କୋରାପୁଟ କାଜୁୁର ହେବ ସ୍ୱତନ୍ତ୍ର ବ୍ରାଣ୍ଡିଂ

କୋରାପୁଟ: ସ୍ୱାଦପାଇଁ କୋରାପୁଟର କାଜୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି । ଜିଲ୍ଳାର ଜଳବାୟୁ ଓ ମାଟି ଅନୁକୂଳ ହୋଇଥିବାରୁ ଏଠାରେ ବର୍ଷ ବର୍ଷ ଧରି କାଜୁ ଚାଷ ହୋଇଆସୁଛି। ତେବେ ଚାଷୀ ଯେତିକି ଅମଳ ପାଇବା କଥା ପାଇପାରୁ ନାହାନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଆଗ୍ରହ କମୁଥିବା ବେଳେ କାଜୁ ଚାଷର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଯୋଜନା । କୋରାପୁଟ କଫି ଭଳି କାଜୁ ଚାଷର ପୁନରୁଦ୍ଧାର ପାଇଁ ରାଜ୍ୟ କାଜୁ ନିଗମ ଚାଷୀ ଓ କେନ୍ଦ୍ରୀୟ ବୋର୍ଡର ଅଧିକାରୀଙ୍କୁ ନେଇ ବୈଠକ କରିଛି । ଉନ୍ନତମାନର ଜ୍ଞାନକୌଶଳ ଓ ତାଲିମ ଯୋଗାଇଦେବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛି ନିଗମ । ପ୍ରତିବର୍ଷ ଜିଲ୍ଳାରେ ହଜାରେ ଏକର ଜମିରେ ଲାଗିବ କାଜୁୁ ଗଛ । ଚାରା ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ଅଧିକାରୀ କହିଛନ୍ତି । ପୂର୍ବରୁ ଜିଲ୍ଳାରେ ୨୫ ହଜାର ହେକ୍ଟର ଜମିରେ କାଜୁୁ ଗଛ ଲାଗିଥିବା ବେଳେ ଏଥିରୁ ୧୨ ହଜାର ୫ ଶହ ମେଟ୍ରିକ ଟନ୍ କାଜୁ ମଞ୍ଜିି ଆଦାୟ ହେଉଥିଲା । ବିନା ରାସାୟନିକ ସାରରେ ହେଉଥିବା ଏହି ଚାଷକୁ ନେଇ ଜିଲ୍ଳାରେ ମଧ୍ୟ ୬୦ଟି କାଜୁୁ ଫ୍ୟାକ୍ଟ୍ରି ଖୋଲାଯାଇଥିଲା । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ସବୁ ପ୍ୟାକ୍ଟ୍ରି ଜରିଆରେ ୩୦ରୁ ୪୦ ହଜାର ଲୋକଙ୍କୁ ରୋଜଗାର ମିଳୁଥିଲା । ହେଲେ ଏବେ ଅଧିକାଂଶ ଫ୍ୟାକ୍ଟ୍ରିରେ ତାଲା ପଡ଼ିଥିବା ବେଳେ ମାତ୍ର ୧୦ ରୁ ୨୦ଟି ଚାଲୁ ରହିଛି । ତେବେ କାଜୁ ନିଗମ ଓ ପ୍ରଶାସନ ପକ୍ଷରୁ ଏବେ ପ୍ରସ୍ତୁତ ହୋଇଥିବା ନୂଆ ଯୋଜନାକୁ ନେଇ କାଜୁ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାଜ୍ୟରେ ଏକ ହେକ୍ଟର ଜମିରୁ ପ୍ରାୟ ୫ ଶହ କେଜି କାଜୁୁ ଆଦାୟ ହେଉଥିବା ବେଳେ ବ୍ରାଜିଲ ଭଳି ଦେଶରେ ଖୁବ୍ ଅଧିକ ଆଦାୟ ହୋଇଥାଏ । ତେବେ ଉନ୍ନତ ତାଲିମ ଓ ନୂଆ ଜ୍ଞାନକୌଶଳ ଜରିଆରେ ଅଧିକ ଅମଳ ସହ ଚାଷୀଙ୍କୁ ଅଧିକ ଲାଭ ମିଳିବ ବୋଲି ଆଶାରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *