ଆଦର୍ଶ ସ୍ୱାସ୍ଥ୍ୟ କର୍ମୀଙ୍କ ପରଲୋକ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନରୁଆ ଗ୍ରାମର ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରବୀନ୍ଦ୍ରନାଥ ମହାନ୍ତିଙ୍କ ୭୭ ବର୍ଷ ବୟସରେ ଗତକାଲି ନିଜ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବ୍ଲକ ଅଧିନରେ ସ୍ୱାସ୍ଥ୍ୟକର୍ମୀ ଭାବେ ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ସମସ୍ତଙ୍କର ୍ରିୟାତ୍ର ହୋଇପାରିଥିଲେ । ୨୦୦୫ରେ ସେ ଅବସର ଗ୍ରହଣ କରିବା ପରେ ସର୍ବଦା କର୍ମକୁ ପ୍ରାଥମିକତା ଦେଇ ଜନସେବାରେ ଲାଗିଥିଲେ। ସ୍ୱର୍ଗତ ମହାନ୍ତିଙ୍କ ଶେଷ ସମୟରେ ୩ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ବହୁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଏକାଧାରରେ ଜଣେ ଆଦର୍ଶବାଦୀ, ମିଷ୍ଟଭାଷୀ, ସହନଶୀଳତା ଓ ପରୋପକାରୀ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ରଜନୀକାନ୍ତ ମହାନ୍ତି(ଆଲୋକ) ମୁଖାଗ୍ନି ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *