ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗୃହ ଅଚଳ 

-ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ସଭ୍ୟଙ୍କ ହଙ୍ଗାମା 

ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ, ନହେଲେ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ବିରୋଧୀ ବିଜେପି ସଭ୍ୟ ଏହି ଦାବିରେ ଅଟଳ । ଗୃହରେ ବ୍ୟଙ୍ଗ ଚିତ୍ର ଥିବା ବ୍ୟାନର ପ୍ରଦର୍ଶନ କରି ସେମାନେ ହଙ୍ଗାମା ସୃଷ୍ଟି କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୂଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ କିଛି ନିଷ୍କର୍ସ ନ ବାହାରିବାରୁ ଗୃହକୁ ସେ ମୂଲତବୀ କରିଥିଲେ । ସୋମବାର ବିଧାନସଭାରେ ନିର୍ଦ୍ଧାରିତ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିଜେପି ସଭ୍ୟମାନେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ମଧ୍ୟ ଭାଗରେ ସେମାନେ ବ୍ୟଙ୍ଗ ଚିତ୍ର ଥିବା ବ୍ୟାନର ଦେଖାଇ ପ୍ରତିବାଦ କରିଥିଲେ । ଏତଲାରେ ୧୩ତମ ଥିବାରୁ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦାବି କରି  ଗୃହକୁ  ଅଚଳ କରିଥିଲେ । ଗୃହ ବାତାବରଣ ସରଗରମ ହେବାରୁ ବାଚସ୍ପତି ଶ୍ରୀ ପାତ୍ର ପୂର୍ବାହ୍ନ ୧୦.୩୩ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଥିଲେ ।

ପୁଣି ଗୃହ ଆରମ୍ଭରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ସଭ୍ୟ ପୁଣି ହଟ୍ଟଗୋଳ କରିଥିଲେ । ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଜଣେ ଦାଗୀମନ୍ତ୍ରୀ ପବିତ୍ର ଗୃହରେ କେମିତି ବସିବେ । ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଉ । ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ସେହିପରି ଗୃହରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବାଚସ୍ପତି ବିରୋଧୀ ଦଳ ନେତା ମନ୍ତ୍ରୀ ସମ୍ପର୍କରେ କହୁଥିବାରୁ ତାଙ୍କୁ କହିବାକୁ ଦେଉନାହାନ୍ତି ବାଚସ୍ପତି । ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରନ୍ତୁ ବୋଲି ସେ ଦାବି କରିଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା  ମାହାଙ୍ଗା ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ ।

ଅତୀତରେ ମହେଶ୍ୱର ମହାନ୍ତିଙ୍କ ଏପରି ରୁଲିଂର ଉଦାହରଣ ଦେଇ ବାଚସ୍ପତିଙ୍କ ରୁଲିଂ ଦେବା ଦରକାର । ଏବେ ସେ ଅଞ୍ଚଳରେ ଆଉ ଗୋଟାଏ ମର୍ଡର ହେଲେ ସେଥିପାଇଁ ଦାୟୀ କିଏ ରହିବ । ବିଜେଡ଼ିର ନେତା ହୁଅନ୍ତୁ କି ବିଜେପିର ସମସ୍ତଙ୍କୁ ଗିରଫ କରାଯାଉ । ଏହାପରେ ପୁଣି ଗୃହ ଉଷ୍ଣ ରହିଥିଲା । ଗୃହର ସୁପରିଚାଳନା ପାଇଁ ବାଚସ୍ପତି  ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହକୁ ଅପରାହ୍ନ ୪ଟା ଯାଏ ମୂଲତବୀ ହୋଇଥିଲା । ଅନ୍ୟପକ୍ଷରେ ଗୃହ ବାହାରେ ଗୃହ ମୁଲତବୀ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ ସେ କହିଥିଲେ, ଆଜି ପ୍ରଶ୍ନ କାଳରେ ଗୃହ ବିଭାଗର ଆଲୋଚନା ଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଅଲୋକଚନା ହୋଇପାରିଥାନ୍ତା । କିନ୍ତୁ ପ୍ରତି କଥାରେ ବିରୋଧୀ ଦଳ ହୋ ହଲ୍ଲା କରି ଗୃହକୁ ବନ୍ଦ କରିବା  ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ବିଧାନସଭା ବସିବା ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ କିଛି ପ୍ରସଙ୍ଗରେ ଆଲୋଚନା ହୋଇପାରୁ ନାହିଁ । ବିଜେପି ଡବଲ ଷ୍ଟାଣ୍ଡଡ କାର୍ଯ୍ୟ କରୁଛି । ଅପରାଧୀ ଶାରଦା ପ୍ରଧାନଙ୍କୁ ଟିକେଟ ଦେଇ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଥିଲେ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *