ଭାକ୍ସିନ୍ ନେବାର ଭୟ : ଅସଲି ହାତ ଉପରେ ଫିଟ କରିଥିଲେ ନକଲି ହାତ, ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ବି କରୋନା ଆତଙ୍କ ଜାରି ରହିଛି । ଏବେ ପୁଣି ଏକ ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଲୋକଙ୍କ ନିଦ ହଜାଇଲାଣି । ସବୁ ଦେଶ ଟିକା ଉପରେ ଗୁରତ୍ୱ ଦେଉଛନ୍ତି । ଶତ ପ୍ରତିଶତ ଟିକା ଲଗାଇବା ପାଇଁ ସରକାର ମଧ୍ୟ ଜୋର ଦେଉଛନ୍ତି । କେହି କେହି ଟିକା ନେବାକୁ ଡରୁଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଅଜବ ଯୋଗାଡମାନ କରୁଛନ୍ତି । ସେହିପରି ଟିକାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଇଟାଲିରେ ।

ଇଟାଲିର ବିଏଲାର ଜଣେ ବ୍ୟକ୍ତି କରୋନା ଟିକା ନେବା ପାଇଁ ବହୁତ ଭୟ କରୁଥିବାରୁ ଟିକାରୁ ବର୍ତ୍ତିବା ପାଇଁ ଏକ ନୂଆ ଉପାୟ କଲେ । ଉକ୍ତ ବ୍ୟକ୍ତିଙ୍କର କରୋନା ସାର୍ଟିଫିକେଟ ଅତ୍ୟନ୍ତ ଆବଶ୍ୟକ ଥିଲା । ଏପଟେ ଟିକାକୁ ମଧ୍ୟ ଭୟ କରୁଥିଲେ । ଟିକା ନନେଲେ ସାର୍ଟିଫିକେଟ ମିଳବା ଅସମ୍ଭବ । ତେଣୁ ସେ ନିଜ ହାତ ଉପରେ ଏକ ନକଲି ହାତ ଲଗାଇ ଟିକା ନେବାକୁ ଭ୍ୟାକସିନ ସେଣ୍ଟର ଗଲେ ।

ବ୍ୟକ୍ତି ଜଣକ ଯେତେବେଳେ ଟିକା ନେବାକୁ ହାତ ଦେଖାଇଲେ । ନର୍ସ ହାତକୁ ଛୁଇଁବା ପରେ ତାଙ୍କୁ ସନ୍ଦେହ ହେଲା । ତେଣୁ ସେ ପୁରା ସାର୍ଟ ଖୋଲିବାକୁ କହିଲେ । ହେଲେ ବ୍ୟକ୍ତି ଯେତେବେଳେ ସାର୍ଟ ଖୋଲିଲେ ତ ହାତ ଉପରେ ଏକ ସିଲିକନ୍ ହାତ ଲଗାଇଥିବା ଦେଖିବାକୁ ମିଳିଲା । ଫଳରେ ନର୍ସ ଟିକା ଦେବାକୁ ମନା କରିଦେଲେ । ବ୍ୟକ୍ତି ଜଣକ ନର୍ସଙ୍କୁ ମଧ୍ୟ ଲାଞ୍ଚ ଦେବାକୁ କହିଥିଲେ । ହେଲେ ନର୍ସ ଲାଞ୍ଚ ନନେଇ ଟିକା ଦେଲେ ନାହିଁ ।

ଅନୁସନ୍ଧାନରୁ ଜଣାପଡ଼ିଲା ଯେ ବ୍ୟକ୍ତିଙ୍କୁ ବାସ୍ତବରେ କରୋନା ଟିକା ନେଇଥିବା ନେଇ ସାର୍ଟିଫିକେଟ ଆବଶ୍ୟକ ଥିଲା । କାରଣ କେଉଁଠି କାମ କରିବାକୁ ହେଲେ ବା ଯାତ୍ରା କରିବାର ଥିଲେ ଟିକା ନେବା ସାର୍ଟିଫିକେଟ ଜରୁରୀ ଥିଲା । ହେଲେ ବ୍ୟକ୍ତି ଜଣକ ଟିକାକୁ ଭୟ କରୁଥିଲେ । ଫଳରେ ନକଲି ହାତ ଲଗାଇ ଅସଲି ଟିକା ନେବାକୁ ଏପରି ଅଭିନବ ଯୋଗାଡ଼ କଲେ । ହେଲେ ଶେଷରେ ତାଙ୍କ ଯୋଜନା ପାଣିରେ ପଡ଼ିଥିଲା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *