ତାଲିବାନ୍ ଶାସନରେ ମହିଳାଙ୍କୁ ଅଧିକାର : ବଳପୂର୍ବକ ବିବାହ ଉପରେ ଲାଗିଲା ରୋକ୍‌

କାବୁଲ : ବଦଳିଗଲା କି ତାଲିବାନୀ ଶାସନ । ମହିଳାଙ୍କ ପାଇଁ ଉଦାରବାଦୀ ନୀତି ଗ୍ରହଣ କରିବା ପରେ ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ଏହାକୁ ତାଲିବାନ ଶାସନ ଉପରେ ଆନ୍ତର୍ଜାତୀୟ ଚାପର ପ୍ରଭାବ ବୋଲି ମଧ୍ୟ କୁହାଯାଉଛି । ବର୍ତ୍ତମାନ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ନେଇ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂତନ ଆଦେଶରେ ଅନୁସାରେ ମହିଳାଙ୍କୁ ଆଉ ସମ୍ପତ୍ତି ଭାବରେ ବ୍ୟବହାର କରିବେ ନାହିଁ । ବଳପୂର୍ବକ ବିବାହ ଉପରେ ରୋକ୍ ଲଗାଇଛନ୍ତି ତାଲିବାନ୍ ସରକାର । କେବଳ ଏତିକି ନୁହେଁ ବିବାହ ପାଇଁ ମହିଳାଙ୍କ ସହମତି ନେବା ଆବଶ୍ୟକ ବୋଲି କୁହାଯାଇଛି । ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ଶିକ୍ଷା ଏବଂ କାମ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ । ଦିନକୁ ଦିନ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଆଫଗାନିସ୍ତାନକୁ ମିଳୁଥିବା ସମସ୍ତ ଫଣ୍ଡ୍ ବନ୍ଦ କରିଦିଆଯାଇଛି । ଏପରିସ୍ଥଳେ ମହିଳାଙ୍କ ଅଧିକାର ସମ୍ପର୍କରେ କୌଣସି ସଠିକ୍ ନିଷ୍ପତ୍ତି ନେବାପାଇଁ ତାଲିବାନ୍ ସରକାରଙ୍କ ଉପରେ ଲଗାତାର ଚାପ ପଡ଼ୁଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ତାଲିବାନ୍ ସରକାର ଶେଷରେ ନୂଆ ନିଷ୍ପତ୍ତି ନେଇଛନ୍ତି । ମହିଳାମାନେ କାହାର ସମ୍ପତ୍ତି ନୁହଁନ୍ତି ବରଂ ଜଣେ ଜଣେ ମୁକ୍ତ ମଣିଷ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ନୂତନ ନିୟମ ଅନୁସାରେ ବର୍ତ୍ତମାନ ବିବାହ ପାଇଁ ମହିଳାମାନଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯିବ ନାହିଁ । ଏହା ସହିତ ବିଧବା ମହିଳାମାନଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିରେ ଅଂଶ ପ୍ରଦାନ କରାଯିବ । ବର୍ତ୍ତମାନ କୋର୍ଟ ନିଷ୍ପତ୍ତି ଶୁଣାଇବା ସମୟରେ ନୂତନ ଆଦେଶକୁ ଧ୍ୟାନରେ ରଖି ବିଚାର କରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *