୧୦ ବର୍ଷ ଝିଅର କମାଲ, ଏକ ମାସରେ ରୋଜଗାର କଲେ ଏତିକି ଟଙ୍କା….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ସିଡନୀରେ ରହୁଥିବା ଜଣେ ୧୦ ବର୍ଷର ଝିଅ ନିଜର ଏକ ଖେଳନା ବ୍ୟବସାୟରୁ ଗୋଟିଏ ମାସରେ ୧ କୋଟି ଟଙ୍କା ରୋଜଗାର କରି ସମସ୍ତଙ୍କ ଚମକାଇ ଦେଇଛନ୍ତି । ଗତ ମାସରେ ସେ ତାଙ୍କର ବ୍ୟବସାୟରେ ୧ କୋଟି ୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ସେ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ ମାତ୍ର ୧୫ ବର୍ଷ ବୟସରେ ସେ ଚାହିଁଲେ ଅବସର ନେଇପାରିବେ । ଯାହାକି ତାଙ୍କ ବାକି ଜୀବନକୁ ଖୁବ ଖୁସିରେ କଟାଇ ପାରିବେ । ପିକ୍ସୀ କର୍ଟିସ ନାମକ ଏହି ଝିଅକୁ ବ୍ୟବସାୟରେ ତାଙ୍କ ମା’ ବହୁତ ସହଯୋଗ କରନ୍ତି । ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସୀ ନିଜର ମା’ ଙ୍କ ସହ ମିଶି ଫିଜେଟ୍ସ ଓ ରଂଗୀନ ପଂପିଙ୍ଗ ଖେଳଣା ତିଆରି କରନ୍ତି । ଏହି ଖେଳଣାର ଡିମାଣ୍ଡ ଏତେ ହୋଇଥାଏ ଯେ ତାହା ସାଙ୍ଗେ ସାଙ୍ଗେ ବିକ୍ରି ହୋଇଯାଏ । ଏହାଛଡ଼ା ପିକ୍ସୀ ଙ୍କ ନାମରେ ଏକ ହେୟାର ଆସେସୋରୀ ବ୍ରାଣ୍ଡ ମଧ୍ୟ ରହିଛି । ଯେଉଁଥିରେ ହେଡ କ୍ଲିପ ଓ ବହୁତ ସୁନ୍ଦର ହେଡ ବ୍ୟାଣ୍ଡ ବିକ୍ରି ହୁଏ । ଏହି ସବୁକୁ ତାଙ୍କ ମା’ ରାକ୍ସୀ ନିଜେ ବନାନ୍ତି । ରାକ୍ସୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ତାଙ୍କ ଝିଅ ପାଇଁ ଖୁବ ଗର୍ବିତ । କାରଣ ସେ ଏହି ବୟସରୁ ଏତେ ଉଦ୍ୟମଶୀଳତା ଅଟନ୍ତି । ମୁଁ ସଫଳ ହେବାକୁ ଚାହୁଁଥିଲି । ହେଲେ ମୋ ଝିଅ ଏତେ କମ ବୟସରୁ ବ୍ୟବସାୟକୁ ସଫଳ କରି ମୋ ସ୍ୱପ୍ନ ପୂରଣ କରିଦେଲା । ରାକ୍ସୀ କୁହନ୍ତି ସେ ଯେତେବେଳେ ୧୪ ବର୍ଷର ହୋଇଥିଲେ ନିଜେ ମ୍ୟାକ୍‌ଡୋନାଲ୍ଡରେ ଚାକିରି କରୁଥିଲେ । ସେ ଏତେ କମ ଦରମା ପାଉଥିଲେ ଯେ ନ କହିବା ଭଲ । ହେଲେ ତାଙ୍କ ଝିଅ ଯୋଗୁ ସେ ଆଜି ଏତେ ବଡ଼ ସଫଳତା ପାଇଛନ୍ତି । ସେ ଏଥିପାଇଁ ବହୁତ ଖୁସି ଯେ ତାଙ୍କ ଝିଅ ଏତେ କମ ବୟସରେ ଏପରି ସଫଳତା ହାସଲ କରିଛନ୍ତି । ରାକ୍ସୀ କୁହନ୍ତି ସେ ଏବେ ଠାରୁ ତାଙ୍କ ଝିଅଙ୍କ ପାଇଁ ପ୍ଲାନିଂ କରୁଛନ୍ତି ଯେପରି ସେ ୧୫ ବର୍ଷ ବୟସରେ ଅବସର ନେଇପାରିବେ । ପିକ୍ସୀ ଏବେ ଏକ ପ୍ରାଇମେରୀ ସ୍କୁଲରେ ପଢ଼ୁଛନ୍ତି । ଏହି ବୟସରେ ତାଙ୍କ ପାଖରେ ୧ କୋଟି ୪୦ ଲକ୍ଷ ଟଙ୍କାର ଏକ ମର୍ସିଡିସ କାର ଅଛି । ରାକ୍ସୀ କୁହନ୍ତି ସେ ଏବେ ନିଜ ପିଲା ଓ ପତିଙ୍କ ସହ ସିଡନୀରେ ୪୯ କୋଟି ୭୨ ଲକ୍ଷ ଟଙ୍କାର ଏକ ଫ୍ଲାଟରେ ରହୁଛନ୍ତି । ରାକ୍ସୀଙ୍କ ପାଖରେ ଏବେ ବହୁ ସଫଳ ବ୍ୟବସାୟ ମଧ୍ୟ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *