ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଥିଲେ । ଏ ନେଇ ଦିଲ୍ଲୀର ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ, ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଗତ ୨୧ ତାରିଖରେ ପରବର୍ତ୍ତୀ ନୋଟିସ ଯାଏଁ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ଦେଶର ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି ।

ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିଗୁଡିକର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ପ୍ରଦୂଷଣ ରୋକିବାକୁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *