ସରିଲେ ବିକାଶ ତ ଦୂରର କଥା ସେହି ନେତାମାନଙ୍କ ଦେଖା ମଧ୍ୟ ମିଳିନଥାଏ ବୋଲି ଗାଁର ଟୁକରା କହଁର, ନାରାୟଣ ପ୍ରଧାନ, ମିଶିରାମ କହଁର , ରତ୍ନାକର କହଁର, ବସନ୍ତ କହଁର, ମୀନତି କହଁର, ରାନିମା କହଁର, ଉପମା କହଁର , ଘାସିରାମ କହଁରଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୀର୍ଘବର୍ଷ ଧରି ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇ ଆସୁଥିବା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଦୃଷ୍ଟି ନଦେଲେ ଜାମପକାଲ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *