୯ ବର୍ଷର ନାବାଳକ କରୁଥିଲା ଅଶ୍ଳୀଳ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଅଜବଗଜବ ଘଟଣାମାନ ସାମନାକୁ ଆସୁଛି । ଗୋଟିଏ ୯ ବର୍ଷର ନାବାଳକ ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା। ପୋଲିସ ଏହି ଖବର ପାଇବା ପରେ ତା ବିରୋଧରେ ମାମଲା ରୁଜୁ କରିଛି । ତେବେ ଏଭଳି ଖବର ଶୁଣିବାକୁ ମିଳିଛି ରାଜଧାନୀ ଦିଲ୍ଲୀରୁ । ଦିଲ୍ଲୀ ପୋଲିସ ନାବାଳକର ଘରକୁ ଯାଇ ପଚରାଉଚରା କରିଛି । ଆଉ କିଛି ଆଶ୍ଚର୍ଯ୍ୟଜନକ କଥାର ଖୁଲାସା ହୋଇଛି । ହେଲେ ଏହି ମାମଲାରେ ଦକ୍ଷିଣ-ପୂର୍ବ ଜିଲ୍ଲା ଡିସିପି ଇଶା ପାଣ୍ଡେୟ କିଛି ବି କହିନାହାନ୍ତି । କିନ୍ତୁ ଏହି ୯ ବର୍ଷର ନାବାଳକ ଠାରୁ ପୋଲିସ ଏହି କଥାର ଖୁଲାସା କରିଛି ।

ତେବେ ଅପରେସନ୍ ନିରୀହ ଅଧୀନରେ ୯୭ ଜଣରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିସାରିଲାଣି । ଜଣେ ପୋଲିସ ଅଧିକାରୀ ଏ ବାବଦରେ ସୂଚନା ଦେଇ କହିଛନ୍ତି ଯେ, ପିଲାଟି ଦକ୍ଷିଣ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢ଼େ ଓ ତାର ବୟସ ମାତ୍ର ୯ ବର୍ଷ । ପିଲାଟି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ପାଇଁ ନିଜ ବାପାଙ୍କ ଫୋନକୁ ବ୍ୟବହାର କରିଥିଲା । ସେ ଏକ ଇମେଲ୍ ଆଇଡି ତିଆରି କରି ବାପାଙ୍କ ଫୋନରୁ ଭିଡିଓ ସବୁକୁ ପୋଷ୍ଟ କରୁଥିଲା । ପିଲାଟି ପାଖକୁ କେହି ଜଣେ ଭିଡିଓକୁ ପଠାଯାଉଥିଲା । ତେବେ ପିଲାଟିର ବାପା ଅଳ୍ପ ଶିକ୍ଷିତ ହୋଇଥିବା ବେଳେ ପିଲାଟି ଏହାର ଫାଇଦା ଉଠାଉଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *